ଡିଜିଟାଲ ସଲ୍ୟୁସନ ଆଣିବା ଲାଗି ଏୟାରଟେଲ ପେମେଂଟ ବ୍ୟାଙ୍କ ଓ ମାଷ୍ଟରକାର୍ଡ ସହବନ୍ଧିତ


ଭୁବନେଶ୍ୱର: ସମଗ୍ର ଅଣବ୍ୟାଙ୍କ ସ୍ପେକ୍ଟ୍ରମ ଅନ୍ତର୍ଭୁକ୍ତ (ଏପିବିଏଲ) କୃଷକ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ରିଟେଲ ଗ୍ରାହକମାନଙ୍କୁ ଯୋଗାଇଦିଆଯାଉଥିବା କଷ୍ଟମାଇଜଡ ଉତ୍ପାଦଗୁଡ଼ିକର ବିକାଶ ଲାଗି ଭାରତର ପ୍ରଥମ ପେମେଂଟ ବ୍ୟାଙ୍କ, ଏୟାରଟେଲ ପେମେଂଟ ବ୍ୟାଙ୍କ ଗ୍ଲୋବାଲ ପେମେଂଟ ଜଗତର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମାଷ୍ଟରକାର୍ଡ ସହିତ ସହବନ୍ଧିତ ହୋଇଛି । ସରକାରଙ୍କ ଦୃଷ୍ଟିକୋଣ-ଡିଜିଟାଲ ଇଣ୍ଡିଆ ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବ୍ୟାଙ୍କିଙ୍ଗର ଏକ ଅଂଶ ଭାବେ ଏହି ଉଭୟ ପ୍ଲାଟଫର୍ମ, ଦେଶରେ ଫର୍ମାଲ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଂଟ ଗ୍ରହଣର ପରିଚାଳନା ଦିଗରେ କାର୍ଯ୍ୟ କରିଆସୁଛନ୍ତି । ଉଭୟଙ୍କର ଏହି ସହଭାଗିତା ଉନ୍ନତମାନର ଫାଇନାନ୍ସିଆଲ ସମାଧାନ ବିକାଶ କ୍ଷେତ୍ରରେ ମାଷ୍ଟରକାର୍ଡର ବିଶ୍ୱସ୍ତରୀୟ ଓ ଆଂଚଳିକ ଅନୁଭୂତି ଏବଂ ବୃହତ ଗ୍ରାହକ ଆଧାରରେ ପଂହଚିବା ପାଇଁ ଏୟାରଟେଲ ପେମେଂଟ ବ୍ୟାଙ୍କର ଦୃଢ଼ ବିତରଣ ନେଟୱର୍କକୁ ଏକତ୍ର ନେଇ ଆସିଛି । ଏୟାରଟେଲ ପେମେଂଟ ବ୍ୟାଙ୍କ ଦେଶରେ ଥିବା ଏହାର ସେଭିଙ୍ଗ ବ୍ୟାଙ୍କ ଆକାଉଂଟ ଗ୍ରାହକମାନଙ୍କୁ ମାଷ୍ଟରକାର୍ଡ ପାୱାରର୍ଡ ଡେବିଟ କାର୍ଡ ଯୋଗାଇଦେବା ପାଇଁ ଗତ ତିନିବର୍ଷ ହେବ ମାଷ୍ଟକାର୍ଡ ସହିତ କାର୍ଯ୍ୟ କରିଆସୁଛି ।
ଏହି ସହଯୋଗୀତାର ଲକ୍ଷ ହେଉଛି ଏକ ଡିଜିଟାଲ ପ୍ଲାଟଫର୍ମର ନିର୍ମାଣ କରିବା ଯାହା କୃଷକମାନଙ୍କୁ ଉନ୍ନତମାନର କୃଷି ସମାଧାନ ଓ ମାର୍କେଟପ୍ଲେସକୁ ଯୋଗାଯୋଗ ସମ୍ବନ୍ଧିତ ଜ୍ଞାନ ଯୋଗାଇଦେଇଥାଏ, ଯେବେକି ଏକା ସମୟରେ ସେମାନଙ୍କୁ ନିଜର ଏୟାରଟେଲ ପେମେଂଟ ବ୍ୟାଙ୍କ ଆକାଉଂଟରେ ସିଧାସଳଖ ସେମାନଙ୍କର ପେମେଂଟ ଗ୍ରହଣ କରିବାରେ ସକ୍ଷମ କରିଥାଏ । ଉଭୟ ସହଯୋଗୀ ସମଗ୍ର ଦେଶରେ ଥିବା ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟଗୁଡ଼ିକ ପାଇଁ କଷ୍ଟମାଇଜଡ ସମାଧାନ ସୃଷ୍ଟି କରିବା ଦିଗରେ ମଧ୍ୟ କାର୍ଯ୍ୟ କରିବେ । ପରିଶେଷରେ ଏୟାରଟେଲ ପେମେଂଟ ବ୍ୟାଙ୍କ ଏବଂ ମାଷ୍ଟରକାର୍ଡ, ଗ୍ରାହକ ଏବଂ ବ୍ୟବସାୟୀମାନଙ୍କ ପାଇଁ ଏନଏଫସି( ନିଅର ଫିଲ୍ଡ କମ୍ୟୁନିକସନ୍‌ସ) ଜରିଆରେ ସ୍ପର୍ଶବିହୀନ ପେମେଂଟ ସମାଧାନଗୁଡ଼ିକୁ ଅନ୍ତର୍ଭୁକ୍ତ କରି ଭିନ୍ନ କାର୍ଡ ସଲ୍ୟୁସନ ସୃଷ୍ଟି କରିବା ଦିଗରେ ଏକତ୍ର କାର୍ଯ୍ୟ କରିବେ ।
ଏହା ସମ୍ପର୍କରେ ଏୟାରଟେଲ ପେମେଂଟ ବ୍ୟାଙ୍କର ଏମଡି ଓ ସିଇଓ, ଶ୍ରୀ ଅନୁବ୍ରତ ବିଶ୍ୱାସ କହିଛନ୍ତି ଯେ, “ଏକତ୍ର ଆମେ ଏଭଳି ଉତ୍ପାଦ ସୃଷ୍ଟି କରିବାର ଲକ୍ଷ ରକିଛୁ ଯାହା ଗ୍ରାହକମାନଙ୍କୁ ଫର୍ମାଲ ବ୍ୟାଙ୍କିଙ୍ଗ ଅଭ୍ୟାସ ଗ୍ରହଣ ଏବଂ ଡିଜିଟାଲ ପେମେଂଟ ବିକଳ୍ପର ଗ୍ରହଣ କରିବା ଦିଗରେ ଉତ୍ସାହିତ କରିବ ।” ସେହିଭଳି ମାଷ୍ଟରକାର୍ଡର, ସାଉଥ ଏସିଆ, ଡିଭିଜନ ଅଧ୍ୟକ୍ଷ ଶ୍ରୀ ପୋରୁଷ ସିଂହ କହିଛନ୍ତି ଯେ, “ଅଭିନବ ଡିଜିଟାଲ ପେମେଂଟ ସଲ୍ୟୁସନ ନିର୍ମାଣ କରିବା ପାଇଁ ଏୟାରଟେଲ ପେମେଂଟ ବ୍ୟାଙ୍କ ସହ ସହବନ୍ଧିତା କରି ମାଷ୍ଟରକାଡ଼ ବେଶ ଆନନ୍ଦିତ ।”


Share It

Comments are closed.