ଏମଏସଏମଇକୁ ସହାୟତା ନିମନ୍ତେ ଏୟାରଟେଲ୍ ଏବଂ ଏନଏସଆଇସି ସହବନ୍ଧିତ


ଭୁବନେଶ୍ୱର: ଭାରତର ଦ୍ୱିତୀୟ ବୃହତମ ଟେଲିକମ ସଂସ୍ଥା, ଭାରତୀ ଏୟାରଟେଲ ନ୍ୟାସନାଲ୍ ସ୍ମଲ ଇଣ୍ଡଷ୍ଟ୍ରି କର୍ପୋରେସନ (ଏନ୍‌ଏସ୍‌ଆଇସି)ସହିତ ନିଜର ସହବନ୍ଧିତା ସମ୍ପର୍କରେ ଘୋଷଣା କରିଛି । ଏହି ସହବନ୍ଧିତାର ଲକ୍ଷ ହେଉଛି ଭାରତର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଆଗକୁ ବଢ଼ିବାରେ ଏବଂ ଡିଜିଟାଲ ବିବର୍ତନର ଲାଭ ଉଠାଇବାରେ ସେମାନଙ୍କୁ ସାହାଯ୍ୟ କରିବା । ଏନ୍‌ଏସ୍‌ଆଇସି ହେଉଛି ଏକ ସରକାରୀ ଉଦ୍ୟୋଗ ଯାହାକି ସାରା ଭାରତରେ ଏମ୍‌ଏସ୍‌ଏମ୍‌ଇଙ୍କୁ ସେମାନଙ୍କ ମାର୍କେଟିଙ୍ଗ, ଫାଇନାନ୍ସ, ଟେକ୍ନୋଲୋଜି ଏବଂ ଅନ୍ୟ ସେବାଗୁଡ଼ିକ ସହିତ ଆଗକୁ ବଢ଼ିବାରେ ସହାୟତା ଏବଂ ପ୍ରୋତ୍ସାହନ ପ୍ରଦାନ କରିଥାଏ । ବର୍ତମାନ ଏୟାରଟେଲ ଏହି ସରକାରୀ ସଂସ୍ଥା ସହିତ ଯୋଡ଼ି ହୋଇ ଭାରତର ଏମ୍‌ଏସ୍‌ଏମ୍‌ଇଙ୍କୁ ସାହାଯ୍ୟ କରିବାର ନିଜର ଲକ୍ଷକୁ ଆହୁରି ତ୍ୱରାନ୍ୱିତ କରିଛି ।
ଭାରତୀ ଏୟାରଟେଲ ଏବଂ ଏନ୍‌ଏସ୍‌ଆଇସି ମଧ୍ୟରେ ଏହି ସହବନ୍ଧିତା ଦ୍ୱାରା ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଟେଲିକମର ସିକ୍ୟୋରିଟୀ, କ୍ଲାଉଡ, କନେକ୍ଟିଭିଟି, କନଫରେନ୍ସିଙ୍ଗ, ଗୋ-ଟୁ-ମାର୍କେଟ ସଲ୍ୟୁସନ ଭଳି ଆହୁରି ଅନେକ ଡିଜିଟାଲ ଉତ୍ପାଦ ଏବଂ ସେବା ପାଇପାରିବେ । ତେବେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଭାରତୀ ଏୟାରଟେଲ ପ୍ରଦାନ କରିବାକୁ ଥିବା ସମସ୍ତ ଉତ୍ପାଦ ଓ ସେବାଗୁଡ଼ିକୁ ପାଇବାରେ ସମର୍ଥ ହେବେ । ଏହି ସେବାଗୁଡ଼ିକ ମଧ୍ୟରେ ଏୟାରଟେଲ କନେକ୍ଟିଭିଟି, ଏୟାରଟେଲ ମୋବାଇଲ, ଏୟାରଟେଲ ଲ୍ୟାଣ୍ଡଲାଇନ୍‌,ଏୟାରଟେଲ କ୍ଲାଉଡ, ଏୟାରଟେଲ କନ୍‌ଫରେନ୍ସିଙ୍ଗ , ଏୟାରଟେଲ ଆଇଓଟି, ଏୟାରଟେଲ ସିକ୍ୟୋର ଆଦି ସାମିଲ ରହିଛି ।
ଏହା ସମ୍ପର୍କରେ ଏୟାରଟେଲ ବିଜନେସର ସିଇଓ ତଥା ଡାଇରେକ୍ଟର ଶ୍ରୀ ଅଜୟ ଚିତକାରା କହିଛନ୍ତି ଯେ, “ଭାରତର ଏମ୍‌ଏସ୍‌ଏମ୍‌ଇଙ୍କର ଡିଜିଟାଲ ରୂପାନ୍ତରୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏନ୍‌ଏସ୍‌ଆଇସି ସହିତ ଯୋଡ଼ି ହୋଇ କମ୍ପାନୀ ବେଶ ଆନନ୍ଦିତ । ଏୟାରଟେଲର ସର୍ବ ଭାରତୀୟ ପହଂଚ ଏବଂ କନେକ୍ଟିଭିଟିର ସହାୟତା ଜରିଆରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସେମାନଙ୍କ ସମସ୍ତ ଡିଜିଟାଲ କନେକ୍ଟିଭିଟି ଆବଶ୍ୟକତା କ୍ଷେତ୍ରରେ ସୁବିଧା ପାଇପାରିବେ ।”


Share It

Comments are closed.