ନିଜର ଷ୍ଟାର୍ଟଅପ ପ୍ରୋତ୍ସାହନକାରୀ କାର୍ଯ୍ୟକ୍ରମରେ ୱେବିଓକୁ ସାମିଲ କରିଛି ଏୟାରଟେଲ


ଭୁବନେଶ୍ୱର: ନିଜର କ୍ଲାଉଡ ଅଫରିଙ୍ଗକୁ ବଡ଼ାଇବା ଦିଗରେ ଏହାର ରଣନୀତିର ଏକ ଅଂଶବିଶେଷ ଭାବେ ଭାରତୀ ଏୟାରଟେଲ, ନିଜର ଏୟାରଟେଲ ଷ୍ଟାର୍ଟଅପ ପ୍ରୋତ୍ସାହନକାରୀ କାର୍ଯ୍ୟକ୍ରମ ଅଧିନରେ ଟେକ୍ ଷ୍ଟାର୍ଟଅପ ୱେବିଓରେ ଏକ ରଣନୈତିକ ଅଂଶ ଗ୍ରହଣ କରିଥିବା ଘୋଷଣା କରିଛି । ଏକ ଟ୍ରାଇଭାଣ୍ଡ୍ରମ ମୁଖ୍ୟାାଳୟ ଷ୍ଟାର୍ଟଅପ, ୱେବିଓ କ୍ଲାଉଡି ଟେଲିଫୋନି ପାଇଁ ଏଆଇ ଆଧାରିତ ବିଶ୍ଳେଷଣ ଉପରେ ଧ୍ୟାନ ଦେଇଥାଏ । ଦ୍ରୁତ ଅଭିବୃଦ୍ଧିଶୀଳ ଏୟାରଟେଲ ଷ୍ଟାର୍ଟଅପ ପ୍ରୋତ୍ସାହନକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରେ ଏହା ହେଉଛି ପଂଚମ ଷ୍ଟାର୍ଟଅପ, ଯାହାକି ଦକ୍ଷ ଷ୍ଟାର୍ଟଅପଗୁଡ଼ିକୁ ସେମାନଙ୍କ କ୍ଷମତାକୁ ଦେଖାଇବାରେ ସହାୟକ ହୋଇଥାଏ । ଆଇଡିସି ଅନୁଯାୟୀ ୨୦୨୪ ସୁଦ୍ଧା ଭାରତରେ ସାର୍ବଜନୀନ କ୍ଲାଉଡ ସେବା ବଜାର, ୭.୧ ବିଲିୟନ ଆମେରୀକୀୟ ଡଲାରରେ ପହଂଚିବାର ସମ୍ଭାବନା ରହିଛି । ଯେହେତୁ ବ୍ୟବସାୟଗୁଡ଼ିକ କ୍ଲାଉଡ ଆଧାରିତ ପ୍ଲାଟଫର୍ମକୁ ଗତି କରୁଛନ୍ତି ତେଣୁ ଏହି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳୁଛି ।
ଉଦ୍ୟୋଗ କ୍ଲାଉଡ ଟେଲିଫୋନି ସେଗମେଂଟ ପାଇଁ ୱେବିଓ ଉନ୍ନତ ତଥା ଅତ୍ୟାଧୁନିକ ଆନାଲିଟିକ ଟୁଲ ନିର୍ମାଣ କରିଛି । ଏୟାରଟେଲ ଷ୍ଟାର୍ଟଅପ ପ୍ରୋତ୍ସାହନକାରୀ କାର୍ଯ୍ୟକ୍ରମ ଅଧିନରେ ୱେବିଓର ସମାଧାନଗୁଡ଼ିକ ବୃହତ ବିତରଣ ପହଂଚ ପାଇବ । ଏଥିରେ ଏୟାରଟେଲ ୱେବିଓର ପ୍ରମାଣିତ ତଥା ଉଦୀୟମାନ ପ୍ରଯୁକ୍ତିର ପହଂଚ ମଧ୍ୟ ପାଇପାରିବ । ଏୟାରଟେଲ କ୍ଲାଉଡ, ଏକ ମଲଟି-କ୍ଲାଉଡ ଉତ୍ପାଦ ଏବଂ ସମାଧାନ ବ୍ୟବସାୟ ସମେତ ଏକ ସ୍ୱତନ୍ତ୍ର ଉତ୍ପାଦ ପୋର୍ଟଫୋଲିଓ ସହିତ ଏୟାରଟେଲ ୨,୫୦୦ରୁ ଉର୍ଦ୍ଧ୍ୱ ବୃହତ ଉଦ୍ୟୋଗ ଓ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଉଦୀୟମାନ ବ୍ୟବସାୟଗୁଡ଼ିକୁ ସେବା ଯୋଗାଇଦେଉଛି ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲର ଚିଫ ପ୍ରଡକ୍ଟ ଅଫିସର ଶ୍ରା ଆଦର୍ଶ ନାୟର କହିଛନ୍ତି ଯେ, “ଆମର ଷ୍ଟାର୍ଟଅପ ପ୍ରୋତ୍ସାହନକାରୀ କାର୍ଯ୍ୟକ୍ରମରେ ୱେବିଓକୁ ସାମିଲ କରି ଏବଂ ସେମାନଙ୍କର ଟେକ୍ନୋଲୋଜିକୁ ସଂପ୍ରସାରିତ କରିବା ପାଇଁ ସେମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇଦେଇ ଆମେ ବେଶ ଆନନ୍ଦିତ ।” ସେହିଭଳି “ଏୟାରଟେଲ ଠାରୁ ଏହି ରଣନୈତିକ ନିବେଶକୁ ଆମର ଟେକ୍ନୋଲୋଜି ଓ ଔଦ୍ୟୋଗିକ ପହଂଚକୁ ବଢ଼ାଇବାରେ ଏକ ସୁଯୋଗ ଭାବେ ଦେଖୁଛୁ ।”ବୋଲି ୱେବିଓର ସିଇଓ ଶ୍ରୀ କ୍ରିଷ୍ଣନ ଆର ଭି କହିଛନ୍ତି ।


Share It

Comments are closed.