୫୫ ମିଲିୟନରୁ ଅଧିକ ଗ୍ରାହକଙ୍କ ପାଇଁ ଏୟାରଟେଲର ୪୯ ଟଙ୍କାର ମାଗଣା ପ୍ୟାକ୍


ଭୁବନେଶ୍ୱର: ଦେଶରେ ଜାରି ରହିଥିବା ମହାମାରୀ ମଧ୍ୟରେ ନିମ୍ନ ଆୟ ବର୍ଗର ଗ୍ରାହକଙ୍କୁ ସଂଯୁକ୍ତ ରଖିବାରେ ସାହାଯ୍ୟ କରିବା ଲାଗି ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କ ପାଇଁ ବିଶେଷ ଫାଇଦାର ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ୫୫ ନିୟୁତରୁ ଅଧିକ ନିମ୍ନ ଆୟବର୍ଗର ଗ୍ରାହକଙ୍କୁ ଏହାର ୪୯ଟଙ୍କାର ପ୍ୟାକକୁ ମାଗଣାରେ ଯୋଗାଇଦେବ । ଏହି ପ୍ୟାକ ୨୮ ଦିନର ବୈଧତା ସହିତ ୩୮ଟଙ୍କାର ଟକ୍‌ଟାଇମ୍ ଏବଂ ୧୦୦ଏମବି ଡାଟା ପ୍ରଦାନ କରୁଛି । ଏୟାରାଟେଲର ଏହି ପ୍ରୟାସ ମାଧ୍ୟମରେ ୫୫ ମିଲିୟନରୁ ଅଧିକ ଗ୍ରାହକ, ମୁଖ୍ୟତଃ ଗ୍ରାମାଂଚଳରେ, ସଂଯୁକ୍ତ ରହିବାକୁ ଏବଂ ଆବଶ୍ୟକ ସମୟରେ ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡ଼ିକୁ ପାଇବାକୁ ସକ୍ଷମ ହେବେ । ସେହିଭଳି ଏୟାରଟେଲର ୭୯ଟଙ୍କାର ରିଚାର୍ଜ କୁପନ କିଣୁଥିବା ଏୟାରଟେଲ ପ୍ରିପେଡ ଗ୍ରାହକମାନେ ବର୍ତମାନ ଏହାର ଦୁଇଗୁଣ ଫାଇଦା ପାଇପାରିବେ । ଏହା ସେମାନଙ୍କ ପାଇଁ ଏଭଳି ଏକ କଷ୍ଟ ମୂହୁର୍ତରେ ସଂଯୁକ୍ତ ରହିବାକୁ ଆହୁରି ସହଜ କରିବ । ଏହି ଫାଇଦାଗୁଡ଼ିକ ଆସନ୍ତା ସପ୍ତାହରେ ଏୟାରଟେଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଯିବ ।


Share It

Comments are closed.