ଟ୍ୟୁଟେଲା ରିପୋର୍ଟ ଅନୁଯାୟୀ ମୋବାଇଲ ଅନୁଭବର ସର୍ବାଧିକ ମାନଦଣ୍ଡରେ ଆଗରେ ରହିଛି ଏୟାରଟେଲ


ଭୁବନେଶ୍ୱର: ଟ୍ୟୁଟେଲା ପକ୍ଷରୁ ଏହାର ‘୨୦୨୧ ଷ୍ଟେଟ ଅଫ ମୋବାଇଲ ଏକ୍ସିପିରିୟନ୍ସ’ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତରେ ମୋବାଇଲ ଅନୁଭବ ପ୍ରଦାନ କ୍ଷେତ୍ରରେ ଏୟାରଟେଲ ଶୀର୍ଷ ତାଲିକାରେ ରହିଛି । ରିପୋର୍ଟ ଅନୁଯାୟୀ ପରୀକ୍ଷା କରାଯାଇଥିବା ଛଅଟି ମାନଦଣ୍ଡ ମଧ୍ୟରୁ ଚାରୋଟିରେ ଏୟାରଟେଲ ଶୀର୍ଷରେ ରହିଛି । ବର୍ତମାନ ଭାରତର ଦ୍ୱିତୀୟ ବୃହତମ ଟେଲିକମ ସଂସ୍ଥା ଏୟାରଟେଲ ୫୬.୬% ରେ ଉତ୍କୃଷ୍ଟ ସ୍ଥାୟୀ ଗୁଣବତା ପ୍ରଦାନ କ୍ଷେତ୍ରରେ ଶୀର୍ଷ ତାଲିକାରେ ରହିଥିବାବେଳେ, ଏୟାରଟେଲର ସର୍ବାଧିକ କୋର କନଷ୍ଟାଟ କ୍ୱାଲିଟି ୮୩.୭% ଥିଲା ।

ଏହାଛଡ଼ା ଟ୍ୟୁଟେଲା ଏୟାରଟେଲକୁ ଦ୍ରୁତତମ ଡାଉନଲୋଡ଼ ସ୍ପିଡ ଏବଂ ସର୍ବାଧିକ ପ୍ରତିକ୍ରିୟାଶୀଳ ନେଟୱର୍କ ଥିବା ଟେଲିକମ ଭାବେ ମାନ୍ୟତା ଦେଇଛି । ସେହିଭଳି ୧୦ ଏମବିପିଏସ୍‌ର ହାରାହାରି ଡାଉନଲୋଡ଼ ସ୍ପିଡ ହାସଲ କରି ଅନ୍ୟ ଟେଲିକମ ସଂସ୍ଥାଗୁଡ଼ିକର ଆଗରେ ରହିଛି ଏୟାରଟେଲ ।


Share It

Comments are closed.