ଟ୍ୟୁଟେଲା ରିପୋର୍ଟ ଅନୁଯାୟୀ ମୋବାଇଲ ଅନୁଭବର ସର୍ବାଧିକ ମାନଦଣ୍ଡରେ ଆଗରେ ରହିଛି ଏୟାରଟେଲ


ଭୁବନେଶ୍ୱର: ଟ୍ୟୁଟେଲା ପକ୍ଷରୁ ଏହାର ‘୨୦୨୧ ଷ୍ଟେଟ ଅଫ ମୋବାଇଲ ଏକ୍ସିପିରିୟନ୍ସ’ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତରେ ମୋବାଇଲ ଅନୁଭବ ପ୍ରଦାନ କ୍ଷେତ୍ରରେ ଏୟାରଟେଲ ଶୀର୍ଷ ତାଲିକାରେ ରହିଛି । ରିପୋର୍ଟ ଅନୁଯାୟୀ ପରୀକ୍ଷା କରାଯାଇଥିବା ଛଅଟି ମାନଦଣ୍ଡ ମଧ୍ୟରୁ ଚାରୋଟିରେ ଏୟାରଟେଲ ଶୀର୍ଷରେ ରହିଛି । ବର୍ତମାନ ଭାରତର ଦ୍ୱିତୀୟ ବୃହତମ ଟେଲିକମ ସଂସ୍ଥା ଭାବେ ଏୟାରଟେଲ ୫୬.୬% ରେ ଉତ୍କୃଷ୍ଟ ସ୍ଥାୟୀ ଗୁଣବତା ପ୍ରଦାନ କ୍ଷେତ୍ରରେ ଶୀର୍ଷ ତାଲିକାରେ ରହିଥିବାବେଳେ, ଏୟାରଟେଲର ସର୍ବାଧିକ କୋର କନଷ୍ଟାଟ କ୍ୱାଲିଟି ୮୩.୭% ଥିଲା । ଏହାଛଡ଼ା ଟ୍ୟୁଟେଲା ଏୟାରଟେଲକୁ ଦ୍ରୁତତମ ଡାଉନଲୋଡ଼ ସ୍ପିଡ ଏବଂ ସର୍ବାଧିକ ପ୍ରତିକ୍ରିୟାଶୀଳ ନେଟୱର୍କ ଥିବା ଟେଲିକମ ଭାବେ ମାନ୍ୟତା ଦେଇଛି ।
୧୦ ଏମବିପିଏସ୍‌ର ହାରାହାରି ଡାଉନଲୋଡ଼ ସ୍ପିଡ ହାସଲ କରି ଏୟାରଟେଲ ଶୀର୍ଷରେ ରହିଥିବା ବେଳେ ଭୋଡ଼ାଫୋନ ଆଇଡିଆ ୯.୬ ଏମବିପିଏସ୍ ମଧ୍ୟମ ସ୍ପିଡ ଏବଂ ରିଲାଏନ୍ସ ଜିଓ ୬.୫ ଏମବିପିଏସ୍ ସ୍ପିଡ ହାସଲ କରିଛନ୍ତି । ଏହି ସାରଣୀରେ ୨.୯ ଏମବିପିଏସ ସହିତ ଚତୁର୍ଥ ସ୍ଥାନରେ ରହିଛି ବିଏସଏନଏଲ । ନିଜ ମୋବାଇଲ ଡାଟା ସହିତ ମୋବାଇଲରେ ଗେମ ଖେଳୁଥିବା ଉପଭୋକ୍ତାଙ୍କ ପାଇଁ ଲାଟେନ୍ସି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ । ଟ୍ୟୁଟେଲାର ଏହି ନୂତନ ରିପୋର୍ଟ ପ୍ରକାଶ କରିଛି ଯେ ଏୟାରଟେଲ ଗ୍ରାହକମାନେ ହାରାହାରି ୨୪ ଏମଏସର ଏକ ମଧ୍ୟମ ଲାଟେନ୍ସି ସହିତ ସାରା ଦେଶରେ ସବୁଠାରୁ ଅଧିକ ପ୍ରତିକ୍ରିୟାଶୀଳ ନେଟୱର୍କ ଅନୁଭବ କରିଛନ୍ତି ।


Share It

Comments are closed.