ଏୟାରଟେଲ ପକ୍ଷରୁ ଏକ୍ସଟ୍ରିମ ପ୍ରିମିୟମ୍ ର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏହାର ନୂଆ ଭିଡିଓ ଷ୍ଟ୍ରିମିଙ୍ଗ ସର୍ଭିସ-ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମର ଶୁଭାରମ୍ଭ କରାଯାଇଛି । ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମ ର ଶୁଭାରମ୍ଭ ଭାରତର ବଢ଼ୁଥିବା ଡିଜିଟାଲ ସଂଯୁକ୍ତ ଗ୍ରାହକଙ୍କ ପାଇଁ ଭିଡିଓ ଷ୍ଟ୍ରିମିଙ୍ଗ ମନୋରଞ୍ଜନର ରୋମାଂଚକର ଦୁନିଆକୁ ଉନ୍ମୁକ୍ତ କରୁଛି । ପ୍ରଥମତଃ ଏହା ୧୫ଟି ଭାରତୀୟ ଏବଂ ବିଶ୍ୱସ୍ତରୀୟ ଭିଡିଓ ଓଟିଟି ରୁ କଂଟେଟଗୁଡ଼ିକୁ ଗୋଟିଏ ଆପ୍ ରେ ଏକତ୍ର କରୁଛି । ଗ୍ରାହକମାନେ ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମରେ ୧୦,୫୦୦ରୁ ଅଧିକ ସିନେମା ଏବଂ କାର୍ଯ୍ୟକ୍ରମ ର ସର୍ବବୃହତ ତାଲିକା ସମେତ ସୋନିଲିଭ, ଏରୋସ୍‌ନାଓ, ଲାୟନ୍ସଗେଟ ପ୍ଲେ, ହୋଇଚୋଇ, ମନୋରମମ୍ୟାକ୍ସ, ସୀମାରୋ, ଅଲଟ୍ରା, ହଙ୍ଗାମାପ୍ଲେ, ଏପିକଅନ୍‌, ଡକ୍ୟୁବେ, ଡିଭୋଟିଭି, କ୍ଲିକ୍‌, ଡଲିଉଡ, ସର୍ଟସ ଟିଭି ଭଳି ଲାଇଭ ଚ୍ୟାନେଲ ଗୁଡ଼ିକୁ ଉପଲବ୍ଧ କରିବେ । ଦ୍ୱିତୀୟତଃ, ଏହା ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଗୋଟିଏ ଆପ୍‌, ଗୋଟିଏ ସବସ୍କ୍ରିପ୍ସନ, ଗୋଟିଏ ସାଇନ-ଇନ, ୟୁନିଫାଏଡ କଂଟେଟ ସର୍ଚ ଏବଂ ଏଆଇ ଚାଳିତ ବ୍ୟକ୍ତିଗତ କ୍ୟୁରେସନ ସହିତ ଏକ ଉତମ ଅଭିଜ୍ଞତା ପ୍ରଦାନ କରିଥାଏ । ଗ୍ରାହକମାନେ ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମକୁ ମୋବାଇଲ, ଟାବଲେଟ, ଲାପଟପ୍ ରେ ଆପ୍ କିମ୍ବା ୱେବ ମାଧ୍ୟମରେ ଏବଂ ଟିଭିରେ ଏକ୍ସଟ୍ରିମ ସେଟ-ଟପ ବକ୍ସ ମାଧ୍ୟମରେ ଉପଳବ୍ଧ କରିପାରିବେ ।
ଏହି ସମସ୍ତ କଂଟେଟ ମାସକୁ ମାତ୍ର ୧୪୯ଟଙ୍କାଞ୍ଚ ମୂଲ୍ୟରେ ଏୟାରଟେଲ ଗ୍ରାହକଙ୍କ ପାଇଁ ବିଶେଷ ରୂପେ ଉପଲବ୍ଧ ହେଉଛି ।
ଏହି ଶୁଭାରମ୍ଭ ଉପରେ ମତ ରଖି ଏୟାରଟେଲ ଡିଜିଟାଲ-ସିଇଓ ଶ୍ରୀ ଆଦର୍ଶ ନାୟର କହିଛନ୍ତିଯେ, “ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମ ହେଉଛି କଂଟେଟ ଆବିଷ୍କାର, ସୁଲଭତା ଏବଂ ବିତରଣର ପ୍ରମୁଖ ଆହ୍ୱାନଗୁଡ଼ିକର ସମାଧାନ କରି ଭାରତରେ ଓଟିଟି କଂଟେଟର ବିମୁଦ୍ରୀକରଣ କରିବାରେ ଏକ ପରିବର୍ତନକାରୀ ଉଦ୍ଭାବନ । ଗୋଟିଏ ଏକକ ଡିଜିଟାଲ ପ୍ଲାଟଫର୍ମ ଭାବରେ ଏହା ଗ୍ରାହକ ଏବଂ ଓଟିଟି ପ୍ଲେୟରଙ୍କ ପାଇଁ ବିଜୟ ପ୍ରସ୍ତାବ, ଯେହେତୁ ଆମେ ଭାରତରେ ଡିଜିଟାଲ ମନୋରଞ୍ଜନକୁ ମୁଖ୍ୟସ୍ରୋତ କରିବା ପାଇଁ ଏକ ରୋମାଂଚକର ଯାତ୍ରା ଆରମ୍ଭ କରିଦେଇଛୁ ।”
ସୋନି ଲିଭ, ଗ୍ରୋଥ ଏବଂ ମନେଟାଇଜେସନ ମୁଖ୍ୟ, ଶ୍ରୀ ମନିଷ ଅଗରୱାଲ କହିଛନ୍ତି ଯେ, “ଭାରତର ଭିଡିଓ ଓଟିଟି ଇକୋସିଷ୍ଟମକୁ ତ୍ୱରାନ୍ୱିତ କରିବା ଲାଗି ଏୟାରଟେଲ ଏକ୍ସଟ୍ରିମ ସହିତ ହାତ ମିଳାଇ ଆମେ ଅତ୍ୟନ୍ତ ଉତ୍ସାହିତ । ଏୟାରଟେଲ ଏକ୍ସଟ୍ରିମ ସହିତ ଆମର ସହବନ୍ଧିତା ୩୪୦ ନିୟୁତରୁ ଅଧିକ ଏୟାରଟେଲ ଗ୍ରାହକଙ୍କ ପାଇଁ ସମସ୍ତ ପ୍ରମୁଖ ଭାଷାରେ ଅରିଜିନାଲ, ଚଳଚିତ୍ର, ସ୍ପୋର୍ଟସ ଏବଂ ସୋନି ଇଣ୍ଡିଆ ନେଟୱର୍କ ର ପ୍ରିମିୟମ କଂଟେଟ ଏବଂ ହଲିଉଡର ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକୁ ନେଇଆସିବ ।”
ହୋଇଚୋଇ, ରିଭେନ୍ୟୁ ଏବଂ ଷ୍ଟ୍ରାଟଜି-ଭିପି ସୌମ୍ୟା ମୁଖାର୍ଜୀ କହିଛନ୍ତିଯେ, “ଏୟାରଟେଲ ସହି ଏହି ସହଭାଗିତା ହୋଇଚୋଇକୁ ଟିୟର ୨ ଏବଂ ଟିୟର-୩ ସହରଗୁଡ଼ିକରେ ଗଭୀରକୁ ପ୍ରବେଶ କରିବାକୁ ସକ୍ଷମ କରିବ । କାରଣ ଏହି ସହଭାଗିତା ଏୟାରଟେଲ ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଏୟାରଟେଲ ରିଚାର୍ଜ ପ୍ୟାକ ସହିତ ଯୋଡ଼ି ହୋଇଥିବା ଏକ ହୋଇଚୋଇ ସବସ୍କ୍ରିପ୍ସନ ପ୍ରଦାନ କରିବ ।” ସେହିଭଳି ଏରୋସ୍ ନାଓ, ଚିଫ ଏକ୍ସିକ୍ୟୁଟିଭ ଅଫିସର ଶ୍ରୀ ଅଲ୍ଲୀ ହୁସେନ କହିଛନ୍ତିଯେ, “ଏୟାରଟେଲ ଏକ୍ସଟ୍ରିମ ସହିତ ଏହି ପାରସ୍ପରିକ ସହଭାଗିତା ଭାରତରେ ଏରୋସ ନାଓର ଗ୍ରହଣୀୟତାକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ଆହୁରି ଅଧିକ ସଂଖ୍ୟକ ଭିଡିଓ ବ୍ୟବହାରକାରୀଙ୍କୁ ଆମର ଲୋକପ୍ରିୟ ତଥା ଜଡ଼ିତ କଂଟେଟଗୁଡ଼ିକର ବ୍ୟବହାର କରିବାର ଅନୁମତି ଦେବ ।”


Share It

Comments are closed.