ଏୟାରଟେଲ୍ ପକ୍ଷରୁ ଏକ୍ସସେଫ୍ ଉନ୍ମୋଚିତ


ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ସହଜରେ ପରିଚାଳନା କରି ହେଉଥିବା ଏଣ୍ଡ୍ ଟୁ ଏଣ୍ଡ୍ ଗୃହ ନିରୀକ୍ଷଣ ସମାଧାନ, ଏକ୍ସସେଫର ଶୁଭାରମ୍ଭ କରାଯାଇଛି । ଯେଉଁଥିରେ ଏକ ୱାଇ-ଫାଇ ଭିତିକ ଉନ୍ନତ କ୍ୟାମେରା ବ୍ୟବହାର କରାଯାଇଛି ଯାହା ଚଳପ୍ରଚଳକୁ ଚିହ୍ନଟ କରିପାରୁଛି । ଫଳରେ ଆପଣ ଯେକୌଣସି ସ୍ଥାନରେ ରହି ନିଜ ପ୍ରିୟଜନଙ୍କ ସହ କଥା ହୋଇପାରିବେ ଏବଂ ଏୟାରଟେଲ୍ ଏକ୍ସସେଫ୍ ଆପ୍ ଜରିଆରେ ଘରେ କ’ଣ ଘଟୁଛି ତାହାର ୩୬୦ଂ ଦୃଶ୍ୟ ଦେଖିପାରିବେ । କୌଣସି ଚିନ୍ତାଜନକ ଚଳପ୍ରଚଳକୁ କ୍ୟାମେରା ଚିହ୍ନଟ କଲେ ଆପ୍ ତୁରନ୍ତ ବାସ୍ତବ ସମୟ ଆଲର୍ଟ ପ୍ରଦାନ କରିବ । ପ୍ରଦାନ କରାଯାଉଥିବା ନୋଟିଫିକେସନ ଜରିଆରେ ଯେକୌଣସି ସମୟରେ ରେକର୍ଡ ହୋଇଥିବା ଫିଡ୍‌କୁ ଦେଖିପାରିବେ । ସାରା ଦିନର ଫିଡ୍ ବଦଳରେ ଗ୍ରାହକମାନେ ଏୟାରଟେଲ୍‌ର ସୁରକ୍ଷିତ କ୍ଲାଉଡ୍ ଷ୍ଟୋରେଜ୍‌କୁ ବ୍ୟବହାର କରି ଆପ୍ ଜରିଆରେ ଯେକୌଣସି ସମୟରେ ଭିଡିଓକୁ ହାସଲ କରିପାରିବେ । ଏହି ସମ୍ପୂର୍ଣ୍ଣ ସମାଧାନରେ ଏଣ୍ଡ୍ ଟୁ ଏଣ୍ଡ ଏନକ୍ରିପ୍‌ସନ୍ ସକ୍ରିୟ ରହିଛି ଯାହା ସମ୍ପୂର୍ଣ୍ଣ ଗୋପନୀୟତା ନିଶ୍ଚିତ କରୁଛି । ଏହି ଉତ୍ସବ ଋତୁରେ ଏୟାରଟେଲ ଏହାର ଏକ୍ସସେଫ୍ ଉତ୍ପାଦରେ ସୀମିତ ସମୟର ରିହାତି ପ୍ରଦାନ କରୁଛି । ଏହି ଷ୍ଟିକି କ୍ୟାମ୍‌ର ଦାମ୍ ୨,୪୯୯ ଟଙ୍କା ଏବଂ ୩୬୦ଂ କ୍ୟାମ୍‌ର ଦାମ୍ ୨,୯୯୯ ଟଙ୍କା ଏବଂ ସକ୍ରିୟ ପ୍ରତିରକ୍ଷା କ୍ୟାମେରା ଦାମ୍ ୪,୪୯୯ ଟଙ୍କା ରହିଛି । ଗ୍ରାହକମାନେ ୯୯୯ ଟଙ୍କାର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ଚାର୍ଜ ଦେଇ ୧ ମାସର ସବ୍‌ସ୍କ୍ରିପ୍‌ସନ୍ ମାଗଣାରେ ପାଇପାରିବେ ।
ନୂଆ ଗୃହ ନିରୀକ୍ଷଣ ସମାଧାନର ଉନ୍ମୋଚନ ବିଷୟରେ ମତ ବ୍ୟକ୍ତ କରି ଭାରତୀ ଏୟାରଟେଲ୍‌ର ସିଇଓ (ହୋମ୍‌ସ) ବୀର ଇନ୍ଦର ନାଥ କହିଛନ୍ତି ଯେ, “ନିଜ ପ୍ର୍ରିୟଜନଙ୍କ ଭଲମନ୍ଦକୁ ନେଇ ଚିନ୍ତିତ ରହୁଥିବା ଗ୍ରାହକମାନଙ୍କ ପାଇଁ ଏକ୍ସସେଫ୍ ହେଉଛି ଏକ ଉପଯୁକ୍ତ ସମାଧାନ । ଏହା ହେଉଛି ଏକ ସହଜରେ ପରିଚାଳନା କରି ହେଉଥିବା ଏଣ୍ଡ୍ ଟୁ ଏଣ୍ଡ୍ ଗୃହ ନିରୀକ୍ଷଣ ସମାଧାନ ଯାହା ଗ୍ରାହକମାନଙ୍କୁ ପ୍ରିୟଜନଙ୍କ ଉପରେ ନଜର ରଖିବାରେ ସହାୟକ ହେଉଛି । ଏକ କ୍ୟାମେରା ଜରିଆରେ ଉଭୟ ପାଶ୍ୱର୍ରୁ ଯୋଗାଯୋଗ ଜରିଆରେ ଯେକୌଣସିି ଠାରୁ ନିଜ ଘରେ ଥିବା ଲୋକଙ୍କ ସହ କଥାବାର୍ତା କରିବାରେ ମଧ୍ୟ ଏହା ସହାୟକ ହେଉଛି ।’’ଅତ୍ୟାଧୁନିକ କ୍ୟାମେରା ବ୍ୟତୀତ ପ୍ରତି ଗ୍ରାହକ ଆମର ପରିଦର୍ଶନ କରିବାକୁ ଥିବା ବିଶେଷଜ୍ଞଙ୍କଠାରୁ ମାଗଣା ପରାମର୍ଶ ପାଇପାରିବେ । ପୁନଶ୍ଚ, ଗ୍ରାହକମାନେ ଏକ ଉତ୍ସର୍ଗୀକୃତ ଏଆଇ ଶକ୍ତି ଥିବା ଏୟାରଟେଲ୍ ଏକ୍ସସେଫ୍ ଆପ୍ ଓ ବିଶ୍ୱ ଶ୍ରେଣୀର ଏୟାରଟେଲ୍ ଇନଷ୍ଟଲେସନ୍ ଓ ବିକ୍ରି ପରବର୍ତୀ ସହାୟତା ପାଇପାରିବେ ।’’
ମୁମ୍ବାଇ, ଦିଲ୍ଲୀ-ଏନ୍‌ସିଆର୍‌, ବାଙ୍ଗାଲୋର, ଚେନ୍ନାଇ, କୋଲକାତା ଭଳି ୪୦ ସହରରେ ଉପଲବ୍ଧ ଥିବା ଏକ୍ସସେଫ୍ ଡିଭାଇସ୍‌କୁ ଗ୍ରାହକମାନେ ୱେବସାଇଟ୍ https://www.airtel.in/xsafe/ ପରିଦର୍ଶନ କରି କିମ୍ବା ସହଜରେ ଏୟାରଟେଲ୍ ଥାଙ୍କ୍‌ସ ଆପ୍‌ରେ ଲଗ୍ ଇନ୍ କରି ବୁକିଂ କରିପାରିବେ । ଏୟାରଟେଲ୍ ପକ୍ଷରୁ ଗ୍ରାହକମାନଙ୍କ ମାସିକ ପୋଷ୍ଟପେଡ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ବିଲ୍ ସହ ଏକ୍ସସେଫ୍ ସବ୍‌ସ୍କ୍ରିପ୍‌ସନ୍ ଚାର୍ଜକୁ ଯୋଡ଼ିବା ଦିଗରେ କାର୍ଯ୍ୟ କରାଯାଉଛି ଯାହା ଖୁବ୍‌ଶୀଘ୍ର ଉପଲବ୍ଧ ହେବ ।


Share It

Comments are closed.