ଏୟାରଟେଲ୍ ଆରମ୍ଭ କଲା ‘ୱିିଙ୍କ ଟ୍ୟୁବ୍’


ଭାରତର ଅଗ୍ରଣୀ ଟେଲିକମ୍ୟୁନିକେସନ ସେବା ପ୍ରଦାନକାରୀ କମ୍ପାନୀ, ଭାରତୀ ଏୟାରଟେଲ ପକ୍ଷରୁ ଏହାର ନୂତନ ମ୍ୟୁଜିକ୍ ଷ୍ଟ୍ରିମିଂ ଆପ୍- ୱିଙ୍କ ଟ୍ୟୁବର ଶୁଭାରମ୍ଭ କରାଯାଇଛି । ଏୟାରଟେଲର ଇନହାଉସ୍ ଟିମ୍ ଦ୍ୱାରା ଭାରତ ପାଇଁ ପ୍ରସ୍ତୁତ କୋଟି କୋଟି ସ୍ମାର୍ଟଫୋନ୍ ବ୍ୟବହାରକାରୀ ବିଶେଷକରି ଟାୟାର ୨, ୩ ଏବଂ ଗ୍ରାମାଞ୍ଚଳ ଗ୍ରାହକ ମାନଙ୍କୁ ଏହା ଏକ ନୂତନ ଅନୂଭୂତି ପ୍ରଦାନ କରିବ । ୱିଙ୍କ ମ୍ୟୁଜିକର ସମ୍ପ୍ରସାରିତ ରୁପ, ୱିଙ୍କ ଟ୍ୟୁବ୍ ସମାନ ଇଣ୍ଟରଫେସରେ ଉଭୟ ଅଡ଼ିଓ ଏବଂ ଭିଡ଼ିଓକୁ ଉପଭୋଗ କରିବାର ସୂଯୋଗ ପ୍ରଦାନ କରୁଛି । ବର୍ତ୍ତମାନ ଉକ୍ତ ଆପ୍ ଆଣ୍ଡ୍ରଏଡ଼ ସ୍ମାର୍ଟଫୋନରେ ଉପଲବ୍ଧ ହେଉଛି ।
ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ୍ ପକ୍ଷରୁ ଏହାର କଣ୍ଟେଣ୍ଟ ଏବଂ ଆପ୍ସର, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ସମୀର ବାତ୍ରା କହିଛନ୍ତିଯେ, “ଛୋଟ ସହର ଏବଂ ଅଣ ମେଟ୍ରୋ ମାନଙ୍କରେ କୋଟି କୋଟି ସ୍ମାର୍ଟଫୋନ୍ ବ୍ୟବହାରକାରୀ ମାନଙ୍କୁ ଦୃଷ୍ଟିରେରଖି ଉୟିଙ୍କ ଟ୍ୟୁବର ଶୁଭାରମ୍ଭ କରାଯାଇଛି । ଏକ ଏକୀଭୂତ ଅଡ଼ିଓ ଭିଡ଼ିଓ ମ୍ୟୁଜିକ୍ ଅନୁଭୂତି ଆମର ପ୍ରଥମ ୧୦ କୋଟି ଉପଭୋକ୍ତାଙ୍କୁ ମ୍ୟୁଜିକର ଏକ ଅନନ୍ୟ ଅନୁଭୂତି ପ୍ରଦାନ କରିବ । ୱିଙ୍କ ଟ୍ୟୁବ୍ ଭାରତରେ ଏକ ଲୋକପ୍ରିୟ ମ୍ୟୁଜିକ୍ ପ୍ଲାଟଫର୍ମ ହୋଇପାରିବବୋଲି ଆମ୍ଭେମାନେ ଆଶାବାଦୀ ।”
ୱିଙ୍କ ଟ୍ୟୁବ୍ ଖୁବ୍ କମ୍ ହାଲୁକା ଆପ୍ (କେବଳ ୫ ଏମବି), ଯାହାକି ଅବିରତଭାବେ ସାଧାରଣ ସ୍ମାର୍ଟଫୋନ୍ ଠାରୁ ଆରମ୍ଭକରି ଆଣ୍ଡ୍ରଏଡ଼ ଗୋ ଭାରିଆଣ୍ଟରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ । ଉକ୍ତ ଆପ୍ ୧୨ଟି ଆଞ୍ଚଳିକ ଭାରତୀୟ ଭାଷାରେ ଉପଲବ୍ଧ । ୱିଙ୍କ ଟ୍ୟୁବ୍ରେ ୪୦ ଲକ୍ଷରୁ ଅଧିକ ଗୀତ ଏବଂ ଏଥି ସମ୍ପର୍କିତ ଭିଡ଼ିଓର ସମ୍ଭାର ରହିଛି ।


Share It

Comments are closed.