ଏୟାରଟେଲର ‘ୱାର୍ଲଡ ପାସ୍‌’ସହିତ ଏବେ ଭ୍ରମଣ କରିବା ଆହୁରି ସହଜ


ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ‘ଏୟାରଟେଲ ୱାର୍ଲଡ ପାସ୍‌’ର ଶୁଭାରମ୍ଭ କରାଯାଇଛି, ଯାହା ୧୮୪ଟି ଦେଶରେ ବାଧାହୀନ ଭାବେ କାର୍ଯ୍ୟ କରିଥାଏ । ତେଣୁ ଯଦି ଆପଣ ଏକ ବିମାନବନ୍ଦର ଗମନାଗମନରେ ଅଛନ୍ତି କିମ୍ବା ଗୋଟିଏ କିମ୍ବା ତାଠାରୁ ଅଧିକ ସହରକୁ ଭ୍ରମଣ କରୁଛନ୍ତି ତେବେ ଏହି ଗୋଟିଏ ପ୍ୟାକ ଆପଣଙ୍କ ସମସ୍ତ ରୋମିଙ୍ଗ ଆବଶ୍ୟକତାକୁ ପୂରା କରିଥାଏ । ଅନେକ ଗ୍ରାହକ ସାଧାରଣତଃ ଆନ୍ତର୍ଜାତୀୟ ରୋମିଙ୍ଗ ପ୍ୟାକଗୁଡ଼ିକୁ ନେଇ ଦ୍ୱନ୍ଦରେ ପଡ଼ିଯାନ୍ତି । ଫଳାଫଳ ସ୍ୱରୂପ ବିଦେଶରେ ସେମାନେ ଅସ୍ଥାୟୀ କନେକ୍ସନଗୁଡ଼ିକର ଜଟିଳ ବିକଳ୍ପର ସନ୍ଧାନ କରନ୍ତି । ଏୟାରଟେଲ ୱାର୍ଲଡ ପାସ୍ ର ଶୁଭାରମ୍ଭ ସହିତ ଏୟାରଟେଲ ବର୍ତମାନ ଏହି ସମସ୍ୟାର ଢ଼ାଂଚାଗତ ସମାଧାନ କରିଛି । ଏଥିରେ ସମସ୍ତ ଆନ୍ତର୍ଜାତୀୟ ଗ୍ରାହକଙ୍କ ପାଇଁ କଲ୍ ଏବଂ ହ୍ୱାଟ୍‌ସଆପ୍ ଚାଟ୍‌ରେ ୨୪ ଘଂଟିଆ କଲ୍ ସେଂଟର ସହାୟତା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି । ବାରମ୍ବାର ଯାତ୍ରା କରୁଥିବା ଏବଂ ଦୀର୍ଘ ସମୟ ରହଣି କରୁଥିବା ଗ୍ରାହକଙ୍କ ପାଇଁ ବିଶେଷ ରୂପେ ପ୍ରିପେଡ ଏବଂ ପୋଷ୍ଟପେଡ ପ୍ୟାକ ଡିଜାଇନ କରାଯାଇଛି ଯାହା ଏକ ସୁଲଭ ମୂଲ୍ୟରେ ୧ବର୍ଷ ପର୍ଯ୍ୟନ୍ତର ବୈଧତା ପ୍ରଦାନ କରୁଛି । ଏହାଛଡ଼ା ଜରୁରୀକାଳୀନ ବ୍ୟବହାର ଏବଂ ମେସେଜିଙ୍ଗ ଆପ୍ଲିକେସନ ପାଇଁ ଗ୍ରାହକମାନଙ୍କ ପାଖରେ ସୀମାହୀନ ଡାଟା ଉପଲବ୍ଧ ରହିବ ।

ଏୟାରଟେଲ ଓା୍ୱର୍ଲଡ ପାସ୍‌ର ଶୁଭାରମ୍ଭ ଉପରେ ମତ ରଖି ଭାରତୀ ଏୟାରଟେଲର କଞ୍ଜ୍ୟୁମର ବିଜନେସ ଡାଇରେକ୍ଟର ଶ୍ରୀ ଶାସ୍ୱତ ଶର୍ମା କହିଛନ୍ତି ଯେ, “ଏୟାରଟେଲ ଠାରେ ଆମର ଲକ୍ଷ୍ୟ ହେଉଛି ଗ୍ରାହକଙ୍କ ସମସ୍ୟାର ସମାଧାନ କରିବା । ଆନ୍ତର୍ଜାତୀୟ ଭ୍ରମଣ ସମ୍ବନ୍ଧିତ ଚିନ୍ତା ସମ୍ବନ୍ଧରେ ଆମେ ଶୁଣିଥିବା ମତାମତ ଆମକୁ ଆମ ଗ୍ରାହକଙ୍କ ପାଇଁ ଏକ ଯଥାର୍ଥ ପ୍ରସ୍ତାବ-ଏୟାରଟେଲ ୱାର୍ଲଡ ପାସ୍ ର ଶୁଭାରମ୍ଭ କରିବାକୁ ବାଧ୍ୟ କରିଛି । ଏହା ଆମର ଗ୍ରାହକଙ୍କୁ ସମଗ୍ର ବିଶ୍ୱ ପାଇଁ ଗୋଟିଏ ପ୍ୟାକ ସହିତ ବିଶେଷ କରି ଯଥେଷ୍ଟ ଅଧିକ ମୂଲ୍ୟ ପ୍ରଦାନ କରୁଛି ଏବଂ ସେମାନେ ଆପ୍‌ରେ ଯାହା ବ୍ୟବହାର କରନ୍ତି ତାହାକୁ ନିୟନ୍ତ୍ରଣ କରିବାର ଅନୁମତି ଦେଉଛି ଏବଂ ପ୍ୟାକ ରିହାତି ସମାପ୍ତ ହୋଇଯିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ଜରୁରୀକାଳୀନ ଡାଟା ବ୍ୟବହାର କରିବାର ଅନୁମତି ଦେଉଛି । ଏୟାରଟେଲ ୱାର୍ଲଡ ପାସ୍ ସହିତ ଆମେ ବିଶ୍ୱସ୍ତରୀୟ ଟେଲିକମ ଶିଳ୍ପ କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛୁ । ମୁଁ ନିଶ୍ଚିତ ଯେ ଆମର ଗ୍ରାହକମାନେ ଏହାଦ୍ୱାରା ଗଭୀର ରୂପେ ଲାଭାନ୍ୱିତ ହେବେ । ବାସ୍ତବରେ ଆମର ନୂଆ ପ୍ଲାନ ଅଧିକାଂଶ ଦେଶର ଟ୍ରାଭେଲ କିମ୍ବା ସ୍ଥାନୀୟ ସିମ ତୂଳନାରେ ଯଥେଷ୍ଟ ଉତମ ମୂଲ୍ୟ ପ୍ରଦାନ କରୁଛି ।”


Share It

Comments are closed.