ଏୟାରଟେଲ୍ ପକ୍ଷରୁ ଏୟାରଟେଲ୍ ସିକ୍ୟୋର୍ ଉନ୍ମୋଚିତ


ଭୁବନେଶ୍ୱର: ଭାରତୀ ଏୟାରଟେଲ୍ ପକ୍ଷରୁ ଆଜି ବ୍ୟବସାୟୀ ଗ୍ରାହକମାନଙ୍କ ପାଇଁ ଅତ୍ୟାଧୁନିକ ସାଇବର ସୁରକ୍ଷା ସମାଧାନର ଏକ ବିସ୍ତୃତ ସୁଟ୍‌- ଏୟାରଟେଲ୍ ସିକ୍ୟୋର୍‌ର ଶୁଭାରମ୍ଭ କରାଯାଇଛି । ବ୍ୟବସାୟଗୁଡିକ ନିଜ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଲାଗି ଏବେ ପ୍ରକ୍ରିୟାଗୁଡିକୁ କ୍ଲାଉଡ୍ ଓ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକୁ ସ୍ଥାନାନ୍ତର କରୁଛନ୍ତି, ଏଥିଯୋଗୁଁ ସେମାନେ ଅତ୍ୟାଧୁନିକ ସାଇବର୍ ଆକ୍ରମଣର ବର୍ଦ୍ଧିତ ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି; ଯାହାକି ଯେକୌଣସି ସ୍ଥାନରୁ ଆସିପାରେ ଏବଂ ସେମାନଙ୍କ ପରିଚାଳନାକୁ ଗମ୍ଭୀର ଭାବେ ପ୍ରଭାବିତ କରିବାର କ୍ଷମତା ରଖିଛି । ବର୍ତମାନର ବିଶ୍ୱର ୨ୟ ସର୍ବବୃହତ୍ ଇଂଟର୍‌ନେଟ୍ ବଜାର ପାଲଟିଥିବା ଭାରତ ସାଇବର୍ ଆକ୍ରମଣ ଓ ଠକାମି କ୍ଷେତ୍ରରେ ବିଶ୍ୱ ସ୍ତରରେ ୫ମ ସ୍ଥାନରେ ରହିଛି । ୨୦୨୫ ସୁଦ୍ଧା ଭାରତୀୟ ସାଇବର ସୁରକ୍ଷା ବଜାର ୧୩ ବିଲିୟନ ଡଲାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଭାରତୀ ଏୟାରଟେଲ୍‌ର (ଇଣ୍ଡିଆ ଓ ସାଉଥ୍ ଏସିଆ) ଏମ୍‌ଡି ଓ ସିଇଓ ଗୋପାଳ ଭିଟ୍ଟଲ କହିଛନ୍ତି ଯେ, ଗ୍ରାହକଙ୍କ ସହ ଆଲୋଚନା ବେଳେ ସାଇବର ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ଆମେ ଜାଣିବାକୁ ପାଇଥିଲୁ । ଏୟାରଟେଲ୍ ସିକ୍ୟୋରକୁ ଏହି ଆବଶ୍ୟକତାକୁ ପୂରଣ କରିବା ଲାଗି ନିର୍ମାଣ କରାଯାଇଛି । ଏହା ଏୟାରଟେଲ୍‌ର ବର୍ଦ୍ଧିତ ନେ୍‌ଟୱର୍କ ସୁରକ୍ଷାକୁ ଗ୍ଲୋବାଲ ପାର୍ଟନର୍‌ସିପ୍‌ଗୁଡିକ ମାଧ୍ୟମରେ ପ୍ରଦାନ କରାଯାଉଥିବା ଅତ୍ୟାଧୁନିକ ସମାଧାନଗୁଡିକ ସହିତ ଏକତ୍ରିତ କରିଥାଏ, ଯାହାଫଳରେ ଏଣ୍ଡ-ଟୁ-ଏଣ୍ଡ ପରିଚାଳିତ ସୁରକ୍ଷା ସେବା ବିତରଣ କରାଯାଇପାରିଥାଏ । ଆମେ ବିଶ୍ୱାସ କରୁଛୁ ଯେ, ଏୟାରଟେଲ୍ ସିକ୍ୟୋର ଗ୍ରାହକଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବା ସହିତ ସମ୍ଭାବ୍ୟ ବିପଦ ପ୍ରତି ପ୍ରତିକ୍ରିୟା ସମୟକୁ ଶୀଘ୍ର ସମ୍ଭବ କରିବ ଓ ବ୍ୟବସାୟର ବିପଦକୁ ହ୍ରାସ କରିବା ଲାଗି ସେମାନଙ୍କ ଡାଟାକୁ ସରକ୍ଷିତ ରଖିବ ।
ଏୟାରଟେଲ୍ ସିକ୍ୟୋର୍‌ର ଅଂଶ ଭାବେ,ଏୟାରଟେଲ୍ ପକ୍ଷରୁ ଆଜି ଏହାର ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ସିକ୍ୟୁରିଟି ଇଂଟେଲିଜେନ୍ସ ସେଂଟର୍‌ର ଶୁଭାରମ୍ଭ କରାଯାଇଛି । ଦିଲ୍ଲୀରେ ଅବସ୍ଥିତି ଏହି ସେଂଟର୍ ସମ୍ଭାବ୍ୟ ବିପଦକୁ ଦୂର କରିବା ପାଇଁ ଆଡ୍‌ଭାନ୍ସଡ୍ ଟେକ୍ନୋଲୋଜି ଓ ଏଆଇ/ଏମ୍‌ଏଲ୍ ଟୁଲ୍ ସହିତ ଭାରତରେ ସର୍ବୋତମ ସଂସ୍ଥା ମଧ୍ୟରୁ ଅନ୍ୟତମ । ଏହି ସେଂଟର୍ ସମସ୍ତ ବୃହତ୍ ଉଦ୍ୟୋଗଠାରୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟ ଆକାରର ବ୍ୟବସାୟ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବ୍ୟବସାୟଗୁଡିକୁ ୨୪/୭ ଘଂଟା ଆଧାରରେ ଟ୍ରାକିଙ୍ଗ୍ ସେବା ପ୍ରଦାନ କରିବ । ଏହି ସେଂଟର୍‌ର ଏକ ଭର୍ଚୁଆଲ୍ ଟୁର୍ ପାଇଁ https://www.airtel.in/business/airtel-secureùeରେ ଭିଜିଟ୍ କରନ୍ତୁ । ଏୟାରଟେଲ୍ ସିକ୍ୟୋର୍ ଗ୍ଲୋବାଲ ଲିଡର ଯେପରିକି ସିସ୍‌କୋ, ରାଡ୍‌ୱେୟାର, ଭିଏମ୍‌ୱେୟାର ଓ ଫୋର୍ସପଏଂଟ୍ ଅଦରି ସହିତ ରଣନୈତିକ ସହଭାଗିତା ମାଧ୍ୟମରେ ଏଣ୍ଡ୍ ପଏଂଟ୍ ପ୍ରୋଟେକ୍ସନ, ଇମେଲ୍ ପ୍ରୋଟେକ୍ସନଠାରୁ ଆରମ୍ଭ କରି କ୍ଲାଉଡ୍ ଡିଡିଓଏସ୍ ପ୍ରେଟେକ୍ସନ ଆଦିକୁ ନେଇ ସବୁଠାରୁ ବିସ୍ତୃତ ପୋର୍ଟଫୋଲିଓର ନିର୍ମାଣ କରିଛି । ଏୟାରଟେଲ୍ ଓ ସିସ୍‌କୋ ଘୋଷଣା କରିଛନ୍ତି ଯେ, ସେମାନେ ମିଳିତ ଭାବେ ବଜାରରେ କଟିଙ୍ଗ-ଏଜ୍ ସୁରକ୍ଷା ସମାଧାନର ବ୍ୟାପକ ରେଞ୍ଜ ଆଣିବେ ଯାହାକି ନେଟ୍‌ୱର୍କ, ଏଣ୍ଡପଏଂଟ୍‌, ଆପ୍ଲିକେଶନ ଓ କ୍ଲାଉଡ୍‌କୁ ସୁରକ୍ଷିତ ରଖିବ । ସେହିପରି ରାଡ୍‌ୱେୟାର ସହିତ ସହଭାଗିତା ମାଧ୍ୟମରେ ଭାରତର ପ୍ରଥମ ଗ୍ଲୋବାଲ ଡାଟା ସ୍କ୍ରବିଙ୍ଗ୍ ସେଂଟର୍ ସ୍ଥାପନ କରାଯାଇଛି ଯାହାକି ଦେଶରେ ତଥ୍ୟ ଓ ସୂଚନା ପ୍ରତି ବିପଦକୁ ଦୂର କରିବା ସୁନିଶ୍ଚିତ କରିବ । ଏୟାରଟେଲ୍ ସିକ୍ୟୋର୍ ଏବେ ଏୟାରଟେଲ୍‌ର ପ୍ରାୟ ୧୦ ଲକ୍ଷରୁ ଅଧିକ ବ୍ୟବସାୟୀ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି । ଫ୍ଲିପ୍‌କାର୍ଟ, ହାଭେଲ୍ସ, ଫିଡେଲିଟି ଇଣ୍ଡିଆ, ଆର୍‌-ସିଷ୍ଟମ୍‌ସ ଭଳି ଏକାଧିକ କମ୍ପାନୀ ଏୟାରଟେଲ୍ ସିକ୍ୟୋର୍‌ରୁ ଲାଭବାନ ହେଉଛନ୍ତି ।


Share It

Comments are closed.