ଏୟାରଟେଲ ପକ୍ଷରୁ ‘ଏୟାରଟେଲ ଆଇକ୍ୟୁ ଭିଡିଓ’ର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏକ ସିପାସ୍ ସମାଧାନ-‘ଏୟାରଟେଲ ଆଇକ୍ୟୁ ଭିଡିଓ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସମାଧାନକୁ ଏୟାରଟେଲର ଇନ-ହାଉସ ଇଞ୍ଜିନିୟରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏୟାରଟେଲ ଆଇକ୍ୟୁ ଭିଡିଓ, ଏୟାରଟେଲର ସ୍ଥାୟୀ କ୍ଲାଉଡ ଏବଂ ଅତ୍ୟାଧୁନିକ ଭିଡିଓ ଟେକ୍ନୋଲୋଜିର ବ୍ୟବହାର କରି ବ୍ୟବସାୟଗୁଡ଼ିକୁ ଭିତିଭୂମି ଏବଂ ପ୍ରଯୁକ୍ତିବିଦ୍ୟାରେ ସର୍ବନିମ୍ନ ନିବେଶ ସହିତ ବୃହତ ଏବଂ କ୍ଷୁଦ୍ର ସ୍କ୍ରିନଗୁଡ଼ିକ ପାଇଁ ବିଶ୍ୱ ସ୍ତରୀୟ ଭିଡିଓ ଷ୍ଟ୍ରିମିଙ୍ଗ ଉତ୍ପାଦ ନିର୍ମାଣ କରିବାରେ ସହାୟତା କରିଥାଏ । ଏୟାରଟେଲ ଆଇକ୍ୟୁ ଭିଡିଓ ଏକ ଏଣ୍ଡ-ଟୁ-ଏଣ୍ଡ ପରିଚାଳିତ ସମାଧାନ ଯାହାକି ଖର୍ଚ୍ଚ ଲାଭ ସହିତ ସୁବିଧା ମଧ୍ୟ ଦେଇଥାଏ । ଏହା ଆପ୍ ଡେଭଲପମେଂଟ, କଂଟେଟ ହୋଷ୍ଟିଙ୍ଗ, କ୍ୟୁରେସନ ଏବଂ ଲାଇଫସାଇକେଲ ପରିଚାଳନାଠୁ ଆରମ୍ଭ କରି ସନ୍ଧାନ ଏବଂ ଆବିଷ୍କାର, ଆନାଲିଟିକ ଏବଂ ମୋନେଟାଇଜେସନ ମଡେଲ(ଆଡଭର୍ଟାଇଜିଙ୍ଗ, ସବ୍‌ସ୍କ୍ରିପ୍ସନ, ଟ୍ରାଞ୍ଜାକ୍ସନ) ପର୍ଯ୍ୟନ୍ତ ବିଭିନ୍ନ ଫିଚରଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛି ।
ଆଦର୍ଶ ନାୟର, ଚିଫ ପ୍ରଡକ୍ଟ ଅଫିସର, ଭାରତୀ ଏୟାରଟେଲ କହିଛନ୍ତିଯେ, “ଏୟାରଟେଲ ଆଇକ୍ୟୁ ଭିଡିଓ ଏକ ସହଜ ବ୍ୟବହୃତ ପ୍ଲାଟଫର୍ମ ଆଣିଛି ଯାହାକି ଯେକୌଣସି ବ୍ୟକ୍ତିଙ୍କୁ ଭିଡିଓ ଷ୍ଟ୍ରିମିଙ୍ଗରେ ସେମାନଙ୍କ ବ୍ୟବସାୟକୁ ତୁରନ୍ତ ନିର୍ମାଣ ଏବଂ ଅଭିବୃଦ୍ଧି ପାଇଁ ସକ୍ଷମ କରିପାରିବ । ଏହା ଉଦ୍ୟୋଗଗୁଡ଼ିକୁ କଂଟେଟ ଉପରେ ଧ୍ୟାନ ଦେବା ପାଇଁ ଉତ୍ସାହିତ କରିବ ଯେବେକି ଏୟାରଟେଲ ଆଇକ୍ୟୁ ଭିଡିଓର ଏଣ୍ଡ-ଟୁ-ଏଣ୍ଡ ଟେକ୍ନୋଲୋଜି ଗ୍ରାହକଙ୍କ ପାଇଁ ଏକ ଉନ୍ନତ ଦୃଶ୍ୟତା ଅନୁଭୂତି ସୁନିଶ୍ଚିତ କରିଥାଏ । ଏୟାରଟେଲ ଆଇକ୍ୟୁ ଭିଡିଓ ସହିତ ଆମେ ଅଧିକରୁ ଅଧିକ କଂଟେଟ ଷ୍ଟାର୍ଟଅପ ଏବଂ ପାରମ୍ପରିକ କଂଟେଟ କମ୍ପାନୀଗୁଡ଼ିକୁ ଅନଲାଇନ ଆସିବା ଏବଂ ଡିଜିଟାଲ ଭାବେ ସିଧାସଳଖ ସେମାନଙ୍କ ଉପଭୋକ୍ତାଙ୍କ ସହ ଜଡ଼ିତ ହେବା ଦେଖିବାକୁ ଚାହୁଁଛୁ ।”
ଏହା ସମ୍ପର୍କରେ ରାଜ୍ ଟେଲିଭିଜନ ନେଟୱର୍କର ମ୍ୟାନେଜିଙ୍ଗ ଡାଇରେକ୍ଟର, ଶ୍ରୀ ଏମ୍ ରାଜେନ୍ଧରନ କହିଛନ୍ତିଯେ, “ଏୟାରଟେଲ ଆଇକ୍ୟୁ ଭିଡିଓର ବ୍ୟବହାର କରି ଆମେ ଆମର କଂଟେଟଗୁଡ଼ିକୁ ଡିଜିଟାଇଜ କରିବାକୁ ସକ୍ଷମ ହୋଇଛୁ ଏବଂ ଏହାକୁ ଏୟାରଟେଲର କ୍ଲାଉଡ ପ୍ଲାଟଫର୍ମଗୁଡ଼ିକରେ ଆୟୋଜିତ କରି ଆମର ନିଜସ୍ୱ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ଉଭୟ ଭାରତ ଏବଂ ସମଗ୍ର ବିଶ୍ୱର ଗ୍ରାହକଙ୍କୁ ଯୋଗାଇଦେଉଛୁ । ଏୟାରଟେଲ ସହ ଆମର ସମ୍ପର୍କକୁ ଆହୁରି ଗଭୀର କରିବାକୁ ଆମେ ଅପେକ୍ଷା କରିଛୁ ।”
ବିଟା ପର୍ଯ୍ୟାୟରେ ଏୟାରଟେଲ ଆଇକ୍ୟୁ ଭିଡିଓ ଏରୋସ ନାଓ ଏବଂ ନେପାଳର ସିଜି ଟେଲିକମ ଦ୍ୱାରା ମଧ୍ୟ ନିୟୋଜିତ ହୋଇଛି । ବଜାର ଆଗ୍ରହ ଅଧିକ ରହୁଥିବାରୁ ଆସନ୍ତା ବର୍ଷଗୁଡ଼ିକରେ ଏୟାରଟେଲ ଏହି ପ୍ଲାଟଫର୍ମରେ ୫୦ରୁ ଅଧିକ ବ୍ରାଣ୍ଡକୁ ସାମିଲ କରିବାକୁ ଆଶା କରୁଛି । ନିର୍ବାଣ ଚୌଧୁରୀ, ମ୍ୟାନେଜିଙ୍ଗ ଡାଇରେକ୍ଟର, ସିଜି ଗ୍ରୁପ ସେୟାର କହିଛନ୍ତିଯେ, “ନେପାଳରେ ଆମ ଟେଲିକମ ଅଫରିଙ୍ଗର ଅଂଶ ଭାବେ ଆମର ଏକ ଅତ୍ୟାଧୁନିକ ଆଇପିଟିଭି ଏବଂ ଭିଡିଓ ଓଟିଟି ପ୍ଲାଟଫର୍ମର ଶୁଭାରମ୍ଭ କରିବାର ଅଭିଳାଷା ରହିଛି । ଏୟାରଟେଲ ଏକ୍ସଟ୍ରିମ ସହିତ ଭିଡିଓ ଆଧାରିତ ସେବାରେ ଏୟାରଟେଲର ପ୍ରମାଣିତ କାର୍ଯ୍ୟକାରିତା ଏବଂ ଏକ ଟେଲିକମ କମ୍ପାନୀର ଗଭୀର ବୁଝାମଣା ଆମର ସହଭାଗିତା ପାଇଁ ବାଟ ଖୋଲିଛି । ଏୟାରଟେଲ ଆଇକ୍ୟୁ ଭିଡିଓ ଉଭୟ ଆମର ଭିଡିଓ ଓଟିଟି ଆପ୍ ଏବଂ ଆଇପିଟିଭିକୁ ସଶକ୍ତ କରିବ, ଯାହାକି ନେପାଳରେ ଆମର ଗ୍ରାହକଙ୍କ ପାଇଁ ସେମାନଙ୍କ ପସନ୍ଦର ଡିଭାଇସରେ ବାଧାହୀନ ଷ୍ଟ୍ରିମିଙ୍ଗ ସୁବିଧା ନେଇଆସିବ ।” ଅଲ୍ଲୀ ହୁସେନ, ସିଇଓ, ଏରୋସ ନାଓ କହିଛନ୍ତିଯେ, “ଆମେ ବର୍ଷ ବର୍ଷ ଧରି ଏୟାରଟେଲ ସହିତ ଆମର ସହଭାଗିତାକୁ ପ୍ରଶଂସା କରୁଛୁ ଏବଂ ବର୍ତମାନ ଆମର ଟେକ୍ନୋଲୋଜି ସହଯୋଗ ପାଇଁ ଆମେ ଉତ୍ସାହିତ ରହିଛୁ । ସେମାନଙ୍କର ଦୃଢ ଭିତିଭୂମି ଏବଂ ବ୍ୟାପକ ନେଟୱର୍କ କଭରେଜ ଆମକୁ ଅନ୍ତିମ ଗ୍ରାହକଙ୍କୁ ନିରନ୍ତର ବ୍ଲକବଷ୍ଟର କଂଟେଟ ଯୋଗାଇଦେବାରେ ସାହାଯ୍ୟ କରୁଛି ।”


Share It

Comments are closed.