ଏୟାରଟେଲ ଆଇଓଟିର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏକ ଇଂଟିଗ୍ରେଟେଡ ପ୍ଲାଟଫର୍ମ, ଏୟାରଟେଲ ଆଇଓଟିର ଶୁଭାରମ୍ଭ କରାଯାଇଛି, ଯାହାକି ଉଦ୍ୟୋଗୁଡ଼ିକୁ ଇଂଟରନେଟ ଅଫ ଥିଙ୍ଗସ(ଆଇଓଟି)ର ଶକ୍ତି ବ୍ୟବହାର କରିବାକୁ ଏବଂ ସଂଯୁକ୍ତ ଜିନିଷଗୁଡ଼ିକର ଉଦୀୟମାନ ଯୁଗ ପାଇଁ ପ୍ରସ୍‌ୁତ ରହିବାକୁ ସକ୍ଷମ କରିବ । ଏୟାରଟେଲ ବିଜନେସର ନିର୍ଦ୍ଦେଶକ ତଥା ସିଇଓ ଅଜୟ ଚିତକାରାଙ୍କ ଅନୁଯାୟୀ ଆଇଓଟି ପାଇଁ ଉଦ୍ୟୋଗୁଡ଼ିକର ତିନୋଟି ପ୍ରମୁଖ ଆବଶ୍ୟକତା ରହିଛି । ପ୍ରଥମ ହେଉଛି କନେକ୍ଟିଭିଟି ସମାଧାନ ଯାହାକି ସେମାନଙ୍କ ଡିଭାଇସ ଓ ଆପ୍ଲିକେସନ ବିନିଯୋଗକୁ ଭବିଷ୍ୟପ୍ରମାଣିତ କରିଥାଏ । ଦ୍ୱିତୀୟତଃ ସେମାନଙ୍କ ତଥ୍ୟର ସୁରକ୍ଷା ଏବଂ ତୃତୀୟରେ ଆଇଓଟି ତଥ୍ୟକୁ କାର୍ଯ୍ୟକ୍ଷମ କରାଇବା ପାଇଁ ବିଦ୍ୟମାନ ଆଇଟି ସିଷ୍ଟମ ସହିତ ବାଧାହୀନ ଇଂଟିଗ୍ରେସନ । ଉଦ୍ୟୋଗଗୁଡ଼ିକର ଆଇଓଟି ଯାତ୍ରାକୁ ସରଳ କରିବା ପାଇଁ ଏୟାରଟେଲ ଆଇଓଟିକୁ ଏହି ଦିଗଗୁଡ଼ିକ ଉପରେ ନିର୍ମାଣ କରାଯାଇଛି ।”
ଏୟାରଟେଲ ଆଇଓଟି ଏକ ଏଣ୍ଡ-ଟୁ-ଏଣ୍ଡ ପ୍ଲାଟଫର୍ମ ଯାହାକି କୋଟିକୋଟି ଡିଭାଇସ ଏବଂ ଆପ୍ଲିକେସନକୁ ଏକ ଅଧିକ ନିରାପଦ ଏବଂ ବାଧାମୁକ୍ତ ଢଙ୍ଗରେ ପରିଚାଳନା ଏବଂ ସଂଯୁକ୍ତ କରିବାକୁ ସକ୍ଷମ । କାରଣ ଏହାର ମୂଳରେ ଏୟାରଟେଲର ଶକ୍ତିଶାଳୀ ୫ଜି ରେଡି ନେଟୱର୍କ ରହିଛି ଯାହାକି ଏୟାରଟେଲ ଇ-ସିମ ଟେକ୍ନୋଲୋଜିର ବ୍ୟବହାର କରି ଏନବି-ଆଇଓଟି, ୪ଜି କିମ୍ବା ୨ଜି କନେକ୍ଟିଭିଟି ନିୟୋଜନର ବିକଳ୍ପ ସହିତ ଆସିଥାଏ ।
ଅସୁବିଧାଜନକ ଇଂଟିଗ୍ରେସନ ଯାତ୍ରାକୁ ଏଡ଼ାଇବା ପାଇଁ ଏବଂ ସେମାନଙ୍କର ବିଦ୍ୟମାନ କାର୍ଯ୍ୟଧାରା ଉପକରଣ ମାଧ୍ୟମରେ ସଂଯୋଗୀକରଣ, ସଂଗ୍ରହ ଏବଂ ତଥ୍ୟ ବିଶ୍ଲେଷଣ ପ୍ରକ୍ରିୟାକୁ ସୁପ୍ରବାହୀ କରିବାରେ ଉଦ୍ୟୋଗଗୁଡ଼ିକୁ ସକ୍ଷମ କରିବା ଲାଗି ଏଥିରେ ଏପିଆଇର ଏକ ଫ୍ଲେକ୍ସିବଲ ସେଟ ରହିଛି । ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏୟାରଟେଲ ଟେଲକୋ ଗ୍ରେଡ ସିକ୍ୟୋରିଟୀ, ଯାହାକି ଉଦ୍ୟୋଗଗୁଡ଼ିକୁ ଏହା ସୁନିଶ୍ଚିତ କରିବାରେ ସାହାଯ୍ୟ କରିଥାଏଯେ ସେମାନଙ୍କର ଆଇଓଟି ତଥ୍ୟ ସୁରକ୍ଷିତ ଏବଂ ବିଶ୍ଲେଷଣ ଓ ସେବା ବିତରଣ ପାଇଁ ପ୍ରକୃତ ସମୟରେ ଉପଲବ୍ଧ ଅଟେ । ଏମଜି ମୋଟର, ପାଇନ ଲ୍ୟାବ, ପେଟିଏମ, କିର୍ଲୋସ୍କୋର, ବିଏସଇଏସ, ଜିନସ୍‌, ଏବଂ କେଂଟ ଆଗରୁ ଆଗରୁ ହିଁ ଏୟାରଟେଲର ଆଇଓଟି ସମାଧାନର ବ୍ୟବହାର କରୁଛନ୍ତି ।


Share It

Comments are closed.