ଏୟାରଟେଲ ଥାଙ୍କ୍ସରେ ପାଇବେ ଏବେ ଜି୫ର ସମସ୍ତ କଣ୍ଟେଟ ମାଗଣା


ସମସ୍ତ ଏୟାରଟେଲ ଥ୍ୟାଙ୍କ୍‌ସ ଗ୍ରାହକମାନଙ୍କ ପାଇଁ ରୋମାଂଚକର ଖବର । ସ୍ୱତନ୍ତ୍ର ଏୟାରଟେଲ ଥ୍ୟାଙ୍କ୍‌ସ ଅଫର ଅନ୍ତର୍ଗତ ଗ୍ରାହକମାନେ ଜି୫ର ପ୍ରିମିୟମ କଂଟେଟ ଗୁଡିକୁ ମାଗଣାରେ ଦେଖିପାରିବେ । ଭାରତରେ ଥିବା ଗ୍ରାହକମାନଙ୍କୁ ଉନ୍ନତ ମାନର ଡିଜିଟାଲ ମନୋରଞ୍ଜନ ଯୋଗାଇଦେବା ପାଇଁ ଭାରତର ମନୋରଞ୍ଜନ ସୁପର-ଆପ ଜି୫ ଏବଂ ଭାରତୀ ଏୟାରଟେଲ (“ଏୟାରଟେଲ”) ସେମାନଙ୍କର ସହବନ୍ଧିତାକୁ ଆହୁରି ମଜବୁତ କରିଛନ୍ତି । ଏହି ବିଶେଷ ଅଫର ଏୟାରଟେଲ ଥ୍ୟାଙ୍କସ ଗ୍ରାହକମାନଙ୍କ ପାଇଁ ଚଳିତ ମେ ୪ ଠାରୁ ଆସନ୍ତା ଜୁଲାଇ ୧୨ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏୟାରଟେଲ ଥ୍ୟାଙ୍କସ ଗ୍ରାହକମାନେ କୌଣସି ସବ୍‌ସ୍କ୍ରିପ୍ସନ ଦେୟ ବିନା ଜି୫ ପ୍ରିମିୟମ କଂଟେଟର ସମଗ୍ର କଣ୍ଟେଟର ଲାଭ ଉଠାଇବାକୁ ସକ୍ଷମ ହୋଇପାରିବେ । ଯେହେତୁ ଅଗ୍ରଣୀ ଓଟିଟି ପ୍ଲାଟଫର୍ମ, ଜି୫ ଏହାର ତୃତୀୟ ବର୍ଷର ପରିଚାଳନାରେ ପ୍ରବେଶ କରିଛି ଏବଂ ଆଗକୁ ଏହାର ସମ୍ପର୍କକୁ ଆହୁରି ମଜବୁତ କରିବାର ଲକ୍ଷ ରଖିଛି ।

ଏହା ସମ୍ପର୍କରେ ଜି୫ ଇଣ୍ଡିଆ, ବିଜନେସ ଡେଭଲପମେଂଟ ଆଣ୍ଡ କମର୍ସିଆଲ ହେଡ, ଶ୍ରୀ ମନପ୍ରିତ ବୁହ୍ମ୍ରା କହିଛନ୍ତି ଯେ, “ଏୟାରଟେଲ ସହିତ ଏହି ସହବନ୍ଧିତା ମାଧ୍ୟମରେ ଆମେ ଆମର ପହଂଚକୁ ପ୍ରସାରିତ କରିବାକୁ ଚାହୁଁଛୁ । ଆମେ ସୁନିଶ୍ଚିତ ଯେ ଆମେ ଯୋଗାଉଥିବା ବିକଳ୍ପର ପ୍ରାଚୁର୍ଯ୍ୟତା ଏହି ଗ୍ରୀଷ୍ମ ତମାମ ଏୟାରଟେଲ ଗ୍ରାହକମାନଙ୍କୁ ବହୁଳଭାବେ ମନୋରଞ୍ଜିତ କରି ରଖିବ ।”

ସେହିଭଳି ଭାରତୀ ଏୟାରଟେଲର ଚିଫ ମାର୍କେଟିଙ୍ଗ ଅଫିସର ଶ୍ରୀ ଶାଶ୍ୱତ ଶର୍ମା କହିଛନ୍ତି, “ସଂପ୍ରସାରିତ ଥ୍ୟାଙ୍କସ ରିୱାର୍ଡର ଏକ ଅଂଶବିଶେଷ ଭାବେ ଆମର ଗ୍ରାହକମାନଙ୍କ ପାଇଁ ଉନ୍ନତ ଗୁଣବତାର ପ୍ରିମିୟମ କଂଟେଟ ନେଇଆସିବା ପାଇଁ ଜି୫ ସହ କାର୍ଯ୍ୟ କରି ଆମେ ବେଶ ଆନନ୍ଦିତ ।”


Share It

Comments are closed.