ଏୟାରଟେଲ୍ ପକ୍ଷରୁ ଏକ ୫ଜି ନେଟ୍‌ୱର୍କରେ ଭାରତର ପ୍ରଥମ କ୍ଲାଉଡ୍ ଗେମିଙ୍ଗ୍ ଅନୁଭୂତିର ପ୍ରଦର୍ଶନ


ଭୁବନେଶ୍ୱର: ଭାରତର ପ୍ରମୁଖ ଟେଲିକମ୍ୟୁନିକେଶନ୍ସ ସେବା ପ୍ରଦାତା ଭାରତୀ ଏୟାରଟେଲ୍ ଲିମିଟେଡ (“ଏୟାରଟେଲ୍‌”) ପକ୍ଷରୁ ଏକ ୫ଜି ପରିବେଶରେ ସଫଳତାର ସହିତ ଭାରତର ପ୍ରଥମ କ୍ଲାଉଡ୍ ଗେମିଙ୍ଗ୍ ଅଧିବେଶନର ପରିଚାଳନା କରାଯାଇଥିବା କୁହାଯାଇଛି । ଏହି ପ୍ରଦର୍ଶନକୁ ଭାରତ ସରକାରଙ୍କ ଟେଲିକମ ବିଭାଗ ଦ୍ୱାରା ଆବଂଟିତ ସ୍ପେକ୍ଟ୍ରମ୍‌ର ବ୍ୟବହାର କରି ଜାରି ରହିଥିବା ୫ଜି ପରୀକ୍ଷଣର ଅଂଶ ଭାବେ ମାନେସର (ଗୁଡ୍‌ଗାଓଁ)ଠାରେ ପରିଚାଳନା କରାଯାଇଛି । ୫ଜି କ୍ଲାଉଡ୍ ଗେମିଙ୍ଗ୍ ପ୍ରଦର୍ଶନ ପାଇଁ, ଏୟାରଟେଲ୍ ଭାରତର ଦୁଇ ଜଣ ପ୍ରମୁଖ ଗେମର୍‌- ମୋର୍ଟାଲ (ନମନ୍ ମାଥୁର) ଓ ମାମ୍ବା (ସଲ୍‌ମାନ ଅହମ୍ମଦ)ଙ୍କ ସହିତ ସହଭାଗିତା କରିଛି । ଏକ ଅତ୍ୟଧିକ ଦ୍ରୁତ ଓ ଅଲ୍‌ଟ୍ରା-ଲୋ ଲାଟେନ୍ସି ୫ଜି ପରିବେଶରେ ସେମାନଙ୍କର ଗେମିଙ୍ଗ୍ ଦକ୍ଷତାକୁ ପରୀକ୍ଷଣ କରିବା ପାଇଁ ବ୍ଲାକ୍‌ନଟ୍‌ରୁ ଗେମିଙ୍ଗ ଟେକ୍ନୋଲୋଜି ପ୍ଲାଟ୍‌ଫର୍ମର ବ୍ୟବହାର କରି ମୋର୍ଟାଲ୍ ଓ ମାମ୍ବାଙ୍କ ପାଇଁ ଆସ୍‌ଫାଲ୍ଟରେ ଏକ ସ୍ପ୍ରିଂଟ୍ ରେସିଙ୍ଗ ଚ୍ୟାଲେଞ୍ଜ୍‌ର ଉନ୍ମୋଚନ କରାଯାଇଥିଲା ।
ନିଜର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରି ମୋର୍ଟାଲ ଓ ମାମ୍ବା କହିଛନ୍ତିଯେ, “ ଆମେ ସମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟଚକିତ ହୋଇଥିଲୁ । ଏହା ଏକ ସ୍ମାର୍ଟଫୋନ୍‌ରେ ଏକ ହାଇ ଏଣ୍ଡ୍ ପିସି ଓ କନ୍‌ସୋଲ୍‌-କ୍ୱାଲିଟିର ଗେମିଙ୍ଗ୍ ଅନୁଭୂତି ଥିଲା । ଆମେ ବିଶ୍ୱାସର ସହ କହିପାରିବୁ ଯେ, ୫ଜି ବାସ୍ତବରେ ଭାରତରେ ଅନ୍‌ଲାଇନ୍ ଗେମିଙ୍ଗ୍ ପରିଦୃଶ୍ୟକୁ ଉନ୍ମୁକ୍ତ କରିବ ଏବଂ ଭାରତରୁ ଗେମ୍‌ଗୁଡିକୁ ନିର୍ମାଣ ଓ ପ୍ରକାଶନ କରିବାର ସୁଯୋଗ ସୃଷ୍ଟି କରି ଏହାକୁ ବିସ୍ତାର କରିବ ଏବଂ ଛୋଟ ସହରଗୁଡିକରୁ ଅନେକ ପ୍ରତିଭାଶାଳୀ ଗେମର୍‌ମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବ । ଆମକୁ ଏହି ଚମତ୍କାର ସୁଯୋଗ ଦେଇଥିବାରୁ ଏୟାରଟେଲ୍‌କୁ ଧନ୍ୟବାଦ ।”
ମୋର୍ଟାଲ ଓ ମାମ୍ବା ୩୫୦୦ ଏମ୍‌ଏଚ୍‌ଜେଡ୍ ହାଇ କାପାସିଟି ସ୍ପେକ୍ଟ୍ରମ୍ ବ୍ୟାଣ୍ଡ ସହ କନେକ୍ଟେଡ୍ ଥିବା ସ୍ମାର୍ଟଫୋନ୍‌ରେ ଏହି ରୋଚକପୂର୍ଣ୍ଣ ଅଧିବେଶନକୁ ଉପଭୋଗ କରିଥିଲେ । ଏହି ୫ଜି ଟେଷ୍ଟ୍ ନେଟ୍‌ୱର୍କ ୧ ଜିବିପିଏସ୍‌ରୁ ଅଧିକ ବେଗ ଓ ୧୦ ମିଲିସେକେଣ୍ଡର ରେଞ୍ଜ୍‌ରେ ଲାଟେନ୍ସି ପ୍ରଦାନ କରୁଛି । କ୍ଲାଉଡ୍ ଗେମିଙ୍ଗ୍ ଉପଭୋକ୍ତାଙ୍କୁ ବିନା ଡାଉନ୍‌ଲୋଡ୍‌ରେ କିମ୍ବା ଗେମିଙ୍ଗ୍ ହାର୍ଡୱେୟାର୍‌ରେ ନିବେଶ ନକରି ବାସ୍ତବ ସମୟରେ ଗେମ୍ ଷ୍ଟ୍ରିମ୍ କରିବା ଓ ଖେଳିବା ପାଇଁ ଅନୁମତି ଦେଇଥାଏ ।
ଭାରତୀ ଏୟାରଟେଲ୍‌ର ସିଟିଓ ରଣଦୀପ ସେଖୋନ୍ କହିଛନ୍ତିଯେ, “ କ୍ଲାଉଡ୍ ଗେମିଙ୍ଗ୍ ୫ଜିର ଅନ୍ୟତମ ସର୍ବବୃହତ ବ୍ୟବହୃତ କ୍ଷେତ୍ର ହେବ,ଏଥିପାଇଁ ହାଇସ୍ପିଡ୍ ଓ ଲୋ ଲାଟେନ୍ସିର ସମ୍ମିଶ୍ରଣକୁ ଧନ୍ୟବାଦ । ଏକ ଟେଷ୍ଟ୍ ନେଟ୍‌ୱର୍କରେ ଭାରତର ପ୍ରଥମ ୫ଜି ଡେମୋ ପ୍ରଦାନ କରିବା ପରେ ଆମେ ଏହି ଉତ୍ସାହଜନକ ୫ଜି ଗେମିଙ୍ଗ୍ ସେସନ୍‌କୁ ପରିଚାଳନା କରିବା ପାଇଁ ରୋମାଂଚିତ ଥିଲୁ । ଏହା ହେଉଛି ଉତ୍ସାହଜନକ ଡିଜିଟାଲ ଭବିଷ୍ୟତର କେବଳ ଏକ ଆରମ୍ଭ ମାତ୍ର ଯାହାକୁ ଏୟାରଟେଲ୍ ଏହାର ଗ୍ରାହକଙ୍କ ପାଇଁ ସକ୍ଷମ କରିବ କାରଣ ଆମେ ଭାରତରେ ୫ଜିର ଶୁଭାରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛୁ ।”


Share It

Comments are closed.