ଏରିକ୍ସନ ସହଭାଗିତାରେ ଏୟାରଟେଲ ପକ୍ଷରୁ ଭାରତର ପ୍ରଥମ ଗ୍ରାମୀଣ ୫ଜି ପରୀକ୍ଷଣର ପରିଚାଳନା


ଭୁବନେଶ୍ୱର: ଏୟାରଟେଲ ଏବଂ ଏରିକ୍ସନ ପକ୍ଷରୁ ଏକ ଗ୍ରାମୀଣ ଅଂଚଳରେ ଭାରତର ପ୍ରଥମ ୫ଜି ନେଟୱର୍କର ପରୀକ୍ଷଣ କରାଯାଇଛି । ଟେଲିକମ ବିଭାଗ ଦ୍ୱାରା ଏୟାରଟେଲକୁ ଦିଆଯାଇଥିବା ୫ଜି ପରୀକ୍ଷଣ ସ୍ପେକ୍ଟ୍ରମର ବ୍ୟବହାର କରି ଦିଲ୍ଲୀ/ ଏନସିଆର ଉପକଣ୍ଠରେ ଥିବା ଭଇପୁର ବ୍ରମାନନ୍ ଗ୍ରାମରେ ଏହି ପରୀକ୍ଷଣ କରାଯାଇଛି । ଉନ୍ନତ ମୋବାଇଲ ବ୍ରଡବ୍ୟାଣ୍ଡ(ଇଏମବିବି) ଏବଂ ଫିକ୍ସଡ ୱାୟରଲେସ ଆକସେସ୍ (ଏଫଡବ୍ଲୁଏ) ସେବା ଭଳି ସମାଧାନ ମାଧ୍ୟମରେ ହାଇ ସ୍ପିଡ ବ୍ରଡବ୍ୟାଣ୍ଡର ପହଂଚକୁ ସକ୍ଷମ କରି ଡିଜିଟାଲ ବିଭାଜନକୁ ଦୂର କରିବା ଦିଗରେ ୫ଜି ଦ୍ୱାରା ପ୍ରଦତ ବୃହତ ସମ୍ଭାବନାକୁ ଏହି ପରୀକ୍ଷଣରେ ଦର୍ଶାଯାଇଛି ।
ଏହି ପରୀକ୍ଷଣର ମୁଖ୍ୟ ଆକର୍ଷଣ ଥିଲା ସାଇଟ ଠାରୁ ୧୦ କିମି.ରୁ ଅଧିକ ଦୂରରେ ୩ଜିପିପି-କମ୍ପ୍ଲିଆଂଟ ୫ଜି ଏଫଡବ୍ଲୁଏ ଡିଭାଇସ ଉପରେ ୨୦୦ଏମବିପିଏସରୁ ଅଧିକ ଥ୍ରୋପୁଟର ପ୍ରଦର୍ଶନ କରିବା । ଏହା ପ୍ରାୟ ୨୦କିମିର ଏକ ଇଂଟର-ସାଇଟ(ଦୁଇଟି ୫ଜି ସାଇଟ ମଧ୍ୟରେ) କଭରେଜକୁ ଅନୁବାଦିତ ହୋଇଛି, ଯାହାଦ୍ୱାରା ଦୂରଦୂରାନ୍ତ ସ୍ଥାନଗୁଡ଼ିକରେ ମଧ୍ୟ ହାଇ ସ୍ପିଡ ବ୍ରଡବ୍ୟାଣ୍ଡ କଭରେଜ ଯୋଗାଇଦେବାର କ୍ଷମତା ପ୍ରଦାନ କରୁଛି । ଏହି ପରୀକ୍ଷଣର ଅଂଶ ଭାବେ ଏକ ବ୍ୟବସାୟୀକ ଭାବେ ଉପଲବ୍ଧ ୩ଜିପିପି ଆଧାରିତ ୫ଜି ସ୍ମାର୍ଟଫୋନ ଏହି ୫ଜି ପରୀକ୍ଷଣ ନେଟୱର୍କ ସହିତ ସଂଯୁକ୍ତ ହୋଇପାରିଥିଲା ଏବଂ ସାଇଟ ଠାରୁ ୧୦ କିମିରୁ ଅଧିକ ଦୁରରୁ ୧୦୦ରୁ ଅଧିକ ଏମବିପିଏସ ସ୍ପିଡ ରେକର୍ଡ କରିଥିଲା । ଏହି ୫ଜି ସାଇଟ ଭିତିଭୂମି ଏରିକ୍ସନର ୩ଜିପିପି-କମ୍ପ୍ଲିଆଂଟ ୫ଜି ରେଡିଓ ଦ୍ୱାରା ଚାଳିତ । ୩୫୦୦ମେଗାହର୍ତ୍ସ ବ୍ୟାଣ୍ଡ ଏବଂ ବିଦ୍ୟମାନ ଏଫଡିଡି ସ୍ପେକ୍ଟ୍ରମ ବ୍ୟାଣ୍ଡରେ ଆବଂଟିତ ମିଡ-ବ୍ୟାଣ୍ଡ ଟ୍ରାଏଲ ସ୍ପେକ୍ଟ୍ରମର ବ୍ୟବହାର କରି ଏହି ପରୀକ୍ଷଣ କରାଯାଇଛି ।
ଏହା ସମ୍ପର୍କରେ ଏୟାରଟେଲ ସିଟିଓ ଶ୍ରୀ ରନ୍ଦୀପ ସିଙ୍ଗ ଶେଖୋନ କହିଛନ୍ତିଯେ, “ଭାରତର ପ୍ରଥମ ୫ଜି ପରୀକ୍ଷଣ ଏବଂ ପ୍ରଥମ ୫ଜି କ୍ଲାଉଡ ଗେମିଙ୍ଗ ଅନୁଭୂତିର ପ୍ରଦର୍ଶନ ପରେ ଏକ ଗ୍ରାମୀଣ ଅଂଚଳରେ ଭାରତର ପ୍ରଥମ ୫ଜି ପରୀକ୍ଷଣ କରି ଏୟାରଟେଲ ବେଶ ଗୌରବାନ୍ୱିତ । ଏୟାରଟେଲ ୫ଜି ଟେକ୍ନୋଲୋଜିର ଅଗ୍ରଭାଗରେ ରହିବ ଏବଂ ଏରିକ୍ସନ ଭଳି ସହଭାଗିତା ମାଧ୍ୟମରେ ଭାରତକୁ ଅଧିକ ପ୍ରଯୁଜ୍ୟ ବ୍ୟବହାର ପ୍ରସଙ୍ଗ ଆଣିବ ।”
ସେହିଭଳି ଏରିକ୍ସନ ସାଉଥ ଇଷ୍ଟ ଏସିଆ, ଓସିନିଆ ଏବଂ ଭାରତ ମୁଖ୍ୟ ନଞ୍ଜିଓ ମିର୍ଟିଲୋ କହିଛନ୍ତିଯେ, “ଭାରତରେ ଚାଲିଥିବା ୫ଜି ପରୀକ୍ଷଣର ଏକ ଅଂଶ ଭାବେ ଏରିକ୍ସନ ଏବଂ ଏୟାରଟେଲ ଦ୍ୱାରା ହାସଲ କରାଯାଇଥିବା ବିସ୍ତାରିତ କଭରେଜର ଟେକ୍ନୋଲୋଜି ସଫଳତା ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ପ୍ରଦର୍ଶନ ଦର୍ଶାଉଛି ଯେ ୫ଜି ଭାରତରେ ସଂଯୋଗହୀନକୁ ସଂଯୋଗ କରିପାରିବ, ଦ୍ରୁତ ୫ଜି ଆଗମନକୁ ସକ୍ଷମ କରିବ ଏବଂ ଭାରତକୁ ଏହାର ‘ଡିଜିଟାଲ ଭାରତ’ ଲକ୍ଷ୍ୟକୁ ବାସ୍ତବରେ ହୃଦୟଙ୍ଗମ କରିବାରେ ସାହାଯ୍ୟ କରିବ । ୫ଜି ଦେଶ ପାଇଁ ଏକ ସାମାଜିକ ଆର୍ଥନୈତିକ ଗୁଣବତା ଭାବେ କାର୍ଯ୍ୟ କରିବ ।”


Share It

Comments are closed.