ନୋକିଆ ସହବନ୍ଧିତାରେ ୭୦୦ମେଗାହର୍ଜ ବ୍ୟାଣ୍ଡରେ ଭାରତର ପ୍ରଥମ ୫ଜି ପରୀକ୍ଷଣ କରିଛି ଏୟାରଟେଲ


ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ନୋକିଆ ସହଭାଗିତାରେ ୭୦୦ ମେଗାହର୍ଜ ବ୍ୟାଣ୍ଡରେ ସଫଳତାର ସହ ଭାରତର ପ୍ରଥମ ୫ଜି ପରୀକ୍ଷଣ କରାଯାଇଛି । ୫ଜି ଟେକ୍ନୋଲୋଜିର ବୈଧତା ଏବଂ ବ୍ୟବହାର ପ୍ରସଙ୍ଗଗୁଡ଼ିକ ପାଇଁ ସରକାରଙ୍କ ଟେଲିକମ୍ୟୁନିକେସନ ବିଭାଗ ଦ୍ୱାରା ଏୟାରଟେଲକୁ ଏକାଧିକ ବ୍ୟାଣ୍ଡରେ ପରୀକ୍ଷଣ ସ୍ପେକ୍ଟ୍ରମ ବଟଂନ କରାଯାଇଛି । କୋଲକାତା ଉପକଣ୍ଠରେ କରାଯାଇଥିବା ଏହି ପ୍ରଦର୍ଶନ ମଧ୍ୟ ପୂର୍ବ ଭାରତର ପ୍ରଥମ ୫ଜି ପରୀକ୍ଷଣ ଅଟେ । ୭୦୦ ମେଗାହର୍ଜ ବ୍ୟାଣ୍ଡର ବର୍ଦ୍ଧିତ ପ୍ରସାର ବୈଶିଷ୍ଟ୍ୟକୁ ବ୍ୟବହାର କରି ଏୟାରଟେଲ ଏବଂ ନୋକିଆ ରିୟଲ ଲାଇଫ କଣ୍ଡିସନରେ ଦୁଇଟି ୩ଜିପିପିି ଷ୍ଟାଣ୍ଡାର୍ଡ ୫ଜି ସାଇଟ ମଧ୍ୟରେ ୪୦ କି.ମି.ର ହାଇସ୍ପିଡ ୱାୟରଲେସ ବ୍ରଡବ୍ୟାଣ୍ଡ ନେଟୱର୍କ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ଏୟାରଟେଲ ନୋକିଆର ୫ଜି ପୋର୍ଟଫୋଲିଓରୁ ଉପକରଣ ବ୍ୟବହାର କରିଛି, ଯାହାକି ନୋକିଆ ଏୟାରସ୍କେଲ ରେଡିଓ ଏବଂ ଷ୍ଟାଣ୍ଡଏଲୋନ(ଏସଏ) କୋରକୁ ଅନ୍ତର୍ଭୁକ୍ତ କରିଛି ।
ରନ୍ଦୀପ ସିଙ୍ଗ ଶେଖନ, ସିଟିଓ-ଭାରତୀ ଏୟାରଟେଲ କହିଛନ୍ତିଯେ, “୨୦୧୨ରେ ଏୟାରଟେଲ କୋଲକାତାରେ ଭାରତର ପ୍ରଥମ ୪ଜି ସେବା ଆରମ୍ଭ କରିଥିଲା । ଆଜି ଏହି ଟେକ୍ନୋଲୋଜି ଷ୍ଟାଣ୍ଡାର୍ଡର ଶକ୍ତିକୁ ପ୍ରଦର୍ଶିତ କରିବା ଲାଗି ଏହି ସହରରେ ୭୦୦ ମେଗାହର୍ଜ ବ୍ୟାଣ୍ଡରେ ଭାରତର ପ୍ରଥମ ୫ଜି ଡେମୋ ପରିଚାଳନାକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ । ଆମର ବିଶ୍ୱାସ ଯେ ଆମାଗୀ ନିଲାମିଗୁଡ଼ିକରେ ୫ଜି ସ୍ପେକ୍ଟ୍ରମର ସଠିକ ମୂଲ୍ୟ ସହିତ ଭାରତ ଡିଜିଟାଲ ଲାଭାଂଶକୁ ଉନ୍ମୁକ୍ତ କରିପାରିବ ଏବଂ ସମସ୍ତଙ୍କ ପାଇଁ ବ୍ରଡବ୍ୟାଣ୍ଡ ସହିତ ଏକ ପ୍ରକୃତ ଭାବେ ସଂଯୁକ୍ତ ସମାଜର ନିର୍ମାଣ କରିପାରିବ ।”
ନରେଷ ଅସିଜା, ଭିପି ଏବଂ ଭାରତୀ ସିଟି ହେଡ, ନୋକିଆ କହିଛନ୍ତିଯେ, “୭୦୦ ମେଗାହର୍ଜ ସ୍ପେକ୍ଟ୍ରମ ବ୍ୟବହାର କରି ୫ଜିର ନିୟୋଜନ ସାରା ବିଶ୍ୱର ଯୋଗାଯୋଗ ସେବା ପ୍ରଦାତାମାନଙ୍କୁ ଦୁର୍ଗମ ଅଂଚଳଗୁଡ଼ିକରେ ମୋବାଇଲ ବ୍ରଡବ୍ୟାଣ୍ଡକୁ ବ୍ୟବବହୁଳ ଭାବରେ ଯୋଗାଇଦେବାରେ ସାହାଯ୍ୟ କରୁଛି । ଯେଉଁଠାରେ ସାଧାରଣତଃ ନେଟୱର୍କ ଭିତିଭୂମି ସ୍ଥାପନ କରିବା ସେମାନଙ୍କ ପାଇଁ ଆହ୍ୱାନଭରା ହୋଇଥାଏ । ବିଶ୍ୱସ୍ତରୀୟ ୫ଜି ଇକୋସିଷ୍ଟମର ବିକାଶରେ ଏୟାରଟେଲ ଆଗରେ ରହିଛି ଏବଂ ଆମେ ଏୟାରଟେଲକୁ ଏହାର ୫ଜି ଯାତ୍ରାରେ ସମର୍ଥନ କରିବା ଅପେକ୍ଷାରେ ରହିଛୁ ।”


Share It

Comments are closed.