ଏୟାରଟେଲ୍ ଓ ଜୁମ୍ ମଧ୍ୟରେ ସହଭାଗିତ


ବ୍ୟବସାୟ ଜଗତ ପାଇଁ ଭାରତରେ ଉଚ୍ଚମାନର ୟୁନିଫାଏଡ୍ କମ୍ୟୁନିକେସନ୍ ସମାଧାନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତୀ ଏୟାରଟେଲ୍ ପକ୍ଷରୁ ଜୁମ୍ ଭିଡିଓ କମ୍ୟୁନିକେସନ ସହିତ ବୁଝାମଣା ସ୍ୱାକ୍ଷର କରାଯାଇଛି । ୟୁନିଫାଏଡ୍ କମ୍ୟୁନିକେସନ ଏଭଳି ଏକ ସେବା ଯେଉଁଥିରେ ହାଇ ଡେଫିନେସନ (ଏଚଡି) ଅଡିଓ, ଭିଡିଓ ଏବଂ ୱେବ କନଫରେନସିଂ ସୁବିଧା ପ୍ରଦାନ କରିବାର ଏକ ସମନ୍ୱିତ ଏବଂ ସୁରକ୍ଷିତ ପ୍ଲାଟଫର୍ମ ।
ଏୟାରଟେଲ୍ ଏବଂ ଜୁମର କନଫରେନ୍ସ କଲ୍ ସମାଧାନରେ ରହିଛି ଇନଷ୍ଟାଣ୍ଟ ୱାନ କ୍ଲିକ୍ ଆକ୍ସେସ୍, ଭିଡିଓ କନଫରେନ୍ସିଂ, ଅଡିଓ କନଫରେନ୍ସିଂ, କଂଟେଟ ସେୟାରିଂ, ରେକର୍ଡିଂ, ଭର୍ଚୁଆଲ ବ୍ୟାକଗ୍ରାଉଣ୍ଡ, କଂପାନି ବ୍ରାଣ୍ଡିଂ, ବିବିଧ ସ୍ତରର ନିରାପତା ଏବଂ ସାରା ବିଶ୍ୱର ବିଭିନ୍ନ ସ୍ଥାନରୁ ୧୦୦୦ ପର୍ଯ୍ୟନ୍ତ ଲୋକଙ୍କୁ ଭିଡିଓରେ ଯୋଡ଼ିବାର ସୁବିଧା । ଏହି ପ୍ଲାଟଫର୍ମ ଭିଡିଓ ୱେବିନାରରେ ୫୦ ହଜାର ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଲାଇଭ୍ ଭିଡିଓ ଷ୍ଟ୍ରିମିଂ କରିପାରିବ ।
ଏହି ସେବାରେ ଗ୍ରାହକମାନେ ୨୪ ଘଂଟିଆ କଲ ସେଂଟର ସୁବିଧା ଏବଂ ସହଜରେ ପେମେଂଟ୍ ସମାଧାନ ପାଇପାରିବେ । ଏୟାରଟେଲ୍ ପକ୍ଷରୁ ଏଥିପାଇଁ ବାର୍ଷିକ ୧୦ ହଜାର ଟଙ୍କାରୁ ୨୪ ହଜାର ଟଙ୍କା ପର୍ଯ୍ୟନ୍ତର ପ୍ଲାନ୍ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଅସୀମୀତ ଭିଡିଓ, ଅଡିଓ ଏବଂ ୱେବ କନଫରେନ୍ସିଂ ସହିତ ଅନ୍ୟାନ୍ୟ ସୁବିଧା ମିଳିପାରିବ ।
ଅଜୟ ଚିତକାରା, ନିର୍ଦେଶକ ଓ ସିଇଓ, ଏୟାରଟେଲ୍ ବିଜନେସ୍ କହିଛନ୍ତି ଯେ, “ଏୟାରଟେଲ୍ରେ ଆମର ଲକ୍ଷ୍ୟ ହେଉଛି ଶ୍ରେଷ୍ଠ ଶ୍ରେଣୀର ସଂଯୋଗ ସମାଧାନ ବ୍ୟବସାୟ ଜଗତକୁ ପ୍ରଦାନ କରିବା । ଭାରତରେ ଉଚ୍ଚ ମାନର ୟୁନିଫାଏଡ କନଫରେନ୍ସିଂ ସୁବିଧା ପ୍ରଦାନ କରିବା ପାଇଁ ଜୁମ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି ।ଏହାକୁ ବ୍ୟବହାରକାରୀଙ୍କ ପାଇଁ ବହୁତ ସରଳ କରାଯାଇଛି ଏବଂ ସେମାନେ ବହୁତ ଭଲାବାନ ହେବେ ।’’
ଏରିକ୍ ଏସ୍ ୟୁଆନ୍, ପ୍ରତିଷ୍ଠାତା ଓ ସିଇଓ, ଜୁମ୍ କହିଛନ୍ତି ଯେ, “ଏୟାରଟେଲ୍ ସହ ସହଯୋଗିତା ଆଣିଦେଇଛି ବିଶ୍ୱର ସ୍ତରୀୟ ୟୁନିଫାଏଡ କମ୍ୟୁନିକେସନ୍ ପ୍ଲାଟଫର୍ମ ସହିତ ଏୟାରଟେଲ୍ର ବ୍ୟାପକ ନେଟୱର୍କ ଯାହା ଆମର ଗ୍ରାହକମାନଙ୍କୁ ନିବରଚ୍ଛିନ୍ନ ସମାଧାନ ପ୍ରଦାନ କରିବ ।ଏହି ସହଯୋଗିତା ଜରିଆରେ ଭାରତରେ ଜୁମ୍ର ଉପସ୍ଥିତି ବଢ଼ିବ ଏବଂ ଆମର ବିଶ୍ୱ ସ୍ତରୀୟ ଉପସ୍ଥିତିକୁ ବଢ଼ାଇବ ।’’


Share It

Comments are closed.