ସ୍ମାର୍ଟ ମିଟର୍ ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ଠାରୁ ଆଇଓଟି ସଲ୍ୟୁଶନ ଜନାଦେଶ ହାସଲ କରିଛି ଏୟାରଟେଲ୍ ବିଜ୍‌ନେସ୍‌


ଭୁବନେଶ୍ୱର: ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ ପ୍ରଦାତା ଏୟାରଟେଲ୍ ଘୋଷଣା କରିଛି ଯେ ଏହା ଓଡିଶା ସରକାର ଓ ଟାଟା ପାୱାର ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍‌) ସହ ଏକ ସେଲ୍ୟୁଲାର ଆଇଓଟି ସଲ୍ୟୁଶନ ଜନାଦେଶ ହାସଲ କରିଛି । ଏହି ଜନାଦେଶର ଅଂଶ ଭାବରେ ଏୟାରଟେଲ୍ ୨ ଲକ୍ଷ ସ୍ମାର୍ଟ ମିଟର ପାଇଁ ଆଇଓଟି ସମାଧାନ ପ୍ରଦାନ କରିବ, ଯେଉଁଥିରୁ ୭୦,୦୦୦ ସ୍ମାର୍ଟ ମିଟରକୁ ପ୍ରଥମ ପର୍ଯ୍ୟାୟରେ ବିତରଣ କରାଯିବ । ଏହି କନେକ୍ଟିଭିଟି ଜନାଦେଶକୁ ଏୟାରଟେଲ୍‌ର ମାଲିକାନାରେ ଥିବା ଆଇଓଟି ପ୍ଲାଟ୍‌ଫର୍ମ ‘ଏୟାରଟେଲ୍ ଆଇଓଟି ହବ୍ ସହ କାର୍ଯ୍ୟକାରୀ କରାଯିବ । ଏହା ଆଡ୍‌ଭାନ୍ସଡ୍ ଆନାଲିଟିକ୍ସ ସହିତ ଏହି ସ୍ମାର୍ଟ ମିଟରଗୁଡିକର ମନିଟର କରିବା ଓ ୟୁଟିଲିଟି ଟ୍ରାକ୍‌ରେ ସାହାଯ୍ୟ କରିବ ଯେବେକି ଟେଲ୍‌କୋ ଗ୍ରେଡ୍ ସହ ବର୍ଦ୍ଧିତ ଅତ୍ୟଧିକ ଉଚ୍ଚ ନିର୍ଭରଯୋଗ୍ୟତା ବଜାୟ ରଖିବ । ସ୍ମାର୍ଟ ମନିଟରିଙ୍ଗ୍ ହେଉଛି ଏୟାରଟେଲ୍ ପାଇଁ ଆଇଓଟି ବିଜ୍‌ନେସ୍ ପୋର୍ଟଫୋଲିଓ ମଧ୍ୟରେ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସର୍ଭିସ୍ ଲାଇନ୍ । କମ୍ପାନୀ ପଞ୍ଜାବ, ମେଘାଳୟ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରରେ ଏକାଧିକ ଷ୍ଟେଟ୍ ୟୁଟିଲିଟି ସହ କାର୍ଯ୍ୟ କରୁଛି । ଭାରତ ସରକାର ଆଡ୍‌ଭାନ୍ସଡ୍ ମିଟରିଙ୍ଗ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ଏଏମ୍‌ଆଇ) ଅଭିଯାନର ଅଂଶ ଭାବେ ଆସନ୍ତା ୫ ବର୍ଷରେ ୩୦୦ ମିଲିୟନ ପାରମ୍ପରିକ ମିଟରଗୁଡିକୁ ସ୍ମାର୍ଟ ମିଟର ସହ ରିପ୍ଲେସ୍ କରିବା ପାଇଁ ଏକ ବଡ ଲକ୍ଷ୍ୟ ରଖିଛନ୍ତି । ଏୟାରଟେଲ୍ ଆଇଓଟି ଏହାର ସ୍ୱତନ୍ତ୍ର କ୍ଷମତାଗୁଡିକ ସହିତ ଭାରତ ସରକାରଙ୍କ ଏହି ଲକ୍ଷ୍ୟକୁ ସକ୍ଷମ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି ।
ଏହି ସହଭାଗିତା ସମ୍ପର୍କରେ ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଗଜାନନ କାଲେ କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ, ଟେକ୍ନୋଲୋଜି ଆମକୁ ଅନେକ ପ୍ରଶ୍ନର ଉତର ଦେଇପାରିବ କାରଣ ଆମେ ଏଭଳି ଏକ କମ୍ପାନୀ ସୃଷ୍ଟି କରିବାକୁ ଯାଉଛୁ । ଆମେ ଏୟାରଟେଲ୍ ସହ ସହଭାଗିତାରେ ବିଲିଙ୍ଗ୍ ପାଇଁ ସ୍ମାର୍ଟ ମିଟରଗୁଡିକୁ ନିୟୋଜିତ କରିବା ଏବଂ ନିର୍ଭରଯୋଗ୍ୟ ଓ ଗ୍ରାହକ ଅନୁକୂଳ ସେବା ପ୍ରଦାନ କରିବା ଲାଗି ସେମାନଙ୍କର ଆଇଓଟି ଟେକ୍ନୋଲୋଜିର ସର୍ବୋତମ ବ୍ୟବହାର କରିବା ପାଇଁ ଅପେକ୍ଷା କରିରହିଛୁ ।” ଏସମ୍ପର୍କରେ ଏୟାରଟେଲ୍‌ରେ ଆଇଓଟି ବିଭାଗର ବିଜ୍‌ନେସ୍ ହେଡ୍ ଶ୍ରୀ ସିଦ୍ଧାର୍ଥ ତାଲାୱାଡେକର୍ କହିଛନ୍ତି, ‘ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ର ରାଜ୍ୟର ଉପଭୋକ୍ତାଙ୍କ ପାଇଁ ସର୍ବୋତମ ଶ୍ରେଣୀର ଟେକ୍ନୋଲୋଜି ଆଣିବା ପ୍ରୟାସରେ କମ୍ପାନୀ ସହ ସହଭାଗିତା କରି ଏୟାରଟେଲ୍ ଆନନ୍ଦିତ । ଭାରତର ବିଦ୍ୟୁତ୍ କ୍ଷେତ୍ର ନୂଆ ସଂସ୍କାର ଦ୍ୱାରା ପରିବର୍ତନକୁ ଗ୍ରହଣ କରୁଥିବାରୁ ଆମେ ଏଭଳି ଏକ ଉଦାହାରଣ ସୃଷ୍ଟି କରିବାକୁ ଚାହୁଁଛୁ ଯାହା ଟେକ୍ନୋଲୋଜି କିଭଳି ଉପଭୋକ୍ତା ଅନୁକୂଳ କମ୍ପାନୀଗୁଡିକ ପାଇଁ ଦକ୍ଷ ସେବା ବିତରଣ ସମାଧାନଗୁଡିକୁ ସକ୍ଷମ କରିପାରିବ ତାହାକୁ ପ୍ରଦର୍ଶିତ କରିବ ।”
ଏୟାରଟେଲ୍ ଆଇଓଟି ହେଉଛି ଏୟାରଟେଲ୍ ବିଜ୍‌ନେସ୍ ପାଇଁ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟବସାୟ । କମ୍ପାନୀ ଏହାର କ୍ଲାଏଂଟ୍ ଭାବେ ଇଲେକ୍‌ଟ୍ରିକ୍ ଯାନ, ଅଟୋମୋଟିଭ୍‌, ୟୁଟିଲିଟି, ଲିଜିଷ୍ଟିକ୍ସ ଓ ଫିନ୍‌-ଟେକ୍ ଭଳି କ୍ଷେତ୍ରର ଅନେକ ଅଗ୍ରଣୀ ଭାରତୀୟ କମ୍ପାନୀଗୁଡିକ ସହ କାର୍ଯ୍ୟ କରୁଛି ।


Share It

Comments are closed.