ଏୟାରଟେଲ ପକ୍ଷରୁ କଷ୍ଟମର ଆଡଭାଇଜରି ବୋର୍ଡର ଶୁଭାରମ୍ଭ


ଭୁବନେଶ୍ୱର: ଭାରତୀ ଏୟାରଟେଲର ବିଟୁବି ୟୁନିଟ, ଏୟାରଟେଲ ବିଜନେସ ପକ୍ଷରୁ ଏହାର କଷ୍ଟମର ଆଡ୍‌ଭାଇଜର୍ ବୋର୍ଡର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଏହାର ଉତ୍ପାଦ ବିକାଶ ଯାତ୍ରାରେ ନିଜର ଗ୍ରାହକମାନଙ୍କୁ ସମାନ ଷ୍ଟେକହୋଲଡର କରିବା ହେଉଛି ଏହାର ଉଦ୍ଦେଶ୍ୟ । ଏହି ବୋର୍ଡରେ ଏୟାରଟେଲର ବିଭିନ୍ନ ଉଦ୍ୟୋଗ ବା କ୍ଷେତ୍ରର ଅଗ୍ରଣୀ ଉଦ୍ୟୋଗୀ ଗ୍ରାହକଙ୍କ ପ୍ରତିନିଧିତ୍ୱ ଅନ୍ତର୍ଭୁକ୍ତ ରହିବ ।
ଏହି ଶୁଭାରମ୍ଭ ସମ୍ପର୍କରେ ଏୟାରଟେଲ ବିଜନେସର ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଅଜୟ ଚିତ୍ରକାର କହିଛନ୍ତି ଯେ, “ଏହି କଷ୍ଟମର ଆଡ୍‌ଭାଇଜରି ବୋର୍ଡର ସଂଗଠନ ହେଉଛି ଆମର ଗ୍ରାହକଙ୍କ ସହିତ ଆହୁରି ଗଭୀର ଭାବେ ନିମ୍ମଜିତ ହେବା ଏବଂ ସେମାନଙ୍କ ଡିଜିଟାଲ ରୂପାନ୍ତରୀକରଣରେ ଆମେ କିଭଳି ସେମାନଙ୍କୁ ସାହାଯ୍ୟ କରିପାରିବୁ ସେଥିପ୍ରତି ଗୁରୁତ୍ୱ ଦେବା ଦିଗରେ ଏକ ପଦକ୍ଷେପ ।”
ଏୟାରଟେଲ ବିଜନେସ ହେଉଛି ବିଟୁବି କନେକ୍ଟିଭିଟି କ୍ଷେତ୍ରରେ ଭାରତର ସବୁଠାରୁ ବୃହତ ପ୍ରତିଦ୍ୱନ୍ଦୀ ଏବଂ ଏହା ଏକ ଇଂଟିଗ୍ରେଟେଡ ପୋର୍ଟଫୋଲିଓ ସହିତ୧୦ ଲକ୍ଷରୁ ଅଧିକ ବ୍ୟବସାୟକୁ ସେବା ଯୋଗାଇଥାଏ ଯେଉଁଥିରେ କନେକ୍ଟିଭିଟି, କ୍ଲାଉଡ, ସିକ୍ୟୋରିଟୀ ଏବଂ ସହଯୋଗୀତା ଏବଂ ଡାଟା ସେଂଟର ସମାଧାନ ଆଦି ସାମିଲ ରହିଛି ।


Share It

Comments are closed.