ଓଡିଶାର ସର୍ବୋତମ ମୋବାଇଲ ନେଟ୍‌ୱର୍କର ମାନ୍ୟତା ହାସଲ କରିଛି ଏୟାରଟେଲ୍‌


ଭୁବନେଶ୍ୱର : ଦେଶର ଅଗ୍ରଣୀ ଟେଲି-କମ୍ୟୁନିକେଶନ୍ସ ସର୍ଭିସ୍ ପ୍ରଦାତା ଏୟାରଟେଲକୁ ଓପନ୍‌ସିଗ୍‌ନାଲ ପକ୍ଷରୁ ଭିଡିଓ ଷ୍ଟ୍ରିମିଙ୍ଗ୍‌, ଗେମ୍‌ସ, ଭଏସ୍ ଆପ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ପାଇଁ ଓଡିଶାର ସର୍ବୋତମ ନେଟ୍‌ୱର୍କ ଭାବେ ସମ୍ମାନିତ କରାଯାଇଛି । ଓଡିଶାରେ ଏୟାରଟେଲ୍‌ର ଉପଭୋକ୍ତାମାନେ ଭିଡିଓ ଷ୍ଟ୍ରିମିଙ୍ଗ୍‌, ମଲ୍ଟିପ୍ଲେୟର ମୋବାଇଲ ଗେମ୍ ପ୍ଲେ, ଓଟିଟି, ଭଏସ୍ ସର୍ଭିସ୍ ଆଦି ପାଇଁ ଉତ୍କୃଷ୍ଟ ବେଗ ଉପଭୋଗ କରୁଛନ୍ତି ଯେଉଁଥିପାଇଁ ଓଡିଶାରେ ଏୟାରଟେଲ୍‌କୁ ଡାଉନ୍‌ଲୋଡ୍ ସ୍ପିଡ୍ ଅନୁଭୂତି ପାଇଁ ସର୍ବୋତମ ନେଟ୍‌ୱର୍କର ଆୱାର୍ଡ ଦିଆଯାଇଛି । ଏକ ଅଗ୍ରଣୀ ମୋବାଇଲ ନେଟ୍‌ୱର୍କ ଭାବେ ଏୟାରଟେଲ୍ ଓଡିଶା ନିଜ ନେଟ୍‌ୱର୍କର ଗୁଣବତାର ଏକ ପ୍ରମାଣ ହାସଲ କରି ଉତ୍ସାହିତ ରହିଛି । ଏୟାରଟେଲ୍ ଏକ ଭବିଷ୍ୟତ ପ୍ରସ୍ତୁତ ନେଟ୍‌ୱର୍କ ନିର୍ମାଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରୁଛି । କମ୍ପାନୀ ଏକ ବାଧାହୀନ ଓ ସର୍ବୋତମ ମୋବାଇଲ ବ୍ରଡ୍‌ବ୍ୟାଣ୍ଡ ଅନୁଭୂତି ଦେବା ପାଇଁ ଅତ୍ୟାଧୁନିକ ନେଟ୍‌ୱର୍କ ଟେକ୍ନୋଲୋଜି ଓ ସଫ୍ଟୱେୟାର ସଲ୍ୟୁଶନଗୁଡିକୁ କାର୍ଯ୍ୟକାରୀ କରିଛି ।
ଓପନ୍ ସିଗ୍‌ନାଲ ହେଉଛି ସ୍ୱାଧୀନ ଦୃଷ୍ଟିକୋଣ ଓ ଡାଟା ଇଂଟିଗ୍ରେଟିଙ୍ଗ୍ ଅନୁଭୂତି ଏବଂ କନ୍‌ଭର୍‌ଜ୍‌ଡ, ୱାୟାରଲେସ୍ ଓ ବ୍ରଡ୍‌ବ୍ୟାଣ୍ଡ ଅପରେଟର୍‌ଗୁଡିକରେ ବଜାର ପ୍ରଦର୍ଶନ ପ୍ରଦାନ କରୁଥିବା ଏକ ଅଗ୍ରଣୀ ଆନ୍ତର୍ଜାତୀୟ ପ୍ରଦାତା । ଏହି ସଂସ୍ଥା ଏହାର ମୋବାଇଲ ନେଟ୍‌ୱର୍କ ଏକ୍ସପେରିଏନ୍ସ ରିପୋର୍ଟ’ରେ ଏୟାରଟେଲ୍‌କୁ ଭିଡିଓ ଅନୁଭୂତି, ଗେମ୍ ଅନୁଭୂତି ଓ ଭଏସ୍ ଆପ୍ ଅନୁଭୂତି ପାଇଁ ‘ଆଉଟ୍‌ରାଇଟ୍‌’ ବିଜେତା ଭାବେ ନାମିତ କରିଛି । ଓପନ୍‌ସିଗ୍‌ନାଲର ଫଳାଫଳଗୁଡିକ ଭାରତର ଲକ୍ଷ ଲକ୍ଷ ସ୍ମାର୍ଟଫୋନ୍‌ରୁ ମିଳିଥିବା ଡାଟାର ବିଶ୍ଳେଷଣ ଉପରେ ଆଧାରିତ । ଉତ୍କୃଷ୍ଟମାନର ଡାଟା ଅନୁଭୂତି ହେଉଛି ସମସ୍ତ ଏୟାରଟେଲ୍ ଗ୍ରାହକଙ୍କ ପାଇଁ ପ୍ରଥମ ପସନ୍ଦ ।


Share It

Comments are closed.