ଏୟାରଟେଲ୍‌ର ଏଂଟର୍‌ପ୍ରାଇଜ୍ ବିଜ୍‌ନେସ୍‌ର ସିଇଓ ଭାବେ ନିଯୁକ୍ତ ହେଲେ ଗଣେଶ ଲକ୍ଷ୍ମୀନାରାୟଣନ୍‌


ଭୁବନେଶ୍ୱର: ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ଗଣେଶ ଲକ୍ଷ୍ମୀନାରାୟଣନ୍‌ଙ୍କୁ ଏହାର ଏଂଟର୍‌ପ୍ରାଇଜ୍ ବିଜ୍‌ନେସ୍‌ର ସିଇଓ ଭାବେ ନିଯୁକ୍ତ କରାଯାଇଛି । ନିଜର ନୂତନ ପଦବୀରେ ଗଣେଶ ବି୨ବି ବର୍ଗରେ ଏୟାରଟେଲ୍‌ର ମାର୍କେଟ୍ ଲିଡର୍‌ସିପ୍‌କୁ ଅଧିକ ସୁଦୃଢ କରିବା ସହିତ ଉଦ୍ୟୋଗଗୁଡିକରେ ଡିଜିଟାଲ ରୁପାନ୍ତରଣ ଘଟୁଥିବାରୁ ଏହାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରଖିବା ଲାଗି ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ଦିଗରେ କାର୍ଯ୍ୟ କରିବେ । ସେ ଏୟାରଟେଲ୍ ବିଜ୍‌ନେସର ନିର୍ଦ୍ଦେଶକ ଅଜୟ ଚିତ୍କାରାଙ୍କୁ ରିପୋର୍ଟ କରିବେ ।
ଗଣେଶଙ୍କର ଆଇଟି ଓ ଟେକ୍ନୋଲୋଜି କ୍ଷେତ୍ରରେ ସମୃଦ୍ଧ ଅଭିଜ୍ଞତା ରହିଛି । ଏୟାରଟେଲ୍‌ରେ ଯୋଗ ଦେବା ପୂର୍ବରୁ ସେ କାପିଲାରି ଟେକ୍ନୋଲୋଜିସ୍‌ର ସିଓଓ ଭାବେ କାର୍ଯ୍ୟରତ ଥିଲେ । ସେ ୨୦ ବର୍ଷ ପୂର୍ବେ ଭାରତରେ ଡେଲ୍‌ର ପରିଚାଳନା ଆରମ୍ଭ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଗତ ବର୍ଷଗୁଡିକରେ ଗଣେଶ ଡେଲ୍‌ର ବିଭିନ୍ନ ବିଭାଗ ଯେପରିକି ଆନ୍ତର୍ଜାତୀୟ ଉପଭୋକ୍ତା ଓ ଏସ୍‌ଏମ୍‌ଇ ସେବା, ଆମେରିକା ପାଇଁ କମର୍ସ ବିଜ୍‌ନେସ ଓ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳ ପାଇଁ ବିକ୍ରି ପରିଚାଳନା ଆଦିର ନେତୃତ୍ୱ ନେଇଥିଲେ । ନିଜର ଶେଷ ଭୂମିକାରେ ସେ ଡେଲ୍ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ପ୍ରାକ୍ଟୋ, ବିଲଙ୍ଗ, ପୋର୍ଟର ଆଦି ଷ୍ଟାର୍ଟଅପ୍‌ଗୁଡିକରେ ଆଡ୍‌ଭାଇଜର୍ ଭାବେ କାମ କରିବା ସହିତ ନାସ୍‌କମ୍ ଓ ଫିକ୍କିର ଏକ୍‌ଜିକ୍ୟୁଟିଭ୍ କାଉନ୍ସିଲ୍‌ରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଗଣେଶ, ଆଶିଷ ଅରୋରାଙ୍କ ସ୍ଥାନରେ ଏହି ପଦବୀ ଗ୍ରହଣ କରିବେ, ଯିଏକି ଏବେ ଗ୍ଲୋବାଲ ବିଜ୍‌ନେସ୍ ବିଭାଗର ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି ।
ଏହି ନିଯୁକ୍ତି ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ଏମ୍‌ଡି ଓ ସିଇଓ ଗୋପାଳ ଭିଟ୍ଟଲ କହିଛନ୍ତି ଯେ, “ଗଣେଷଙ୍କ ଅଭିଜ୍ଞତା ନିଶ୍ଚିତ ରୂପେ ଆମର ଅଭିବୃଦ୍ଧି ଯୋଜନା ପାଇଁ ଖୁବ୍ ସହାୟକ ହେବ ବୋଲି ମୋର ବିଶ୍ୱାସ ରହିଛି । ମୁଁ ଗଣେଶଙ୍କୁ ଏୟାରଟେଲ୍ ବିଜ୍‌ନେସ୍ ଟିମ୍‌କୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ରହିଛି ।”


Share It

Comments are closed.