ଆପୋଲୋ ହସ୍ପିଟାଲ୍ସ ଓ ସିସ୍‌କୋ ସହିତ ଏୟାରଟେଲର ସହବନ୍ଧିତା


ଭୁବନେଶ୍ୱର: ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ନିର୍ମାଣ କରିବା ପାଇଁ ଏୟାରଟେଲ, ଆପୋଲୋ ହସ୍ପିଟାଲ୍ସ ଓ ସିସ୍‌କୋ ସହିତ ସହଭାଗିତା କରିଛି । ଯାହା ସ୍ୱାସ୍ଥ୍ୟସେବା ପାଇଁ ପହଂଚକୁ ପରିବହନ କରିବ ଏବଂ ଜରୁରୀକାଳିନ ସ୍ଥିତିରେ ଜୀବନ ବଂଚାଇବ । ଏହି ପ୍ରଦର୍ଶନକୁ ବେଙ୍ଗାଲୁରୁଠାରେ ଦୂରସଂଚାର ବିଭାଗ ପକ୍ଷରୁ ଏୟାରଟେଲ୍‌କୁ ଆବଂଟିତ ୫ଜି ଟ୍ରାଏଲ ସ୍ପେକ୍ଟ୍ରମ ଉପରେ ପରିଚାଳନା କରାଯାଇଥିଲା ।
ଏହି କଷ୍ଟମ-ଡିଜାଇନ୍‌ଡ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଅତ୍ୟାଧୁନିକ ମେଡିକାଲ ଉପକରଣ, ରୋଗୀ ମନିଟରିଙ୍ଗ୍ ଆପ୍ଲିକେଶନ ଓ ଟେଲିମେଟ୍ରି ଡିଭାଇସ୍‌ଗୁଡିକରେ ସୁସଜ୍ଜିତ ରହିଛି ଯାହା ରୋଗୀଙ୍କ ସ୍ୱାସ୍ଥ୍ୟ ଡାଟା ବା ତଥ୍ୟକୁ ବାସ୍ତବ ସମୟରେ ହସ୍ପିଟାଲକୁ ସ୍ଥାନାନ୍ତର କରିଥାଏ । ଏହାବ୍ୟତୀତ ଏହା ଅନ୍‌ବୋର୍ଡ କ୍ୟାମେରା, କ୍ୟାମେରା-ଆଧାରିତ ହେଡ୍‌ଗିୟର ଓ ପାରାମେଡିକ୍ ଷ୍ଟାଫ୍‌ଙ୍କ ପାଇଁ ବଡିକ୍ୟାମ୍‌ଗୁଡିକରେ ସୁସଜ୍ଜିତ ରହିଛି- ଏସବୁ ଅଲ୍‌ଟ୍ରା-ଫାଷ୍ଟ୍ ଓ ଲୋ-ଲାଟେନ୍ସି ଏୟାରଟେଲ୍ ୫ଜି ନେଟ୍‌ୱର୍କ ସହ କନେକ୍ଟେଡ୍ ରହିଛି । ଏହାକୁ ଏଆର୍‌/ଭିଆର୍ ଭଳି ଟେକ୍ନୋଲୋଜିଗୁଡିକ ଦ୍ୱାରା ଅଧିକ ସକ୍ଷମ କରାଯିବ । ଯେତେବେଳେ ଜଣେ ଗୁରୁତର ରୋଗୀଙ୍କୁ ହସ୍ପିଟାଲକୁ ନିଆଯାଉଥାଏ ଏବଂ ପ୍ରତ୍ୟେକ ସେକେଣ୍ଡ ଏକ ଭିନ୍ନତା ଆଣିଥାଏ, ଏହି ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଏକ ଏମର୍ଜେନ୍ସି ରୁମ୍‌ର ବିସ୍ତାର ଭାବେ କାର୍ଯ୍ୟ କରିଥାଏ ।
.
ଏସମ୍ପର୍କରେ ଭାରତୀ ଏୟାରଟେଲ୍‌, ଏୟାରଟେଲ୍ ବିଜ୍‌ନେସ୍‌ର ନିର୍ଦ୍ଦେଶକ ଓ ସିଇଓ ଅଜୟ ଚିଟ୍‌କାରା କହିଛନ୍ତି,“୫ଜି ହେଉଛି ଏକ ପରିବର୍ତନଶୀଳ ଟେକ୍ନୋଲୋଜି ଏବଂ ସହଭାଗିତା କିଭଳି ମାନବିକତାର ମଙ୍ଗଳ ପାଇଁ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକର କ୍ଷମତାକୁ ଅନ୍‌ଲକ୍ କରିପାରିବ ତାହାକୁ ଦର୍ଶାଇବା ପାଇଁ ଏହା ହେଉଛି ଏୟାରଟେଲ୍‌ର ଆଉ ଏକ ପ୍ରଦର୍ଶନ । ସ୍ୱାସ୍ଥ୍ୟସେବା ହେଉଛି ୫ଜି ପାଇଁ ସବୁଠାରୁ ଉପଯୋଗୀ ବ୍ୟବହାର ମାମଲାଗୁଡିକ ମଧ୍ୟରୁ ଗୋଟିଏ ଏବଂ ଆମେ ଭାରତୀୟ ବଜାର ପାଇଁ କିଛି ଅଭିନବ ବ୍ୟବହାର ମାମଲା ଆଣିବା ଲାଗି ଆପୋଲୋ ହସ୍ପିଟାଲ୍ସ ଓ ସିସ୍‌କୋ ସହ ଆମର ସହଭାଗିତାକୁ ସୁଦୃଢ କରି ଖୁସି ଅନୁଭବ କରୁଛୁ ।’

ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍‌ର ଯୁଗ୍ନ ପରିଚାଳନା ନିର୍ଦ୍ଦେଶକ, ଡଃ ସଙ୍ଗୀତା ରେଡ୍ଡୀ କହିଛନ୍ତି, “ ଆପୋଲୋ ହସ୍ପିଟାଲ୍ସ କନେକ୍ଟେଡ ଆମ୍ବୁଲାନ୍ସଗୁଡିକର ପ୍ରଚାରକ ଅଟେ ଏବଂ ମୃତ୍ୟୁ ହାରକୁ ହ୍ରାସ କରିବା ଓ ରୋଗୀଙ୍କ ଉପକାର ପାଇଁ ମୂଲ୍ୟବାନ ସମୟର ବ୍ୟବହାର କରିବା ଲାଗି ଏଗୁଡିକର ବ୍ୟବହାର କରୁଛି । ଏହି ଦୃଷ୍ଟିକୋଣଗୁଡିକ ଆମକୁ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ପ୍ରକଳ୍ପ ଉପରେ ଏୟାରଟେଲ୍ ସହ ସହଭାଗିତା କରିବା ଏବଂ ଏହା ପ୍ରଦାନ କରୁଥିବା ବ୍ୟାଘାତମୁକ୍ତ, ଲ୍ୟାଗ୍‌-ଫ୍ରି କନେକ୍ଟିଭିଟିକୁ ଉପଯୋଗ କରିବା ଲାଗି ୫ଜିର ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିଥିଲା ।” ଏସ୍‌ଏଏଆର୍‌ସି ଓ ସିସ୍କୋ ଇଣ୍ଡିଆର ସର୍ଭିସ୍ ପ୍ରୋଭାଇଡର୍ ବିଜ୍‌ନେସ୍‌ର ପରିଚାଳନା ନିର୍ଦ୍ଦେଶକ ଆନନ୍ଦ ଭାସ୍କର କହିଛନ୍ତି, ‘ଆମର କଂଟ୍ରି ଡିଜିଟାଇଜେଶନ ଆକ୍‌ସିଲରେଶନ ପ୍ରୋଗ୍ରାମ ମାଧ୍ୟମରେ ଏୟାରଟେଲ୍ ସହିତ ସିସ୍କୋର ସହଭାଗିତା, କ୍ରିଟିକାଲ-କେୟାର ଆପ୍ଲିକେଶନଗୁଡିକର ପ୍ରଦର୍ଶନକୁ ଉନ୍ନତ କରି ୫ଜିର ଅସୀମ ସମ୍ଭାବନାକୁ ଜୀବିତ କରିବା ଦିଗରେ ଏକ ପଦକ୍ଷେପ ଅଟେ ।’


Share It

Comments are closed.