କୋଭିଡ-୧୯ ସଙ୍କଟ ସମୟରେ ଗ୍ରାହକଙ୍କ ପାଇଁ ଏୟାରଟେଲ୍‌ର ବିଶେଷ ପଦକ୍ଷେପ


ଭୁବନେଶ୍ୱର: ଭାରତର ବୃହତମ ଟେଲିକମ୍ୟୁନିକେସନ କମ୍ପାନୀ, ଭାରତୀ ଏୟାରଟେଲ୍ (“ଏୟାରଟେଲ”) ପକ୍ଷରୁ କୋଭିଡ-୧୯ ଦ୍ୱାରା ପ୍ରଭାବିତ ନିମ୍ନ ଆୟଭୁକ୍ତ ଗ୍ରାହକମାନଙ୍କ ସହାୟତା କରିବା ନିମନ୍ତେ ଏକ ବିଶେଷ ପଦକ୍ଷେପର ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ୮ କୋଟିରୁ ଉର୍ଦ୍ଧ ଗ୍ରାହକଙ୍କ ପାଇଁ ଏହାର ପ୍ରି-ପେଡ ପ୍ୟାକର ବୈଧତାକୁ ଆସନ୍ତା ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇଦେଇଛି । ଏପରିକି ଏହି ସମସ୍ତ ଗ୍ରାହକମାନେ ସେମାନଙ୍କର ଏୟାରଟେଲ ମୋବାଇଲ ନମ୍ବରରେ ପ୍ଲାନ ଶେଷ ହେବା ପରେ ମଧ୍ୟ ଇନ୍‌କମିଙ୍ଗ କଲ ସୁବିଧା ପାଇପାରିବେ । ସେହିଭଳି ଏହି ୮କୋଟି ଗ୍ରାହକଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସହ କଲ୍ ଓ ଏସ୍‌ଏମ୍‌ଏସ୍ ମାଧ୍ୟମରେ ଯୋଡ଼ି ରଖିବା ପାଇଁ ଏୟାରଟେଲ ୧୦ଟଙ୍କାର ଅତିରିକ୍ତ ଟକ୍‌ଟାଇମ୍ ମଧ୍ୟ ଯୋଗାଇଦେବ ।
ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ଏବଂ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହି ଲାଭଗୁଡ଼ିକ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଯିବ । ଏହି ବିଶେଷ ପଦକ୍ଷେପଗୁଡ଼ିକ ଗୁଡ଼ିକ ନିର୍ଦ୍ଧିଷ୍ଟ ରୂପେ ପ୍ରବାସୀ କର୍ମଚାରୀ ଏବଂ ଦିନ ମଜୁରିଆଙ୍କୁ ଲାଭାନ୍ୱିତ କରିବ, ଯେଉଁମାନେକି ବତ୍ତମାନର କୋଭିଡ-୧୯ ବିରୋଧି ଯୁଦ୍ଧ ପାଇଁ ଚାଲିଥିବା ଜାତୀୟସ୍ତରୀୟ ଲକ୍‌ଡାଉନ୍ ଦ୍ୱାରା ବିଶେଷ ରୂପେ ପ୍ରଭାବିତ ହୋଇଛନ୍ତି । ଏହି ପଦକ୍ଷେପ ଗୁଡ଼ିକ ମାଧ୍ୟମରେ ସମସ୍ତ ଏୟାରଟେଲ ଗ୍ରାହକମାନେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ, ଯେବେକି ସେମାନେ ଇଚ୍ଛା କରୁଥିବା ବ୍ୟକ୍ତଙ୍କ ସହ ମଧ୍ୟ ଯୋଡ଼ିହେବାକୁ ସକ୍ଷମ ହେବେ । ଏହାର ସୁନିଶ୍ଚିତତା ପାଇଁ ଏୟାରଟେଲ୍ ଟିମ୍ ଦିନ ରାତି କାମ କରିବା ଜାରି ରଖିଛି ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ଚିଫ ମାର୍କେଟିଙ୍ଗ ଅଫିସର, ଶ୍ରୀ ଶାଶ୍ୱତ ଶର୍ମା କହିଛନ୍ତି ଯେ, “କୋଭିଡ-୧୯ ବିରୋଧି ଲଢ଼େଇର ଏହି ସଂଘର୍ଷମୟ ମୂହୂର୍ତରେ ବିନା କୌଣସି ବାଧାରେ ପ୍ରତ୍ୟେକ ବ୍ୟକ୍ତି ଯେଭଳି ଯୋଡ଼ି ହୋଇ ରୁହନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଏୟାରଟେଲ୍ ପ୍ରତିବଦ୍ଧ ।”


Share It

Comments are closed.