ଏୟାରଟେଲ ଦେଶର ପ୍ରଥମ ୫ଜି ନେଟୱର୍କ ପରୀକ୍ଷଣ କଲା


ଭୁବନେଶ୍ୱର: ଭାରତୀ ଏୟାରଟେଲ, ଭାରତରେ ପ୍ରଥମ ଟେଲିକମ ସଂସ୍ଥା ଭାବେ ହାଇଦ୍ରାବାଦ ସହରରେ ଏକ ବାଣିଜ୍ୟିକ ନେଟୱର୍କ ଉପରେ ଲାଇଭ ୫ଜି ସେବାକୁ ସଫଳତାର ସହ ପ୍ରଦର୍ଶନ ଓ ସଂଗଠିତ କରିଥିବା ଘୋଷଣା କରିଛି । ଏୟାରଟେଲ ଏନ୍‌ଏସ୍‌ଏ (ନନ୍ ଷ୍ଟାଣ୍ଡ ଏଲୋନ୍‌) ଜରିଆରେ ୧୮୦୦ ମେଗାହର୍ଜ ବ୍ୟାଣ୍ଡରେ ନିଜର ବିଦ୍ୟମାନ ସ୍ପେକ୍ଟ୍ରମ ଉପରେ ଏହା କରିଥିଲା । ଏହି ପ୍ରକାରର ପ୍ରଥମ ଡାଇନାମିକ ସ୍ପେକ୍ଟ୍ରମ ସେୟାରିଙ୍ଗର ବ୍ୟବହାର କରି ଏୟାରଟେଲ ସମାନ ସ୍ପେକ୍ଟ୍ରମ ବ୍ଲକ ମଧ୍ୟରେ ଏକା ସମୟରେ ୫ଜି ଏବଂ ୪ଜିକୁ ସହଜରେ ଅପରେଟ କରିଥିଲା । ଏହି ପ୍ରଦର୍ଶନ ସମସ୍ତ ଡୋମେନଗୁଡ଼ିକରେ ଯଥା ରେଡିଓ,କୋର ଏବଂ ପରିବହନ କ୍ଷେତ୍ରରେ ଏୟାରଟେଲ ନେଟୱର୍କର ୫ଜି ପ୍ରସ୍ତୁତିକୁ ଦୃଢ ଭାବରେ ବୈଧ କରିଛି ।
ବିଦ୍ୟମାନ ଟେକ୍ନୋଲୋଜି ତୁଳନାରେ ଏୟାରଟେଲ ୫ଜି ୧୦ଗୁଣ ସ୍ପିଡ, ୧୦ଗୁଣ ଲାଂଟେନ୍ସି ଏବଂ ୧୦୦ଗୁଣ କନ୍‌କ୍ୟୁରେନ୍ସି ପ୍ରଦାନ କରୁଛି । ବିଶେଷ କରି ହାଇଦ୍ରାବାଦରେ ଉପଭୋକ୍ତାମାନେ ଗୋଟିଏ ୫ଜି ଫୋନରେ କୌଣସି ଏକ ଦୀର୍ଘ ସମୟର ମୁଭିକୁ ମାତ୍ର କିଛି ମନିଟ ମଧ୍ୟରେ ଡାଉନଲୋଡ଼ କରିପାରିବେ । ଯେତେବେଳେ ସ୍ପେକ୍ଟ୍ରମ ଉପଲବ୍ଧ ହେବ ଏବଂ ସରକାରଙ୍କ ଅନୁମୋଦନ ପ୍ରାପ୍ତ ହେବ ସେତେବେଳେ ହିଁ ୫ଜି ଅଭିଜ୍ଞତାର ସମ୍ପୂର୍ଣ୍ଣ ପ୍ରଭାବ ଆମ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।
ଭାରତୀ ଏୟାରଟେଲର ଏମଡି ତଥା ସିଇଓ ଶ୍ରୀ ଗୋପାଳ ଭିଟଲଙ୍କ ମତରେ, “ଟେକ୍ ସିଟି ହାଇଦ୍ରାବାଦରେ ଏହି ଅବିଶ୍ୱସନୀୟ ସାମର୍ଥ୍ୟ ପ୍ରଦର୍ଶନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ଆମ ଇଞ୍ଜିନିୟରଙ୍କ ପାଇଁ ମୁଁ ଅତ୍ୟଧିକ ଗର୍ବିତ । ଏହି ସାମର୍ଥ ପ୍ରଦର୍ଶନ କରିବାରେ ପ୍ରଥମ ଅପରେଟର ଭାବେ ଏୟାରଟେଲ ସହିତ ଆମେ ପୁଣି ଏହା ପ୍ରମାଣିତ କରିପାରିଛୁ ଯେ ପ୍ରତ୍ୟେକ ସ୍ଥାନରେ ଭାରତୀୟଙ୍କୁ ସଶକ୍ତ କରିବାର ଆମର ଅନୁସନ୍ଧାନ କ୍ଷେତ୍ରରେ ଭାରତରେ ନୂଆ ଟେକ୍ନୋଲୋଜି ଆଣିବାରେ ଆମେ ସବୁବେଳେ ଆଗରେ ରହିଛୁ । ଆମର ବିଶ୍ୱାସ ଯେ ୫ଜି ଇନୋଭେସନ ପାଇଁ ଭାରତର ଏକ ବିଶ୍ୱସ୍ତରୀୟ ହବ୍ ହେବାର ସାମର୍ଥ୍ୟ ରହିଛି ।”


Share It

Comments are closed.