ଏୟାରଟେଲ୍ ପକ୍ଷରୁ “ମେଡ୍ ଇନ୍ ଇଣ୍ଡିଆ’ ୫ଜି ପାଇଁ ଟାଟା ଗ୍ରୁପ୍ ସହ ସହବନ୍ଧନ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ କଂପାନି ଭାରତୀ ଏୟାରଟେଲ୍ ଓ ଟାଟା ଗ୍ରୁପ୍ ପକ୍ଷରୁ ଭାରତରେ ୫ଜି ନେଟ୍‌ୱର୍କ ସମାଧାନ କାର୍ଯ୍ୟକାରୀ କରିବା ଲାଗି ସହଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି । ଟାଟା ଗ୍ରୁପ୍ ପକ୍ଷରୁ ଓ-ଆର୍‌ଏଏନ୍ ଭିତିକ ରେଡିଓ, ଏନ୍‌ଏସ୍‌ଏ/ଏସ୍‌ଏ କୋର୍ ବିକଶିତ କରାଯାଇଥିବା ବେଳେ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ଟେଲିକମ୍ ଷ୍ଟାକ୍ ସହିତ ସମନ୍ୱିତ କରାଯାଇଛି । ୨୦୨୨ ଜାନୁଆରି ପର ଠାରୁ ଏହା ବାଣିଜ୍ୟିକ ବିକାଶ ଲାଗି ଉପଲବ୍ଧ ହେବ ।
ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍‌) ଏହାର ସାରା ବିଶ୍ୱରେ ଥିବା ସିଷ୍ଟମ୍ ସମନ୍ୱୟ ବିଶେଷତା ଆଣିଛି ଓ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଭୟ ୩ଜିପିପି ଓ ଓ-ଆର୍‌ଏନ୍ ସମାଧାନ ପ୍ରଦାନ କରିବା ପାଇଁ ସହାୟକ ହେବ । ଏୟାରଟେଲ୍ ପକ୍ଷରୁ ଭାରତରେ ୫ଜି ସେବା ଆରମ୍ଭର ଅଂଶସ୍ୱରୂପ ଏହି ସ୍ୱଦେଶୀ ସମାଧାନର ପରୀକ୍ଷଣ ଓ ମୂତୟନ କରାଯିବ । ଭାରତ ସରକାରଙ୍କ ତରଫରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ ଅନୁସାରେ ୦୨୨ ଜାନୁଆରି ଠାରୁ ଏହାର ପରୀକ୍ଷଣ ଆରମ୍ଭ କରାଯିବ । ଏହି ମେଡ୍ ଇନ୍ ଇଣ୍ଡିଆ ୫ଜି ଉତ୍ପାଦଗୁଡ଼ିକ ବିଶ୍ୱସ୍ତରୀୟ ମାନର ଓ ଅନ୍ୟ ଉତ୍ପାଦଗୁଡ଼ିକ ସହିତ ଏହାକୁ ଇଟଂରଅପରେବଲ୍ କରାଯାଇପାରିବ । ଏୟାରଟେଲ୍ ନେଟ୍‌ୱର୍କରେ ଏହା ଥରେ ବାଣିଜ୍ୟିକ ଭିତିରେ ପ୍ରମାଣିତ ହେଲେ ଭାରତ ପାଇଁ ଏହା ରପ୍ତାନି ସୁଯୋଗ ମଧ୍ୟ ସୃଷ୍ଟି କରିବ ।
ଏ ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ଏମ୍‌ଡି ଓ ସିଇଓ ଗୋପାଳ ଭିଟ୍ଟଲ କହିଛନ୍ତି ଯେ, ଭାରତକୁ ୫ଜି ଓ ତତ୍ ସଂକ୍ରାନ୍ତୀୟ ପ୍ରଯୁକ୍ତିର ଏକ ବିଶ୍ୱସ୍ତରୀୟ ହବ୍‌ରେ ପରିଣତ କରିବା ଲାଗି ଟାଟା ଗ୍ରୁପ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଏହାର ବିଶ୍ୱସ୍ତରୀୟ ପ୍ରଯୁକ୍ତି ବ୍ୟବସ୍ଥା ଓ ପ୍ରତିଭାବାନ କର୍ମଚାରୀଙ୍କୁ ନେଇ ଭାରତ ସାରା ବିଶ୍ୱ ଲାଗି ସମାଧାନ ଓ ପ୍ରଯୁକ୍ତି ବିକଶିତ କରିବାକୁ ପ୍ରସ୍ତୁତକ । ଭାରତକୁ ଏକ ନବସୃଜନ ଓ ମାନୁଫାକ୍‌ଚରିଂ ସ୍ଥଳରେ ପରିଣତ କରିବ।।ରେ ଏହା ବିଶେଷ ଶକ୍ତି ପ୍ରଦାନ କରିବ ।’’
ଟାଟା ଗ୍ରୁପ୍‌/ଟିସିଏସ୍‌ର ଏନ୍ ଗଣପତି କହିଛନ୍ତି ଯେ, “ଏକ କଂପାନି ଭାବେ ୫ଜି ପ୍ରଦାନ କରୁଥିବା ସୁଯୋଗକୁ ନେଇ ଆମେ ଉତ୍ସାହିତ । ନେଟୱର୍କିଂ କ୍ଷେତ୍ରରେ ଏହି ସୁଯୋଗର ଉପଯୋଗ କରିବା ଲାଗି ଏକ ବିଶ୍ୱସ୍ତରୀୟ ନେଟୱର୍କ ଉପକରଣ ଓ ସମାଧାନ ବ୍ୟବସାୟ ବିକଣିତ କରିବାକୁ ଆମେ ପ୍ରତିବଦ୍ଧ । ଏହି ଅଭିଯାନରେ ଏୟାରଟେଲ୍ ଆମର ଗ୍ରାହକ ହୋଇଥିବାରୁ ଆମେ ବହୁତ ଖୁସି ।’’


Share It

Comments are closed.