ଭାରତରେ ୫ଜିକୁ ତ୍ୱରାନ୍ୱିତ କରିବା ପାଇଁ ଏୟାରଟେଲ ଓ ଇଂଟେଲ ମଧ୍ୟରେ ସହବନ୍ଧିତାର ଘୋଷଣା


ନୂଆଦିଲ୍ଲୀ: ଭାରତର ପ୍ରମୁଖ ଯୋଗାଯୋଗ ପ୍ରଦାନକାରୀ ସଂସ୍ଥା ଏୟାରଟେଲ, ଭିର‌୍ୟାନ / ଓ-ର‌୍ୟାନ ଟେକ୍ନୋଲୋଜିର ବ୍ୟବହାର କରି ୫ଜି ନେଟୱର୍କର ବିକାଶ କରିବା ଲାଗି ଇଂଟେଲ ସହିତ ଏହାର ସହଭାଗିତାର ଘୋଷଣା କରିଛି । ଏହି ସହବନ୍ଧିତା ଭାରତ ପାଇଁ ଏୟାରଟେଲର ୫ଜି ରୋଡ଼ମ୍ୟାପର ଏକ ଅଂଶ । ଏୟାରଟେଲ ହେଉଛି ଭାରତର ପ୍ରଥମ ଟେଲିକମ ନେଟୱର୍କ ଅପରେଟର ଯେକି ଏକ ଲାଇଭ ନେଟୱର୍କ ଉପରେ ୫ଜିର ପ୍ରଦର୍ଶନ କରିଛି ଏବଂ ପ୍ରମୁଖ ସହରଗୁଡ଼ିକରେ ୫ଜି ପରୀକ୍ଷଣ କରିଛି । ବ୍ୟାପକ ଧରଣର ୫ଜି, ମୋବାଇଲ ଏଜ କମ୍ପ୍ୟୁଟିଙ୍ଗ ଏବଂ ନେଟୱର୍କ ସ୍ଲାଇସିଙ୍ଗ ଆଣିବା ପାଇଁ ଏକ ଦୃଢ଼ ଭିତିଭୂମିର ନିର୍ମାଣ କରିବା ଲାଗି ଏୟାରଟେଲ ଏହାର ନେଟୱର୍କରେ ଇଂଟେଲର ୩ୟ ଜେନେରେସନ୍ ଜିଓନ୍ ସ୍କେଲେବଲ ପ୍ରୋସେସର, ଏଫପିଜିଏଏସ୍ ଏବଂ ଇଏଏସଆଇସିଏସ ଏବଂ ଇଦର୍‌ନେଟ୍ ୮୦୦ ସିରିଜର ନିୟୋଜନ କରିବ ।
ଓ-ର‌୍ୟାନ ଚୁକ୍ତିର ସଦସ୍ୟ ଭାବେ ଏୟାରଟେଲ ଏବଂ ଇଂଟେଲ ମେକ୍ ଇନ୍ ଇଣ୍ଡିଆ ୫ଜି ସମାଧାର ବିକାଶ ଏବଂ ସ୍ଥାନୀୟ ସହଯୋଗୀଙ୍କ ମାଧ୍ୟମରେ ଭାରତରେ ବିଶ୍ୱ ସ୍ତରୀୟ ଟେଲିକମ ଭିତିଭୂମି ସକ୍ଷମ କରିବା ପାଇଁ ଘନିଷ୍ଠ ଭାବେ କାର୍ଯ୍ୟ କରିବେ । ଆଗାମୀ ବର୍ଷଗୁଡ଼ିକରେ ଓପନ ରେଡିଓ ଆକ୍‌ସେସ୍ ନେଟୱର୍କ (ଓ-ର‌୍ୟାନ) ନୂତନତ୍ୱ ଏବଂ ସୃଜନଶୀଳତାର ଏକ କ୍ଷେତ୍ର ହେବ । ଏହି ଓ-ର‌୍ୟାନ ପ୍ଲାଟଫର୍ମଗୁଡ଼ିକ ଇଂଟେଲର ଫ୍ଲେକ୍ସର‌୍ୟାନର ବ୍ୟବହାର କରିବ, ଯାହାକି ଉଭୟ ସଫ୍ଟଓୟାର ଏବଂ ହାର୍ଡଓୟାର ଉପାଦାନ ପାଇଁ ଏକ ରେଫରେନ୍ସ ଆର୍କିଟେକ୍‌ଚର୍ ଅଟେ । ଏହା ସଫ୍ଟଓୟାର ଆଧାରିତ ରେଡିଓ ଷ୍ଟେସନଗୁଡ଼ିକୁ ସକ୍ଷମ କରିବ, ଯାହାକି ନେଟୱର୍କ ନୀକଟସ୍ଥ ସ୍ଥିତ ଜେନେରାଲ-ପର୍ପସ ସର୍ଭରଗୁଡ଼ିକ ଉପରେ ଚାଲିପାରେ ।
ଏହା ସମ୍ପର୍କରେ ଏୟାରଟେଲର-ସିଟିଓ ରନ୍ଦୀପ ଶେଖନ କହିଛନ୍ତି ଯେ, “୫ଜି ପାଇଁ ନିଜର ଦ୍ରୁତ ବିସ୍ତାରିତ ପାର୍ଟନର ଇକୋସିଷ୍ଟମର ଏକ ଅଂଶ ଭାବେ ଇଂଟେଲକୁ ପାଇ ଏୟାରଟେଲ ବେଶ ଆନନ୍ଦିତ । ଇଂଟେଲର ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଅଭିଜ୍ଞତା ଭାରତକୁ ବିଶ୍ୱସ୍ତରୀୟ ୫ଜି ସେବା ଯୋଗାଇଦେବା ଲାଗି ଏୟାରଟେଲର ଲକ୍ଷ ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେବ । ଏକ ବିଶ୍ୱସ୍ତରୀୟ ୫ଜି ସ୍ଥଳ ଭାବେ ଭାରତର ସମ୍ଭାବନାକୁ ଉନ୍ମୋଚନ କରିବା ଲାଗି ଆମେ ଇଂଟେଲ ଏବଂ ଘରୋଇ କମ୍ପାନୀଗୁଡ଼ିକ ସହ କାର୍ଯ୍ୟ କରିବା ଅପେକ୍ଷାରେ ରହିଛୁ ।”
ନେଟୱର୍କ ପ୍ଲାଟଫର୍ମ ଗ୍ରୁପ, ଇଂଟେଲ କର୍ପୋରେଟ ଭାଇସ ପ୍ରେସିଡେଂଟ ଡାନ ରୋଡ୍ରିଗୁଏଜ କହିଛନ୍ତିଯେ, “ଏୟାରଟେଲ ର‌୍ୟାନ କାର୍ଯ୍ୟଭାରକୁ ଏମ୍ବେଡେଡ ଇଂଟେଲିଜେନ୍ସି ସହିତ ଅପ୍ଟିମାଇଜ କରିବାକୁ, ନିଜର ଭିତିଭୂମିକୁ ମାପିବା ଏବଂ ଏକ ସଂଯୁକ୍ତ ଭାରତର ପ୍ରତିଶ୍ରୁତି ପ୍ରଦାନ କରିବା ଲାଗି ଏହାର ପରବର୍ତୀ ପିଢ଼ୀର ବର୍ଦ୍ଧିତ ନେଟୱର୍କକୁ ଇଂଟେଲ ଟେକ୍ନୋଲୋଜିର ଏକ ବ୍ୟାପକତା ସହିତ ପ୍ରଦାନ କରୁଛି, ଯେଉଁଥିରେ ଇଂଟେଲ ଜିଓନ୍ ସ୍କେଲେବଲ ପ୍ରୋସେସର ଏବଂ ଫ୍ଲେକ୍ସର‌୍ୟାନ ସଫ୍ଟଓୟାର ଅନ୍ତର୍ଭୁକ୍ତ ରହିଛି ।”


Share It

Comments are closed.