ଏୟାର ଇଣ୍ଡିଆ ପକ୍ଷରୁ ଅଣ ଓସାରିଆ ବିମାନରେ “ଭିଷ୍ଟା ଷ୍ଟ୍ରିମ୍‌’ ବିମାନ ମନୋରଂଜନ ସେବାର ସମ୍ପ୍ରସାରଣ

Share It

ଭୁବନେଶ୍ୱର: ଦେଶର ଅଗ୍ରଣୀ ଗ୍ଲୋବାଲ୍ ଏୟାରଲାଇନ୍ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀମାନଙ୍କୁ ନିରବଚ୍ଛିନ୍ନ ମନୋରଂଜନ ପ୍ରଦାନ କରିବା ଲାଗି ଅଣ ଓସାରିଆ ବିମାନଗୁଡ଼ିକରେ ଏହାର ଓୟାରଲେସ୍ ଇନ୍‌ଫ୍ଲାଇଟ୍ ମନୋରଂଜନ ସେବା ଭିଷ୍ଟା ଷ୍ଟ୍ରିମ୍‌ର ସମ୍ପ୍ରସାରଣ କରାଯାଇଛି।
୨୦୨୪ ଅଗଷ୍ଟରେ ଏୟାର ଇଣ୍ଡିଆ ପକ୍ଷରୁ ଭିଷ୍ଟା ଷ୍ଟ୍ରିମ୍ ସେବାର ଶୁଭାରମ୍ଭ କରାଯାଇଥିଲା। ତାହାକୁ କମ୍ପାନିର ଥିବା ବୋଇଂ ୭୭୭ ଓ ଏୟରବସ ୩୫୦ ଭଳି ଓସାରିଆ ବିମାନରେ କାର୍ଯ୍ୟକାରୀ କରାଯାଇଛି। ନିକଟରେ ହୋଇଥିବା ସମ୍ପ୍ରସାରଣ ଦ୍ୱାରା ଭିଷ୍ଟା ଷ୍ଟ୍ରିମ୍ ଏବେ କମ୍ପାନିର ଅନ୍ତର୍ଜାତୀୟ ଓ ଦେଶ ଭିତରେ ଉଡ଼ୁଥିବା ଉଭୟ ଓସାରିଆ ଓ ଅଣ ଓସାରିଆ ବିମାନରେ ଉପଲବ୍ଧ ହୋଇଛି।
ଭିଷ୍ଟା ଷ୍ଟ୍ରିମ୍ ଯାତ୍ରୀମାନଙ୍କୁ ସେମାନଙ୍କ ନିଜ ଡିଭାଇସ୍ ଯଥା ସ୍ମାର୍ଟଫୋନ,୍ ଟାବଲେଟ୍ ଓ ଲାପ୍‌ଟପ୍‌ର ବିବିଧ ପ୍ରକାର ବିଷୟବସ୍ତକୁ ସିଧାସଳଖ ହାସଲ କରିବାର ସୁବିଧା ପ୍ରଦାନ କରୁଥିବା ବେଳେ ଆକର୍ଷଣୀୟ ମନୋରଂଜନ ଯୋଗାଇ ଦେଉଛି।
ଏ ସମ୍ପର୍କରେ ଏୟାର ଇଣ୍ଡିଆର ମୁଖ୍ୟ ଗ୍ରାହକ ଅନୁଭୂତି ଅଧିକାରୀ ରାଜେଶ ଡୋଗ୍ରା କହିଛନ୍ତି ଯେ, “ଆମେ ଏୟାର ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ଏୟାରଲାଇନ୍‌ରେ ରୂପାନ୍ତରିତ କରିବା ଜାରି ରଖିଥିବା ବେଳେ ଭିଷ୍ଟା ଷ୍ଟ୍ରିମ୍‌ର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଖୁସି ଯାହା ଯାତ୍ରା ସମୟରେ ଯାତ୍ରୀମାନଙ୍କ ବ୍ୟକ୍ତିଗତ ଡିଭାଇସରେ ଡିଜିଟାଲ୍ ମନୋରଂଜନ ପହଂଚାଇବ। ବ୍ୟାପକ ଅଣ ଓସାରିଆ ବିମାନ ପର୍ଯ୍ୟନ୍ତ ଭିଷ୍ଟା ଷ୍ଟ୍ରିମ୍‌ର ସମ୍ପ୍ରସାରଣ କରାଯାଇଥିବାରୁ ଡୋମେଷ୍ଟିକ୍ ଓ ଅନ୍ତର୍ଜାତୀୟ ନେଟ୍‌ୱର୍କର ବିମାନରେ ନିରବଚ୍ଛିନ୍ନ ମନୋରଂଜନ (ବିୱାଇଓଡି) ଉପଲବ୍ଧ ହେବ।’’
ବଲିଉଡ୍ ବ୍ଲକ୍‌ବଷ୍ଟର, ହଲିଉଡ ହିଟ୍‌ଠାରୁ ଆରମ୍ଭ କରି ବୃତଚିତ୍ର, କ୍ଲାସିକ୍ ଟ୍ୟୁନ୍‌, ପିଲାଙ୍କ କାର୍ଯ୍ୟକ୍ରମ ଭଳି ୧୬୦୦ରୁ ଅଧିକ ପ୍ରିମିୟମ୍ ବିଷୟବସ୍ତକୁ ଅତିଥିମାନେ ଅନ୍ୱେଷଣ କରିପାରିବେ। ବିମାନର ବାସ୍ତବ ସ୍ଥିତି ଜାଣିବା ଲାଗି ଭିଷ୍ଟା ଷ୍ଟ୍ରିମ୍‌ରେ ଏକ ଲାଇଭ୍ ମ୍ୟାପ୍ ରହିଛି ଏବଂ ତାହା ଆଇଓଏସ୍‌, ଆଣ୍ଡ୍ରଏଡ୍‌, ୱିଣ୍ଡୋ ଓ ମ୍ୟାକ୍‌ଓଏସ୍ ଡିଭାଇସ୍‌ରେ ହାସଲ କରାଯାଇପାରୁଛି। ଫଳରେ ବିମାନ ଯାତ୍ରା ସମୟ ସାରା ମନୋରଂଜନ ହାସଲ କରିବା ସୁନିଶ୍ଚିତ ହୋଇପାରିଛି।


Share It

Comments are closed.