ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ସ୍କୁଟ୍ ସହଯୋଗରେ ଭର୍ଚୁଆଲ୍ ଇଂଟରଲାଇନ୍ ପ୍ଳାଟଫର୍ମର ଶୁଭାରମ୍ଭ


ଭୁବନେଶ୍ୱର: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପ୍ରଥମ ଭାରତୀୟ ଏୟାରଲାଇନ୍ ଭାବେ ଭର୍ଚୁଆଲ ଇଂଟରଲାଇନ୍ ପ୍ଲାଟଫର୍ମ ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଯାତ୍ରୀମାନେ ବୁକିଂର ବ୍ୟାପକ ବିକଳ୍ପ ପାଇପାରିବେ। ଏୟାରଲାଇନ୍‌ର ୱେବସାଇଟ୍‌ରେ ବିମାନ ସର୍ଚ୍ଚ କରିବା ବେଳେ ଗ୍ରାହକମାନେ ନୂଆ ପ୍ଲାଟଫର୍ମ ସହ ଯୋଡ଼ିହୋଇପାରିବେ ଯାହା ଦ୍ୱାରା ସେମାନେ କନେକ୍ଟିଂ ବିମାନ ବୁକିଂ କରିବା ବେଳେ ଗୋଟିଏ ପାଶ୍ୱର୍ରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଏବଂ ଅପର ପକ୍ଷରୁ ସହଯୋଗୀ ଏୟାରଲାଇନ୍ସର ବିମାନ ବୁକିଂ କରିପାରିବେ।
ଡୋହୋପ୍ (ଟ୍ରାଭେଲ୍ ସମାଧାନ ପ୍ରଯୁକ୍ତି କମ୍ପାନି) ସହ ସହଯୋଗିତାରେ ବିକାଶ କରାଯାଇଥିବା ଭର୍ଚୁଆଲ୍ ଇଂଟରଲାଇନ୍ ପ୍ଳାଟଫର୍ମ “ଏଆଇଏକ୍ସ କନେକ୍ଟ” ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସଂଯୋଗରେ ଉନ୍ନତି ଆଣି ଯାତ୍ରୀମାନଙ୍କୁ ନିଜେ ଟିକଟ ବୁକିଂ କରିବାରେ ସହାୟକ ହେବ। ଏଥିରେ ପ୍ରଥମ ସହଯୋଗୀ ଭାବେ ସିଙ୍ଗାପୁରର ଏୟାରଲାଇନ୍‌ର ସ୍କୁଟ୍ ଯୋଡ଼ି ହୋଇଛି, ଯାହା ଜରିଆରେ ଯାତ୍ରୀମାନେ ଭାରତ ଓ ମଧପ୍ରାଚ୍ୟରୁ ବିଶ୍ୱର ୬୦ଟି ଅନ୍ତର୍ଜାତୀୟ ସ୍ଥାନକୁ ବୁକିଂ କରିପାରିବେ।
କମ୍ପାନି ଅଷ୍ଟ୍ରେଲିଆ, ଚୀନ୍‌, ଇଣ୍ଡୋନେସିଆ, ଜାପାନ, ଲାଓସ୍ ପିପୁଲ୍ସ ଡେମୋକ୍ରାଟିକ୍ ରିପବ୍ଲିକ୍‌, ମାଲେସିଆ, ଫିଲିପାଇନ୍ସ, ରିପବ୍ଲିକ୍ ଅଫ୍ କୋରିଆ, ସିଙ୍ଗାପୁର, ଥାଇଲାଣ୍ଡ ୍ ଏବଂ ଭିଏତନାମକୁ ବିମାନ ସେବା ପ୍ରଦାନ କରୁଛି। ଏହି ସହଯୋଗିତା ୩୨ଟି ଘରୋଇ ଏବଂ ୧୪ଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳରୁ ଦୈନିକ ୩୮୦ଟି ବିମାନ ଉଡ଼ାଣ କରୁଛି। ଯାତ୍ରୀମାନେ ଚେନ୍ନାଇରୁ ବାଲି, ହୋ ଚି ମିନ୍‌ହ ସିଟି, ହଂକଂ, ଇଂଜିଓନ, ମେଲବର୍ଣ୍ଣ, ପେନାଙ୍ଗ, ଫୁକେଟ, ସିଡନୀ ଏବଂ ଟୋକିଓ ଭଳି ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ବିମାନ ବୁକିଂ କରିପାରିବେ କିମ୍ବା ଦୋହା, ଦୁବାଇ, କୁଏତ କିମ୍ବା ମସ୍କଟରୁ ଭାରତ ଦେଇ ସିଙ୍ଗାପୁରକୁ ବିମାନ ବୁକିଂ କରିପାରିବେ । ସେହିପରି ତିରୁଚିରାପଲ୍ଲୀର ଯାତ୍ରୀମାନେ ବାଲି, ହୋ ଚି ମିନ୍ ସିଟି, ଜାକର୍ତା, କୁଆଲାଲମ୍ପୁର, ମାନିଲା, ମେଲବର୍ଣ୍ଣ, ପେନାଙ୍ଗ, ପର୍ଥ, ସିଡନୀ ଏବଂ ତାଇପେ ଭଳି ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିପାରିବେ। ମଦୁରାଇରୁ ଆସିଥିବା ଯାତ୍ରୀମାନେ ଏବେ ବାଲି, ବ୍ୟାଙ୍କକ, ହାନୋଇ, ହୋ ଚି ମିନ୍ ସିଟି, ଜାକର୍ତା, କୁଆଲାଲମ୍ପୁର, ମାନିଲା, ମେଲବର୍ଣ୍ଣ, ଫୁକେଟ, ସିଓଲ, ସିଡନୀ ଏବଂ ତାଇପେକୁ ବିମାନ ବୁକିଂ କରିପାରିବେ।
ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଅଙ୍କୁର ଗର୍ଗ କହିଛନ୍ତି ଯେ, “ଏୟାର ଇଣ୍ଡିଆ ଏକ୍ସପ୍ରେସ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ନିଜର ଉପସ୍ଥିତି ମଜବୁତ କରୁଥିବାବେଳେ ଆମେ ପୂର୍ବ ଏବଂ ପଶ୍ଚିମକୁ ନିରବଚ୍ଛିନ୍ନ ଯୋଗାଯୋଗ ସହିତ ନୂତନ ଗନ୍ତବ୍ୟସ୍ଥଳଗୁଡିକୁ ଯୋଡ଼ିବା ପାଇଁ ଭର୍ଚୁଆଲ ଇଂଟରଲାଇନ ସହଯୋଗିତାକୁ ଉପଯୋଗ କରୁଛୁ। ଆମେ ଏହି ପ୍ଲାଟଫର୍ମରେ ଆମର ପ୍ରଥମ ଏୟାରଲାଇନ୍ସ ପାର୍ଟନର ଭାବରେ ସ୍କୁଟ୍‌କୁ ସ୍ୱାଗତ କରୁଛୁ ଏବଂ ଅଧିକ ଏୟାରଲାଇନ୍ସ ଚଳାଚଳ କରିବାକୁ ଚାହୁଁଛୁ, ଯାହା ଭାରତରୁ ବଢୁଥିବା ବାହ୍ୟ ଯାତ୍ରା ଚାହିଦା ପୂରଣ କରିବା ପାଇଁ ନେଟୱାର୍କକୁ ଆହୁରି ବିସ୍ତାର କରିବାରେ ସହାୟକ ହେବ ଏବଂ ଏହା ସହିତ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆମର ରାଷ୍ଟ୍ର ପ୍ରତି ଆକୃଷ୍ଟ କରି ଆଭ୍ୟନ୍ତରୀଣ ପର୍ଯ୍ୟଟନକୁ ବୃଦ୍ଧି କରିବ।’’
“ଏହି ଭର୍ଚୁଆଲ ପ୍ଲାଟଫର୍ମରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଉଦ୍‌ଘାଟନୀ ଇଂଟରଲାଇନ ପାର୍ଟନର ହୋଇ ଆମେ ଗର୍ବ ଅନୁଭବ କରୁଛୁ। ଏହି ସହଯୋଗିତା କେବଳ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ ନାହିଁ, ବରଂ ଭାରତୀୟ ଯାତ୍ରୀମାନଙ୍କୁ ସିଙ୍ଗାପୁର ଏବଂ ଏହା ବାହାରେ ଅଧିକ ବିମାନ ବିକଳ୍ପ ମଧ୍ୟ ପ୍ରଦାନ କରିବ। ଗ୍ରାହକଙ୍କୁ ଆମର ବିସ୍ତୃତ ନେଟୱାର୍କ ମଧ୍ୟରେ ଆରାମଦାୟକ ଏବଂ ନିରବଚ୍ଛିନ୍ନ ଯାତ୍ରା ପ୍ରଦାନ କରିବାକୁ ସ୍କୁଟ୍ ପ୍ରତିଶ୍ରୁତିବଦ୍ଧ” ବୋଲି ସ୍କୁଟର ମୁଖ୍ୟ ବାଣିଜ୍ୟିକ ଅଧିକାରୀ କେଲଭିନ ଚାନ୍ କହିଛନ୍ତି।


Share It

Comments are closed.