ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ୧୯୪୭ ଟଙ୍କାର ସର୍ବନିମ୍ନ ଟିକଟ ମୂଲ୍ୟ ସହ “ଫ୍ରିଡମ୍ ସେଲ୍‌’ର ଶୁଭାରମ୍ଭ


ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୭ ବର୍ଷ ପୂର୍ତି ପାଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏହାର “ଫ୍ରିଡମ୍ ସେଲ୍‌’ ଘୋଷଣା କରିଛି । କମ୍ପାନି ବସକ୍ସସଦ୍ଭୟସବରଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ.ମକ୍ଟଜ୍ଞରେ ଏହି ଉତ୍ସବ ଆରମ୍ଭ କରିଛି । ଏଥିରେ ୧୯୪୭ ଟଙ୍କାରୁ ଏକ୍ସପ୍ରେସ ଲାଇଟ୍ ଭଡ଼ା ଆରମ୍ଭ ହୋଇଛି । ଏୟାରଲାଇନ୍ସର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ୨୦୨୪ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଯାତ୍ରା ପାଇଁ ଏହି ଅଫର ଉଦ୍ଦିଷ୍ଟ ଯେଉଁଥି ପାଇଁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୁକିଂ ପାଇଁ ଏହି ସେଲ୍ ଖୋଲା ରହିଛି ।
ଏୟାରଲାଇନ୍ସ ଦିଲ୍ଲୀ-ଜୟପୁର, ବେଙ୍ଗାଲୁରୁ-ଗୋଆ, ଦିଲ୍ଲୀ-ଗ୍ୱାଲିଅର ଭଳି ରୁଟ୍ ସମେତ ୧୫ଟି ଅନ୍ତର୍ଜାତୀୟ ଏବଂ ୩୨ଟି ଘରୋଇ ଗନ୍ତବ୍ୟସ୍ଥଳର ନେଟୱାର୍କରେ ସ୍ୱତନ୍ତ୍ର ବିକ୍ରୟ ଭଡ଼ା ସହିତ ଏହି ଡିଲ୍ ପ୍ରଦାନ କରୁଛି ।
airindiaexpress.com ରେ ବୁକିଂ କରି ଯାତ୍ରୀମାନେ ସ୍ୱତନ୍ତ୍ର ଜିରୋ ଚେକ୍‌-ଇନ୍ ବ୍ୟାଗେଜ୍ ଏକ୍ସପ୍ରେସ ଲାଇଟ୍ ଭଡ଼ାରେ ସ୍ୱତନ୍ତ୍ର ସୁବିଧା ପାଇପାରିବେ । ଏକ୍ସପ୍ରେସ୍ ଲାଇଟ୍ ଭଡ଼ାରେ ଅତିରିକ୍ତ ୩ କେଜି କ୍ୟାବିନ୍ ବ୍ୟାଗେଜ୍‌କୁ ବିନା ଶୁଳ୍କରେ ପ୍ରି-ବୁକ୍ କରିବା ସୁବିଧା ରହିଛି । ଚେକ୍‌-ଇନ୍ ବ୍ୟାଗେଜ୍ ପାଇଁ ରିହାତି ଶୁଳ୍କ ଘରୋଇ ବିମାନରେ ୧୫ କିଲୋଗ୍ରାମ୍ ପାଇଁ ୧୦୦୦ ଟଙ୍କା ଏବଂ ଅନ୍ତର୍ଜାତୀୟ ବିମାନରେ ୨୦ କିଲୋଗ୍ରାମ୍ ପାଇଁ ୧୩୦୦ ଟଙ୍କା ରହିଛି ।
ଏୟାର ଇଣ୍ଡିଆ ଏକ୍ସପ୍ରେସର ସଦସ୍ୟମାନେ ସ୍ୱତନ୍ତ୍ର ରିହାତି ପାଇପାରିବେ ଏବଂ ଏୟାରଲାଇନ୍ସର ୱେବସାଇଟରେ ୮% ପର୍ଯ୍ୟନ୍ତ ନ୍ୟୁକଏନ୍ ରୋଜଗାର କରିପାରିବେ । ଏହା ବ୍ୟତୀତ ବିଜ୍ ଏବଂ ପ୍ରାଇମ ସିଟ୍ ଉପରେ ୪୭% ପର୍ଯ୍ୟନ୍ତ ସ୍ୱତନ୍ତ୍ର ଫ୍ୟାବ୍ ଡିଲ୍‌, ‘ଗୌରମେଟ୍ ଗରମ ଭୋଜନ ଏବଂ ପାନୀୟ ଏବଂ ଆଡ୍‌-ଅନ୍ ପ୍ୟାକ୍ ଭଳି ସ୍ୱତନ୍ତ୍ର ଫ୍ୟାବ୍ ଡିଲ୍ ମଧ୍ୟ ପାଇପାରିବେ । ଲୟାଲିଟି ସଦସ୍ୟଙ୍କ ବ୍ୟତୀତ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ଏସଏମଇ, ଡାକ୍ତର ଓନର୍ସ ଏବଂ ସଶସ୍ତ୍ର ବାହିନୀର ସଦସ୍ୟ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିମାନେ ମଧ୍ୟ ଏୟାରଲାଇନ୍ସର ୱେବସାଇଟରେ ସ୍ୱତନ୍ତ୍ର ରିହାତି ଭଡା ବୁକ୍ କରିପାରିବେ ।
ସମସ୍ତ ନୂଆ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବୋଇଂ ୭୩୭-୮ ବିମାନରେ ଏକ୍ସପ୍ରେସ୍ ବିଜ୍ ଭଡ଼ା ରହିଛି ଯାହା ବିଜନେସ୍ କ୍ଲାସ୍ ସହ ସମାନ । ଅତିଥିମାନେ ୫୮ ଇଂଚ୍ ପର୍ଯ୍ୟନ୍ତ ସିଟ୍ ପିଚ୍ ସହିତ ଉନ୍ନତ ଯାତ୍ରା ଅନୁଭୂତି ପାଇଁ ବିଜ୍‌ନେସ୍ ସିଟ୍‌ରେ ଅପଗ୍ରେଡ୍ କରିପାରିବେ । ଦ୍ରୁତ ଗତିରେ ନିଜର ଫ୍ଲିଟ୍ ବିସ୍ତାର କରୁଥିବାରୁ ଏୟାରଲାଇନ୍ସ ପ୍ରତି ମାସରେ ପାଖାପାଖି ୪ଟି ନୂଆ ବିମ।।ନ ଯୋଡ଼ୁଛିି ଏବଂ ୨୦୨୩ ଅକ୍ଟୋବରରୁ ଶୁଭାରମ୍ଭ ହୋଇଥିବା ୩୦ରୁ ଅଧିକ ନୂଆ ବିମାନରେ ୪-୮ଟି ବିଜ୍ ସିଟ୍ ରହିଛି ।


Share It

Comments are closed.