ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-ଥାଇଲ୍ୟାଣ୍ଡ ସିଧାସଳଖ ଉଡ଼ାଣର ଶୁଭାରମ୍ଭ


ଏୟାର ଏସିଆ ଏହାର ସିଧାସଳଖ ଭୁବନେଶ୍ୱର-ବ୍ୟାଂକକ୍ ବିମାନଗୁଡ଼ିକର ଶୁଭାରମ୍ଭ କରିଛି, ଯାହାର ସ୍ୱାଗତ ଉତ୍ସବ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଆୟୋଜିତ ହୋଇଯାଇଛି । ଏମାନଙ୍କରେ ଯାତ୍ରିମାନେ ସପ୍ତାହକୁ ୩ ଥର (ବୁଧବାର, ଶୁକ୍୍ରବାର, ରବିବାର) ବ୍ୟାଙ୍ଗକକ୍ର ଡନ୍ମଙ୍ଗ୍ ବିମାନବନ୍ଦରକୁ ଯାତ୍ରା କରିପାରିବେ ।
ଏହି ଏୟାର ଲାଇନ୍ ଭାରତ ଓ ଥାଇଲ୍ୟାଣ୍ଡକୁ ନିକଟତର କରିବା ପାଇଁ ଉତ୍ସାହିତ ଅଛି । ଏଥିସହିତ ଏହା ଭୁବନେଶ୍ୱର ଯାତ୍ରୀମାନଙ୍କୁ ବ୍ୟବସାପେକ୍ଷ ମୂଲ୍ୟରେ ଏହି ଯାତ୍ରା ପ୍ରଦାନ କରୁଛି । ଯାତ୍ରୀମାନେ ଏଥିରେ ଘରୋଇ ଗନ୍ତବ୍ୟସ୍ଥଳୀ ଯେପରିକି- ଫୁକେଟ୍, କ୍ରାବି, ଚାଇଆଙ୍ଗ ମାଇ, ଓ ଚାଇଆଙ୍ଗ ରାଇ ତଥା ସିଙ୍ଗାପୁର, ବାଲି, ହୋ ଚାଇ ମିଞ୍ଚ ସିଟି, ହଙ୍ଗ କଙ୍ଗ ଓ ମାକାଉ ଭଳି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳୀଗୁଡ଼ିକୁ ମଧ୍ୟ ଯାତ୍ରା କରିପାରୁଛନ୍ତି । ଥାଇ ଏୟାର ଏସିଆ (ଫ୍ଲାଇଟ୍ କୋର୍ଡ ଏଫ୍ଡି) ବର୍ତ୍ତମାନ ଭାରତ ୭ଟି ସହର ଚେନ୍ନାଇ, ବାଙ୍ଗାଲୋର୍, କଲିକତା, ଜୟପୁର, କୋଚି, ବିଶାଖାପାଟନମ୍ ଓ ଗୟାରୁ ଥାଇଲ୍ୟାଣ୍ଡକୁ ସିଧାସଳଖ ଯାତ୍ରା କରୁଛି ।


Share It

Comments are closed.