ଏମ୍ସ ଡାକ୍ତରଙ୍କ ସୂଚନା, ସୁଶାନ୍ତଙ୍କ ଶରୀରରେ ମିଳିଲା ନାହିଁ ବିଷ


ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦୀର୍ଘ ୪ ମାସ ବିତିସାରିଲାଣି। ମାତ୍ର ଏଯାଏଁ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଛି। ସୁଶାନ୍ତ ରାଜପୁତଙ୍କ କେସରେ ଏମ୍ସର ଏକ ଡ଼ାକ୍ତରୀ ପ୍ୟାନେଲଙ୍କ ଦ୍ୱାରା ସିବିଆଇକୁ ହସ୍ତାନ୍ତର ହୋଇଥିବା ରିପୋର୍ଟ ମିଳିଥିବା ଜଣାପଡ଼ିଛି। ଉପଲବ୍ଧ ଥିବା ସୁଶାନ୍ତଙ୍କ ୨୦ ପ୍ରତିଶତ ଭିସେରାକୁ ନମୁନାକୁ ନେଇ ଏମ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯେଉଁଥିରେ ଏକ ବଡ଼ ଖୁଲାସା ହୋଇଥିବା ସାମ୍ନାକୁ ଆସିଛି। ମିଳିଥିବା ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କୁ ବିଷ ଦିଆଯାଇନଥିଲା। ଏମ୍ସ ଡ଼ାକ୍ତରଙ୍କୁ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାର ବିଷ ମିଳିନାହିଁ ବୋଲି ସୂଚନା ମିଳିଛି।


Share It

Comments are closed.