ଏଆଇରେ ପ୍ରସ୍ତୁତ ଓଡ଼ିଆ ଗୀତ ଲୋକଙ୍କ ହୃଦୟ ଜିଣୁଛି


ଭୁବନେଶ୍ୱର: ଏଆଇ ବା କୂତ୍ରିମ ବୁଦ୍ଧିମତା ବର୍ତ୍ତମାନ ସମୟରେ ଅନେକ କ୍ଷେତ୍ରରେ ମନୁଷ୍ୟକୃତ ବୁଦ୍ଧିମତା ପ୍ରତି ଆହ୍ବାନ ସୃଷ୍ଟି କରିଛି। ଏହାର ଉପଯୋଗ ଦ୍ୱାରା ଆମେ ବିଭିନ୍ନ ଏପରି କାର୍ଯ୍ୟ ଅତି ସହଜରେ କରି ପାରୁଛେ ଯାହା ପୂର୍ବରୁ କଷ୍ଟ ସାଧ୍ୟ ଥିଲା।

ଏହି ବର୍ଗରେ ବର୍ତ୍ତମାନ ଓଡ଼ିଆ ସଙ୍ଗୀତ ତିଆରି ସମ୍ପୂର୍ଣ୍ଣ ଏଆଇକୁ ଉପଯୋଗ କରି, ଲୋକଙ୍କ କାର୍ଯ୍ୟକୁ ଅତି ସହଜ କରିଦେଇଛି। ଏହା ଉପଯୋଗ କରି, ଆଗକୁ ଅନେକ ଓଡ଼ିଆ ସଙ୍ଗୀତ ପ୍ରେମୀ ମାଗଣାରେ କିଛି ସେକେଣ୍ଡ ମଧ୍ୟରେ ମନ୍ତ୍ର ମୁଗ୍ଧକର ସଙ୍ଗୀତ ତିଆରି କରି ପାରିବେ ।

ଏହିପରି ଏଆଇ ସଙ୍ଗୀତ ପରିବେଷଣ କରୁଥିବା ଏକ ଚ୍ୟାନେଲକୁ ପ୍ରସ୍ତୁତ କରିଥିବା ଯୁବକ ମିଲନ ନାୟକ, ଯେ ବିଭିନ୍ନ ପ୍ରକାରର ସଙ୍ଗୀତ ତିଆରି କରି ନିଜ ଚ୍ୟାନେଲ ମଧ୍ୟମରେ ସାଇତି ରଖିଛନ୍ତି। ତାଙ୍କର ଏହି ଗୀତ ଗୁଡ଼ିକ ଲୋକଙ୍କୁ ଅତି ଆକୃଷ୍ଟ କରୁଛି ।


Share It

Comments are closed.