କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଚୀନର ବଡ ଝଟକା


ଅନ୍ୟ ଦେଶମାନଙ୍କ ଭଳି କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବର୍ତ୍ତମାନ ଚୀନ ପକ୍ଷରୁ ମିଳିଛି ବଡ ଝଟକା । ଚୀନ, କାଶ୍ମୀର ପ୍ରସଙ୍ଗରୁ ପାକିସ୍ତାନ ପ୍ରତି ନିଜ ସମର୍ଥନ ପ୍ରତ୍ୟାହାର କରିନେଇଥିବାବେଳେ ସେ ଏହି ପ୍ରସଙ୍ଗକୁ ନେଇ କହିଛି ଯେ, ଏହି ପ୍ରସଙ୍ଗରେ ପାକିସ୍ତାନ, ଭାରତ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବା ଉଚିତ ।
ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ସାମ୍ବାଦିକ ମାନଙ୍କୁ ଏହି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, “ପାକିସ୍ତାନ, ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କାଶ୍ମୀର ପ୍ରସଙ୍ଗର ସମସ୍ୟାକୁ ସମାଧାନ କରିବା ଉଚିତ । ପଡୋଶୀଙ୍କ ସହ ବିବାଦ ସାମାନ୍ୟ ଘଟଣା ଅଟେ । ଚୀନ ରାଷ୍ଟ୍ରପତି ବର୍ତ୍ତମାନ ଭାରତ ଗସ୍ତରେ ଥିବାବେଳେ ବର୍ତ୍ତମାନ ତାଙ୍କ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ବୟାନ ଜାରି କରାଯାଇଛି ।”
ଭାରତରେ ଚୀନର ରାଷ୍ଟ୍ରଦୂତ କହିଛନ୍ତି ଯେ, “ସୀମା ବିବାଦକୁ ନେଇ ଏସିଆ ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଲାଗିରହିଥିବା ବିବାଦ ଯୋଗୁଁ ଦ୍ୱିପାକ୍ଷିକ ଆଲୋଚନକୁ ପ୍ରଭାବିତ କରିବା ଠିକ୍ ନୁହେଁ । ”


Share It

Comments are closed.