ଅଯୋଧ୍ୟା ମାମଲା ଶୁଣାଣି ପୂର୍ବରୁ ୟୁପିର ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହ ସାକ୍ଷାତ କରିବେ ସିଜେଆଇ


ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମ କୋର୍ଟ ପକ୍ଷରୁ ଆଗତ ହେବାକୁ ଥିବା ନିଷ୍ପତି ପୂର୍ବରୁ ଆଜି ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ପୋଲିସ ମହାନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଷ୍ପତି ଆସିବା ପୂର୍ବରୁ ଗୃହ ମନ୍ତ୍ରଣାଳାୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କେବଳ ଏତିକି ନୁହେଁ ସମସ୍ତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଏବଂ ସାଂପ୍ରଦାୟିକ ସଦ୍ଭାବ ବଜାୟ ରଖିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଗୃହ ମନ୍ତ୍ରଳାୟ ପକ୍ଷରୁ ଖାସ କରି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୪୦୦୦ରୁ ଉଦ୍ଧ୍ୱର୍ ଅର୍ଦ୍ଧସାମରିକ ଯବାନଙ୍କୁ ମୁତୟନ କରାଯାଇଥିବାବେଳେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ଥିବା ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏକ ଆଡଭାଇଜରି ଜାରି କରାଯାଇଥିବାର ସୂଚନା ଗୃହ ମନ୍ତ୍ରଣାଳାୟ ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି ।


Share It

Comments are closed.