ଆଠଗଡରେ କୃଷି ଓ ପ୍ରାଣୀସଂପଦ ମେଳା

ଆଧୁନିକ ଜ୍ଞାନକୌଶଳ ଓ କୃଷି ଯନ୍ତ୍ରପାତି ବ୍ୟବହାରକୁ ପ୍ରୋତ୍ସାହିତ କରାଯାଇଛି : ମନ୍ତ୍ରୀ ଶ୍ରୀ ସ୍ୱାଇଁ


ଭୁବନେଶ୍ୱର : ରାଜ୍ୟରେ କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଛନ୍ତି । କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ, ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଓ କୃଷି ଯନ୍ତ୍ରପାତିର ବ୍ୟବହାର ଫଳରେ କୃଷି ଉତ୍ପାଦନ ବୃଦ୍ଧି ହେବା ସହ ସମୟ ମଧ୍ୟ ସଂଚୟ ହୋଇପାରୁଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଆଠଗଡ ମହୋତ୍ସବ ପଡିଆରେ ଉପଖଣ୍ଡସ୍ତରୀୟ କୃଷି ଓ ପ୍ରାଣୀସଂପଦ ମେଳାକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, କେବଳ ଧାନ ଚାଷ ଉପରେ ନିର୍ଭର ନକରି ଡାଲି ଓ ତୈଳବୀଜ ଜାତୀୟ ଫସଲ ଚାଷ ସହିତ ମତ୍ସ୍ୟ ଓ ପ୍ରାଣୀପାଳନ ଆଦି କଲେ ଚାଷୀମାନେ ଅଧିକ ଲାଭ ପାଇପାରିବେ ଏବଂ ସେମାନଙ୍କର ଆୟ ବୃଦ୍ଧି ଘଟିବ । ସଂପ୍ରତି ଓଡିଶା ଏକ ବଳକା ଧାନ ଉତ୍ପାଦନକାରୀ ରାଜ୍ୟ ଭାବେ ବିବେଚିତ ହେବା ସହିତ ଅନ୍ୟ ରାଜ୍ୟଗୁଡିକୁ ବଳକା ଚାଉଳ ରପ୍ତାନୀ କରୁଛି । କୃଷକମାନଙ୍କ ଚାଷକାର୍ଯ୍ୟକୁ ସହଜ କରିବା, ବିଶେଷ କରି, ମହିଳା ଚାଷୀଙ୍କ ଶ୍ରମ ଲାଘବ ନିମନ୍ତେ ରାଜ୍ୟ ସରକାର କୃଷି ଯନ୍ତ୍ରପାତିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ସଂପ୍ରତି ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଏହାର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।


Share It

Comments are closed.