ରୋଗୀଙ୍କ ବହୁମୁଲ୍ୟ ଜିନିଷ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ନିକଟରେ ପୁଣିଥରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କ ବହୁମୁଲ୍ୟ ଜିନିଷ ପୋଲିସକୁ ଫେରାଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୂଚନା ଅନୁଯାୟି ଆମ୍ବୁଲାନ୍ସ କର୍ମଚାରୀମାନେ ଏକ ରେଫର କେସ ପାଇ ବିନକା ସିଏଚସିରୁ ସୋନପୂର ଡ଼ିଏଚଏଚକୁ ଏକ ଦୁର୍ଘଟଣାଗ୍ରସ୍ତ ରୋଗୀକୁ ନେଇ ଯାଉଥିଲେ । ସେହି ସମୟରେ ସୋନପୂର ଜିଲ୍ଲାର ରାମପୁର ପିଏଚସିର ଏକ ଆମ୍ବୁଲାନ୍ସ ବିନକା ସିଏଚସିରେ ଏକ ରୋଗୀକୁ ଛାଡ଼ୁଥିଲେ । ଉକ୍ତ ସମୟରେ ହସ୍ପିଟାଲ କର୍ମଚାରୀମାନେ ସେହି ଦୁଇଟି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ସୋନପୂର ଡ଼ିଏଚଏଚରେ ଛାଡ଼ିଦେବାକୁ ଅନୁରୋଧ କରିଥିଲେ । ମାନବିକତା ଦେଖାଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିନା ଜବ୍ ଆଇଡ଼ିରେ ଦୁଇଜଣ ରୋଗୀଙ୍କୁ ନେଇ ସୋନପୂର ଯାଇଥିଲେ । ମଝି ରାସ୍ତାରେ ସିଏଲଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇ ୧୦୮ ସିଡ଼ିସିକୁ କଲକରି ଜବ୍ ଆଇଡ଼ି କରିଥିଲେ । ସୋନପୂର ଡ଼ିଏଚଏଚରେ ରୋଗୀଙ୍କୁ ଛାଡ଼ିବା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଆମ୍ବୁଲାନ୍ସ ଭିତରେ ରୋଗୀର କିଛି ମୂଲ୍ୟବାନ ଜିନିଷ ପାଇଥିଲେ । ତେଣୁ ସେ ତାଙ୍କର ସିଏଲ ସୁରେଶ ନାୟକଙ୍କୁ କଲ କରି ତାଙ୍କ ନିର୍ଦ୍ଦେଶକ୍ରମେ ସେହି ଫୋନ୍, ୱାଲେଟ୍ ଏବଂ ଅନ୍ୟ ମୂଲ୍ୟବାନ ଜିନିଷକୁ ସୋନପୂର ପିଏସର ଏଏସଆଇଙ୍କୁ ହସ୍ତାନ୍ତର କରିଥିଲେ । ଉକ୍ତ ୧୦୮ ଆମ୍ବୁଲାନ୍ସରେ ପାଇଲଟ୍ଭାବେ ନିରଞ୍ଜନ ମେହେର, ଇଏମଟିଭାବେ ଅଜିତ କୁମାର ଦାଶ, ଆଟେଣ୍ଡାଣ୍ଟଭାବେ ସୁଶାନ୍ତ ପେରା କାର୍ଯ୍ୟରତ ଥିଲେ । ଆହତଙ୍କ ପରିବାର ଏବଂ ପୋଲିସ ପକ୍ଷରୁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସେମାନଙ୍କ ସଚ୍ଚୋଟତା ପାଇଁ ଭୂୟସି ପ୍ରଶଂସା କରାଯାଇଛି ।


Share It

Comments are closed.