କଟକ ଜୋନ ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ପୁନଃ ନିଯୁକ୍ତି ପାଇଲେ ସ୍ମୃତି ଦାସ


ଆଜି ଅପରାହ୍ନରେ ରାଜ୍ୟ ଛାତ୍ର ବିଜେଡିର ପୁର୍ନଗଠନ କରାଯାଇଥିବାବେଳେ ଜିଲ୍ଲାର ଅନେକ ଯୋଗ୍ୟ ଛାତ୍ର ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ କରାଯାଇଛି । ଏଥି ସହ କଟକ ଜୋନ ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ସ୍ମୃତି ଦାସଙ୍କୁ ପୁନଃ ନିଯୁକ୍ତ ଦିଆଯାଇଛି । ପୂର୍ବରୁ ଜିଲ୍ଲା ଏବଂ ଜୋନ ଛାତ୍ର ସଭାପତି ଭାବେ ନିଜ ଦାୟିତ୍ୱକୁ ସୂଚାର ଋପେ ତୁଲାଇ ସାରିଥିବା ଶ୍ରୀ ସ୍ମୃତି ଦାସଙ୍କୁ ହାଇକମାଣ୍ଡ ଯୋଗ୍ୟ ବିବେଚିତ କରି ପୁଣି ଥରେ କଟକ ଜୋନ ଛାତ୍ର ବିଜେଡିର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

ସ୍ମୃତି ରଞ୍ଜନ ଦାସ ଜୋନ ସଭାପତି ଭାବେ ପୁନଃ ନିଯୁକ୍ତି ପାଇବା ପରେ ସବୁ ଆଡୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ସୁଅ ଛୁଟିବାରେ ଲାଗିଲାଣି । ଦଳର ହାଇକମାଣ୍ଡ ସ୍ମୃତି ଦାସଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଥିବା ହେତୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।


Share It

Comments are closed.