ଶାହାରୁଖଙ୍କ ପରେ ଲକ୍ସ ହିଫରସି ଅଭିଯାନକୁ ସମର୍ଥନ କଲେ ବରୁଣ ଧୱନ ଏବଂ ଆୟୁଷ୍ମାନ


ବଲିଉଡରେ ଅତ୍ୟନ୍ତ ସୁନ୍ଦରୀ ମହିଳାଙ୍କ ସୌନ୍ଦର୍ଯ୍ୟ, ଷ୍ଟାଇଲ, ଗ୍ଲାମର ଏବଂ ସଫଳତାକୁ ପାଳନ କରିବା ପାଇଁ ଲକ୍ସ ଗୋଲ୍ଡେନ ରୋଜ ଆୱାର୍ଡ ଏକ ଆଇକୋନିକ ସଂକେତ ହୋଇପାରିଛି ।
ଶାହାରୁଖ ଖାନ ଏହି ଅଭିଯାନରେ ନିଜର ସମର୍ଥନ ପ୍ରଦାନ କରିବା ସହିତ ଇଣ୍ଡଷ୍ଟ୍ରି ଏବଂ ପ୍ରଶଂସକମାନଙ୍କୁ ଏହାକୁ ଅନୁକରଣ କରିବା ପାଇଁ ଆହ୍ୱାନ କରିଛନ୍ତି । ବଲିଉଡର ପ୍ରତିଷ୍ଠିତ ଭଦ୍ରବ୍ୟକ୍ତିଙ୍କ ମଧ୍ୟରେ ବରୁଣ ଧୱନ ଏବଂ ଆୟୁଷ୍ମାନ ଖୁରାନା ଚଳିତ ବର୍ଷ ପୁରୁଷଙ୍କ ଏବଂ ପ୍ରଶଂସକଙ୍କ ଭ୍ରାତୃଭାବର ଏକ ଉଦାହରଣ ସୃଷ୍ଟି କରିବା ପାଇଁ ଲକ୍ସ ଗୋଲ୍ଡେନ ରୋଜ ଆୱାର୍ଡରେ ହିଫରସି ପାଇଁ ସେମାନଙ୍କ ସମର୍ଥନ ପ୍ରଦାନ କରିଛନ୍ତି । ବଲିଉଡକୁ ଅନସ୍କ୍ରିନରେ ସମାନତାରେ ବିଶ୍ୱାସ ରଖୁଥିବା ଏକ ସାହାଯ୍ୟକାରୀ ସ୍ୱାମୀର ଅଭିନୟ କରୁଥିବା ଟିଭିର ପ୍ରତିଷ୍ଠିତ ଅଭିନେତା ନକୁଲ ମେହତା (ଇସକବାଜ) ଏବଂ ନିଜର ଝିଅର ସ୍ୱପ୍ନକୁ ପୁରଣ କରିବାକୁ ଚାହୁଁଥିବା ପିତା ଭୂମିକାରେ ଅଭିନୟ କରୁôଥିବା କୁଲଫି କୁମାର ବାଜେୱାଲାର ମୋହିତ ମଲ୍ଲିକ ଯୋଗ ଦେଇଛନ୍ତି ।
ଏହି ସମର୍ଥନ ସମ୍ପର୍କରେ ବହୁଣ ଧୱନ କହିଛନ୍ତି ଯେ, “ଆମ୍ଭେମାନେ ଏକ ସକ୍ରିୟ ଇଣ୍ଡଷ୍ଟ୍ରିଭାବେ ବୃଦ୍ଧି ହେବା ସହିତ ସ୍ୱାସ୍ଥ୍ୟବାନ ଏବଂ ଉତ୍ସାହିତ ରହିପାରିବା ଯେବେକି ଆମ୍ଭମାନଙ୍କ ଇଣ୍ଡଷ୍ଟ୍ରିରେ ମହିଳାମାନେ ଚୁପ ନରହି ସେମାନଙ୍କ ଦକ୍ଷତା ଦର୍ଶାଇପାରିବେ । ବିଶ୍ୱସ୍ତରରେ ହିଫରସି କାରଣ ପାଇଁ ସେମାନଙ୍କ ସମର୍ଥନ ପ୍ରଦାନ କରୁଥିବାରୁ ମୁଁ ଲକ୍ସ ଗୋଲ୍ଡେନ ରୋଜ ଆୱାର୍ଡକୁ ଧନ୍ୟବାଦ ଜଣାଉଛି ଏବଂ ଏହିପିର ଆବଶ୍ୟକୀୟ ଅଭିଯାନ ପାଇଁ ମୋର ସମର୍ଥନ ପ୍ରଦାନ କରିବା ପାଇଁ ଖୁବ ଉତ୍ସାହିତ । ଆମ୍ଭେମାନେ ଏକତ୍ର ହେବା ଦ୍ୱାରା ଭିନ୍ନତା ସୃଷ୍ଟି କରିପାରିବା ।”
ଏହି ସମ୍ବନ୍ଧରେ ଆୟୁଷ୍ମାନ ଖୁରାନା କହିଛନ୍ତି ଯେ, “ଏହି ଇଣ୍ଡଷ୍ଟ୍ରିର ଏକ ଅଂଶ ଅନୁଯାୟୀ ଏହା ପ୍ରତ୍ୟେକଙ୍କ ପାଇଁ ସୁର କ୍ଷିତ, ସମାନ ଏବଂ ଉତ୍ସାହିତ କରି ଆମ୍ଭମାନଙ୍କର ପସନ୍ଦ ନୁହେଁ ବରଂ ଦାୟିତ୍ୱ ହେବା ଆବଶ୍ୟକ । ହିଫରସିର ଆର୍ଥତ ହେଉଛି ସକାରତ୍ମକ ପରିବର୍ତ୍ତନ ପାଇଁ ଦୃଢ ରହିବା । ମୋର ବ୍ୟକ୍ତିଗତ ଭାବନା ଏହା ରହିଛି କି ଯଦି କଠିନ ପରିଶ୍ରମ ଏବଂ ଆତ୍ମସମ୍ମାନର ସହିତ କାମ କରୁଥିବା ମୋର ସହ-ଅଭିନେତ୍ରିଙ୍କୁ ସମ୍ମାନ ମିଳେନାହିଁ ତେବେ ଏହା ଆମ୍ଭମାନଙ୍କ ପାଇଁ ତଥା ସମ୍ପୂର୍ଣ୍ଣ ଇଣ୍ଡଷ୍ଟ୍ରି ପାଇଁ ଲଜ୍ଜାର ବିଷୟ । ସେମାନଙ୍କୁ ସମର୍ଥନ ପ୍ରଦାନ ସହିତ ବହୁ ଜଣଙ୍କୁ ପ୍ରତ୍ସାହିତ କରୁଥିବାରୁ ଲକ୍ସ ଗୋଲ୍ଡେନ ରୋଜ ଆୱାର୍ଡକୁ ଧନ୍ୟବାଦ ।”


Share It

Comments are closed.