ସଞ୍ଜୁ ପରେ ଦର୍ଶକ ଦେଖିବେ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ


ବଲିଉଡରେ ବାୟୋପିକ ଫିଲ୍ମର ଟ୍ରେଣ୍ଡ ଚାଲିଥିବା ବେଳେ ଲିଜେଣ୍ଡରୀ ଅଭିନେତ୍ରୀ ମଧୁବାଲାଙ୍କ ଉପରେ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ମଧୁବାଲାଙ୍କ ସାନ ଭଉଣୀ ମଧୁର ବ୍ରିଜ ଭୂଷଣ ଏହି ବାୟୋପିକ ଉପରେ ଫିଲ୍ମ ପ୍ରସ୍ତୁତିର ଘୋଷଣା କରିଛନ୍ତି । ଏହି ଫିଲ୍ମର କାଷ୍ଟିଙ୍ଗ ଅଫିସିଆଲି ଘୋଷଣା ହୋଇନାହିଁ । ମଧୁବାଲା ନିଜର ମୁଗଲେ ଆଜମ ଫିଲ୍ମ ପାଇଁ ଲୋକପ୍ରିୟ ହୋଇଥିବା ବେଳେ ବଲିଉଡରେ ଖୁବ ଭଲ ଭଲ ଫିଲ୍ମ ଚଲତି କା ନାମ ଗାଡି, ମିଷ୍ଟର ଆଣ୍ଡ ମିସେସ ୫୫ ଏବଂ ମହଲ ପାଇଁ ଲୋକପ୍ରିୟତା ଅର୍ଜନ କରିପାରିଥିଲେ । ମଧୁବାଲା ୧୯୩୬ ମସିହାରେ ୩୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।
ଏହି ସମ୍ପର୍କରେ ଭୂଷଣ କହିଛନ୍ତି ଯେ, ମୁଁ ମୋର ଭଉଣୀଙ୍କ ଉପରେ ବାୟୋପିକ ପ୍ରସ୍ତୁତ କରିବାକୁ ଯାଉଛି । ବଲିଉଡ ସହିତ ଏବଂ ମଧୁବାଲାଙ୍କ ସହିତ ଜଡିତ ଥିବା ବ୍ୟକ୍ତି ମୋର ବିନା ଅନୁମତିରେ ମଧୁବାଲାଙ୍କ ସମ୍ପର୍କରେ କୌଣସି ବାୟୋପିକ ପ୍ରସ୍ତୁତ କରନ୍ତୁ ନାହିଁ ।
କିଛି ବର୍ଷ ଧରି ବହୁ ଫିଲ୍ମ ପ୍ରସ୍ତୁତକର୍ତ୍ତାମାନେ ମଧୁବାଲାଙ୍କ ଜୀବନକାହାଣୀ ଉପରେ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଚାହୁଁଥିଲେ ମଧ୍ୟ ଭୂଷଣ ସମସ୍ତଙ୍କୁ ମନା କରିଆସିଛନ୍ତି । କିନ୍ତୁ ସେ ଚାହୁଁଛନ୍ତି କି ତାଙ୍କ ଭଉଣୀଙ୍କ ଜୀବନ କାହାଣୀ ଉପରେ ହେଉଥିବା ଫିଲ୍ମ ସମ୍ପୂର୍ଣ୍ଣ ଭାବେ ଜଷ୍ଟିସ ହେବା ଆବଶ୍ୟକ । ଆହୁରି ମଧ୍ୟ, ମଧୁର ବ୍ରିଜ ଭୂଷଣ ମଧୁବାଲାଙ୍କ ଉପରେ ପ୍ରସ୍ତୁତ ହେଉଥିବା ଫିଲ୍ମ ଦିଲ୍ଲୀର ମାଡାମ ତୁସାର୍ଡସ ମ୍ୟୁଜିଅମରେ ମଧୁବାଲାଙ୍କ ମହମର ମୂର୍ତ୍ତି ଉନ୍ମୋଚନ ହେବା ପର ଠାରୁ ଯୋଜନା କରୁଛନ୍ତି । ଚଳିତ ବର୍ଷର ଶେଷ ସୁଦ୍ଧା ଫିଲ୍ମର ନିର୍ଦ୍ଦେଶକ ଏବଂ ଅଭିନେତା ମାନଙ୍କ ନାମ ଘୋଷଣା କରାଯିବ । ମଧୁବାଲାଙ୍କୁ ଇଣ୍ଡିଆନ ସିନେମା ଜଗତର ଭେନସ ଏବଂ ଟ୍ରାଜେଡିର କୁଇନ ବୋଲି କୁହାଯାଏ ।


Share It

Comments are closed.