ସେମିଫାଇନାଲ ପୂର୍ବରୁ ଆହତ ହେଲେ କୋହଲି


ବିରାଟ କୋହଲି (Virat Kohli) ଟି-୨୦ ବିଶ୍ୱକପର (T20 World Cup) ଅଷ୍ଟମ ସିଜନରେ ଏପର୍ଯ୍ୟନ୍ତ ବ୍ୟାଟ୍ ସହ ଭଲ ପ୍ରଦର୍ଶନ କରିଛନ୍ତି । ସେ ଅର୍ଦ୍ଧ ତିନୋଟି ଅର୍ଦ୍ଧଶତକ ସହ ୨୦୦ ରୁ ଅଧିକ ରନ୍ କରିଛନ୍ତି । ଏହି କାରଣରୁ ଦଳ ସୁପର-୧୨ ର ୫ଟି ମ୍ୟାଚ ମଧ୍ୟରୁ ୪ଟି ଜିତିବାରେ ସକ୍ଷମ ହୋଇଥିଲା । ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ (IND vs ENG) ସହିତ ମୁକାବିଲା କରିବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ହେଉଛି । ଏହି ବଡ ମ୍ୟାଚ୍ ପୂର୍ବରୁ କୋହଲି ବୁଧବାର ଦିନ ପ୍ରାକ୍ଟିସ କରୁଥିବା ସମୟରେ ଆହତ ହୋଇଥିଲେ । ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ (Harshal Patel) ବଲ ତାଙ୍କ ଜଙ୍ଘରେ ବାଜିଥିଲା । ଏହାପୂର୍ବରୁ ଅଧିନାୟକ ରୋହିତ ଶର୍ମା (Rohit Sharma) ମଧ୍ୟ ମଙ୍ଗଳବାର ଆହତ ହୋଇଥିଲେ । ତେବେ ସେ ସେମିଫାଇନାଲ ପାଇଁ ସମ୍ପୂର୍ଣ୍ଣ ଫିଟ୍ ବୋଲି ଆଜି କହିଛନ୍ତି ।

ବୁଧବାର ବିରାଟ କୋହଲି ଦୀର୍ଘ ସମୟ ଧରି ପ୍ରାକ୍ଟିସ କରିଥିଲେ । ଏହି ସମୟରେ ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ ଏକ ବଲ ତାଙ୍କ ଜଙ୍ଘରେ ଯାଇ ବାଜିଥିଲା । ଏହି କାରଣରୁ ସେ ବହୁତ ଯନ୍ତ୍ରଣା ଭୋଗୁଥିଲେ ଓ ନିଜେ ପିଚରେ ବସି ପଡିଥିଲେ । ଯଦିଓ ଆଘାତ ଗୁରୁତର ନୁହେଁ । ପରେ ତାଙ୍କୁ ପ୍ରଶଂସକଙ୍କ ସହ ସେଲଫି ନେଉଥିବାର ଦେଖିବାକୁ ମିଳିଥିଲା । ଏହା ଜଣା ଯେ କୋହଲି ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ସ୍କୋରର୍ ଅଟନ୍ତି । ସେ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷ ଅପରାଜିତ ୮୨ ରନ ସ୍କୋର କରି ଭାରତକୁ ରୋମାଞ୍ଚକର ବିଜୟ ଦେଇଥିଲେ । ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଆଡିଲେଡରେ ଖେଳାଯିବ । ଏଠାରେ କୋହଲିଙ୍କ ରେକର୍ଡ ଉତ୍କୃଷ୍ଟ ଅଟେ । ସେ ଏପର୍ଯ୍ୟନ୍ତ ଏଠାରେ ୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଓ ଉଭୟରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ୯୦ ନଟ ଆଉଟ୍ ତାଙ୍କର ଏଠାରେ ସର୍ବାଧିକ ସ୍କୋର । ବର୍ତ୍ତମାନର ବିଶ୍ୱକପ୍ ବିଷୟରେ କହିବାକୁ ଗଲେ ସେ ଏହି ଗ୍ରାଉଣ୍ଡରେ ବାଂଲାଦେଶ ବିପକ୍ଷରେ ଅପରାଜିତ ୬୪ ସ୍କୋର କରିଥିଲେ । ଅର୍ଥାତ ଏଠାରେ ସେ କେବେବି ଆଉଟ ହୋଇ ନାହାଁନ୍ତି । ସମସ୍ତ ତିନୋଟି ଫର୍ମାଟ୍ ବିଷୟରେ କହିବାକୁ ଗଲେ କୋହଲି ହାରାହାରି ୭୬ ରନରେଟ ସହ ଏହି ଗ୍ରାଉଣ୍ଡରେ ୧୪ ଇନିଂସରେ ୯୦୭ ରନ୍ ସଂଗ୍ରହ କରିଛନ୍ତି । ଏହି ଗ୍ରାଉଣ୍ଡରେ ୫ଟି ଶତକ ଓ ୩୬ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଏଠାରେ ୧୪୧ ରନର ସବୁଠାରୁ ବଡ ଇନିଂସ ଖେଳିଛନ୍ତି । ତାଙ୍କ ପରେ କୌଣସି ଭାରତୀୟ ଏଠାରେ ଅଧିକ ରନ୍ ସ୍କୋର କରିବାରେ ସକ୍ଷମ ହୋଇନାହାଁନ୍ତି । ବିରାଟ କୋହଲି ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ରନ୍ ସ୍କୋରର ଅଟନ୍ତି । ସେ ଏପର୍ଯ୍ୟନ୍ତ ହାରାହାରି ୫୩ ରେ ୧୦୬ ଇନିଂସରେ ୩୯୫୮ ରନ୍ ସଂଗ୍ରହ କରିଛନ୍ତି । ସେ ନିଜ କରିୟରରେ ଗୋଟିଏ ଶତକ ଓ ୩୬ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ସମୟରେ ତାଙ୍କ ଷ୍ଟ୍ରାଇକରେଟ ୧୩୮ ରହିଛି । ଯଦି ସେ ଇଂଲଣ୍ଡ ବିପକ୍ଷରେ ଆଉ ୪୨ ରନ୍ ସ୍କୋର କରନ୍ତି, ତେବେ ସେ ୪୦୦୦ ରନ୍ ସ୍କୋର କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହେବେ ।


Share It

Comments are closed.