କ୍ରିକେଟରୁ ସନ୍ୟାସ ନେବା ପରେ ବିଜେପିରେ ସାମିଲ ହୋଇ ପାରନ୍ତି ଧୋନୀ


ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରୁ ସନ୍ୟାସ ନେବା ପରେ ବିଜେପିରେ ସାମିଲ ହୋଇ ପାରନ୍ତି । ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ସଞ୍ଜୟ ପାସୱାନ । ଏକ ସାକ୍ଷାତକାରରେ ସେ କହିଛନ୍ତି ଏଥିପାଇଁ ଧୋନୀ ସହ ସେ ଅନେକ ସମୟ ଧରି ଯୋଗାଯୋଗରେ ଅଛନ୍ତି ।

ସେ କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ଧୋନୀଙ୍କୁ ବିଜେପି ସହ ଯୋଡିବା ପାଇଁ ପ୍ରୟାସ କରାଯାଇଥିଲା । ଯାହା ଅନ୍ତର୍ଗତ ବିଜେପିର ତତକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା ତାଙ୍କ ସହ ସାକ୍ଷାତ କରିଥିଲେ । ବିଜେପିର ସଦ୍ୟସତା ନେବା ପରେ ଧୋନୀ ପ୍ରାଧାନମନ୍ତ୍ରୀ ନରେନ୍ତ ମୋଦିଙ୍କ ଟିମରେ ସାମିଲ ହୋଇପାରନ୍ତି । କିନ୍ତୁ ଏହା ତାଙ୍କର କ୍ରିିକେଟରୁ ସନ୍ୟାସ ନେବା ପରେ ହିଁ କରାଯିବ । ଏହା ବିଷୟରେ ରାଞ୍ôଚରେ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କୁ ଯେତେବେଳେ ପଚରାଯାଇଥିଲା ସେକୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ । ସୂଚନା ଯୋଗ୍ୟ ଯେ, ଝାଡଖଣ୍ଡରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାର ଅଛି । ଯାହାକୁ ନେଇ ପାର୍ଟି ପକ୍ଷରୁ ସଙ୍ଗଠନ ସୁଦୃଢ କାର୍ଯ୍ୟକ୍ରମକୁ ଜୋରସୋରରେ ଆରମ୍ଭ କରାଯାଇଛି ।

ଏହା ପୂର୍ବରୁ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଧୋନୀଙ୍କୁ ସନ୍ୟାସ ନନେବାକୁ ଟୁଇଟ କରି ପରାମର୍ଶ ଦେଇଥିଲେ । କ୍ରିକେଟ ୱାର୍ଲ୍ଡ କପ୍ ସେମିଫାଇନାଲରେ ଭାରତ ପରାସ୍ତ ହେଲାପରେ ଧୋନୀ କ୍ରିକେଟରୁ ସନ୍ୟାସ ନେବା ଘୋଷଣା କରିବା କଥା ଚର୍ଚ୍ଚା ଜୋରଧରିଛି । ତାଙ୍କ ଫ୍ୟାନ ମାନେ ଟୁଇଟରରେ ଟ୍ରେଣ୍ଡକରି ସନ୍ୟାସ ନନେବାକୁ ନିବେଦନ କରିଛନ୍ତି ।


Share It

Comments are closed.