ପେଟ୍ରୋଲ ପରେ ଏବେ ୪୦ ଟଙ୍କା କମିଲା ସୋରିଷ ତେଲ, ବାଦାମ ଓ ସୋୟାବିନ ତେଲ ଦାମ୍ ମଧ୍ୟ ଖସିଲା


ମହଙ୍ଗା ମାଡରୁ ଏବେ ସାଧାରଣ ଲୋକଙ୍କୁ ମିଳିଛି କିଛି ଆଶ୍ବସ୍ଥି। ଦୁଇ ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି୍‌ରେ କାଟ୍ କରାଯିବା ପରେ ଏବେ ଆଉ ଏକ ଆଶ୍ବସ୍ଥିର ଖବର। ଏକ୍ସାଇଜ ଡ୍ୟୁଟି କମ୍ କରାଯିବା ଦ୍ବାରା ପେଟ୍ରୋଲର ରେଟ୍‌ ୯.୫ ଟଙ୍କା ପ୍ରତି ଲିଟର କମ୍ ହୋଇଯାଇଥିଲା। ଏବେ ଖାଇବା ତେଲ ମୂଲ୍ୟରେ ହ୍ରାସ ହେବାରେ ଲାଗିଛି। ଇଣ୍ଡୋନେସିଆ ରପ୍ତାନିର ବାଟ ଖୋଲିବା ପରଠାରୁ ମୂଲ୍ୟ ହ୍ରାସ ଘଟିଛି। ବିଦେଶୀ ବଜାରରେ ଖାଇବା ତେଲ ଦୃତ ଗତିରେ ବଢିବା ଭିତରେ ଇଣ୍ଡୋନେସିଆ ପକ୍ଷରୁ ରପ୍ତାନିର ବାଟ ଖୋଲିବାର ପ୍ରଭାବ ଦେଶର ବଜାର ଉପରେ ପଡିଛି। ଗତ ସପ୍ତାହରେ ଅଧିକାଂଶ ତୈଳବୀଜ ମୂଲ୍ୟ ହ୍ରାସ ପାଇଇଛି। ଏହାର ପ୍ରଭାବରେ କଚ୍ଚି ଘାନି ସୋରିଷ ତେଲ ୪୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ଏହା ଖାଇଦା ତେଲ ଦାମ୍‌ରେ ବଡ ହ୍ରାସ ବୋଲି କୁହାଯାଉଛି।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହ ସୋରିଷ ମଞ୍ଜିର ଦାମ୍ ୧୦୦ ଟଙ୍କା ହ୍ରାସ ପାଇଁ ୭,୫୧୫-୭,୫୬୫ ଟଙ୍କା ପ୍ରତି କ୍ବିଣ୍ଟାଲରେ ଆସିଯାଇଛି। ଏହା ପୂର୍ବରୁ ସୋରିଷ ତେଲ ଦାଦ୍ରି ୨୫୦ ଟଙ୍କା ହ୍ରାସ ପାଇବା ସହ ୧୫,୦୫୦ ଟଙ୍କା ପ୍ରତି କ୍ବିଣ୍ଟାଲରେ ଥିଲା। ସେଭଳି ସୋରିଷ ପକ୍କି ଘାନି ଓ କଚ୍ଚି ଘନ ତେଲ ରେଟ୍ କ୍ରମଶଃ ୪୦ ଟଙ୍କ ହ୍ରାସ ପାଇ ୨,୩୬୫-୨,୪୪୫ ଟଙ୍କା ଓ ୨,୪୦୫,୨,୫୧୫ ଟଙ୍କା ଟିଣ(୧୫ କିଲୋ)ରେ ପହଁଞ୍ଚିଛି।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସୋୟାବିନ ଦାନା ଓ ସୋୟାବିନ୍ ଲୁଜ୍‌ର ମୂଲ୍ୟରେ ହ୍ରାସ ଘଟିଛି ଓ ଏହା ୭,୦୨୫-୭,୧୨୫ ଟଙ୍କା(ସୋୟାବିନ୍ ଦାନା) ଓ ୬,୭୨୫-୬୮୨୫ ଟଙ୍କା ପ୍ରତି କ୍ବିଣ୍ଟାଲ (ସୋୟାବିନ୍ ଲୁଜ୍‌)ରେ ପହଁଞ୍ଚିଛି। ବାଦାମ ରିଫାଇନଡ୍‌ ତେଲ ଦାମ୍ ମଧ୍ୟ ୨୫ ଟଙ୍କା ହ୍ରାସ ପାଇଁ ୨,୬୨୫-୨,୮୧୫ ଟଙ୍କା ପ୍ରତି ଟିଣରେ ପହଁଞ୍ଚିଛି। ଗତ ସପ୍ତାହରେ ବିଦେଶୀ ବଜାରରେ ମୂଲ୍ୟ ଅଧିକ ହେବା କାରଣରୁ ପାମ୍ ଅଏଲର ମୂଲ୍ୟ ମଧ୍ୟ ୫୦୦ ଟଙ୍କା ହ୍ରାସ ପାଇ ୧୪,୮୫୦ ଟଙ୍କା କ୍ବିଣ୍ଟାଲରେ ପହଁଞ୍ଚିଛି। ଦିଲ୍ଲୀର ପାମୋଲିନ୍ ତେଲର ଦାମ୍ ୬୦୦ ଟଙ୍କା ହ୍ରାସ ପାଇ କ୍ୱିଣ୍ଟାଲ୍ ପିଛା ୧୬,୩୫୦ ଟଙ୍କାରେ ରହିଛି।

 


Share It

Comments are closed.