ମାଓବାଦୀମାନେ ପୁଣି ଭିଆଇଲେ ଏକ ବର୍ବର କାଣ୍ଡ


ମାଓବାଦୀମାନେ ମାଲକାନାଗିରିରେ ପୁଣି ଏକ ବର୍ବରତା କାଣ୍ଡ ଭିଆଇଛନ୍ତି । ମାଓବାଦୀମାନେ ମାଲକାନାଗିରିର ସୁକୁମାରେ ଜଣେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ସେମାନେ ବଡକ ଗ୍ରାମର ସରପଞ୍ଚଙ୍କ ସ୍ୱାମୀ (କଲମୁ ଧୁରୁଆ)ଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି । ଛତିଶଗଡରେ ଆଗକୁ ବିଧାନସଭା ନିର୍ବାଚନ ଦିନକୁ ଦିନେ ପାଖେଇ ଆସୁଥିବାବେଳେ ମାଓବାଦୀମାନେ ଏଭଳି ହଂସାକାଣ୍ଡ ଭିଆଇ ଚାଲିଛନ୍ତି । ପୂର୍ବରୁ ମାଓବାଦୀ ମାନେ ଜଣେ ଓଡିଆ ସାମ୍ବାଦିକଙ୍କ ସମେତ ୨ ଜଣ ଯବାନଙ୍କୁ ମାରିଦେଇଥିବାବେଳେ ଗତ କିଛି ଦିନ ହେବ ସେ ଏକ ଯାତ୍ରୀବାହୀ ବସ ସମେତ ଏକ ଟ୍ରକକୁ ମଧ୍ୟ ଜାଳିଦେଇଥିଲେ ।
ମାଓବାଦୀଙ୍କ ଦ୍ୱାରା ଏତେ ସବୁ ହିଂସା କାଣ୍ଡ ହୋଇଗଲା ପରେ ପୋଲିସ ଏବଂ ଯବାନଙ୍କ ଗୁଳିରେ ମାତ୍ର ୪ ଜଣ ମାଓବାଦୀ ନିହିତ ହୋଇଛନ୍ତି । ମିଳିଥିବା ସୂଚନା ବର୍ତ୍ତମାନ ସେହି ଅଞ୍ଚଳରେ ପୋଲିସ ପକ୍ଷରୁ କମ୍ବିଂ ଆପରେସନ ଜୋରଦାର କରାଯାଇଛି । ମାଓବାଦୀମାନେ, ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପଛରେ କେଉଁ କାରଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବାବେଳେ ଏବେ ଏହି ଅଞ୍ଚଳର ଲୋକମାନଙ୍କ ପ୍ରତି ବିପଦ ରହିଥିବା ହେତୁ ଚିନ୍ତା ରହିଛନ୍ତି ବର୍ତ୍ତମାନ ସ୍ଥାନୀୟ ବାସିନ୍ଦା ।


Share It

Comments are closed.