ଏହି ଲେଖିକାଙ୍କ ଯୋଗୁଁ ଦିଆ ଏବଂ ସାହିଲଙ୍କ ସଂପର୍କରେ ପଡିଲା ପୁନଃଚ୍ଛେଦ


ଗତ ଗୁରୁବାର ଦିନ ବଲିଉଡ ଅଭିନେତ୍ରୀ ‘ଦିଆ ମିର୍ଜା’ ତାଙ୍କ ଜୀବନର ସବୁଠାରୁ ବଡ ନିଷ୍ପତି ନେଇ ହଇଚଇ ସୃଷ୍ଟି କରିଦେଇଥିବାବେଳେ ଏହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଲାଗି ରହିଛି । ଦିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, “ସେ ବର୍ତ୍ତମାନ ତାଙ୍କ ସ୍ୱାମୀ ସାହିଲ ସାଙ୍ଗାଙ୍କ ସହ ଆଉ ନରହି ଅଲଗା ରହିବାର ନିଷ୍ପତି ନେଇଛନ୍ତି ।” ଦୀର୍ଘ ୧୧ ବର୍ଷର ସଂପର୍କ ପରେ ବର୍ତ୍ତମାନ ତାଙ୍କର ଏହି ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।
ମିଳିଥିବା ସୂଚନା ମୁତାବକ, ଦିଆ ଏବଂ ଶାହିଲଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛନ୍ତି ଲେଖିକା ଏବଂ ଅଭିନେତ୍ରୀ । ଆଜ୍ଞା ହଁ ସେ ଲେଖିକା ଏବଂ ଅଭିନେତ୍ରୀ ଜଣକ ହେଲେ ‘କନିକା ଦିଲନ’ । ଏହି ଖବର ସମସ୍ତ ଆଶ୍ଚର୍ଯ୍ୟଚକିତ ନିଶ୍ଚୟ କରିଦେବ । ସାହିଲ ଏବଂ କନିକାଙ୍କ ମଧ୍ୟରେ ଅନେକ ଦିନ ହେବ ଏକ ଅକୁହା ସଂପର୍କ ଗଢି ଉଠିଥିଲା । ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ଏହି ସଂପର୍କ ବିଷୟରେ ଦିଆ ଜାଣିବା ପରେ ସେ ବାଧ୍ୟ ହୋଇ ସାହିଲଙ୍କ ଠାରୁ ଦୂରେଇ ରହିବାର ନିଷ୍ପତି ନେଇଛନ୍ତି ।


ତେବେ ଅନ୍ୟପଟେ ଦିଆ ଏବଂ ସାହିଲଙ୍କ ବିଚ୍ଛେଦ ପରେ କନିକା (ଜଜମେଣ୍ଟାଲ ହେ କ୍ୟା’ର ଲେଖିକା) ଏବଂ ତାଙ୍କ ସ୍ୱାମୀ ପ୍ରକାସ କୋଭେଲାମୁଡି (ଜଜମେଣ୍ଟାଲ ହେ କ୍ୟା’ର ନିର୍ଦ୍ଦେଶକ) ମଧ୍ୟ ପରସ୍ପର ଠାରୁ ଦୂରେଇ ରହିବାର ନିଷ୍ପତି ନେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଗୋଟିଏ ଦିନ ମଧ୍ୟରେ ବଲିଉଡରେ ଦୁଇଟି ବିଚ୍ଛେଦର ଖବର ସାମନାକୁ ଆସିଛି ଯାହାକି ଅତ୍ୟନ୍ତ ବିରଳ ।


Share It

Comments are closed.