କରୋନା ପରେ ଏବେ ହନ୍ତା ଭାଇରସକୁ ନେଇ ଲୋକେ ଆତଙ୍କିତ


ସମଗ୍ର ପୃଥିବୀ ଏବେ ଭୟଙ୍କର ମହାମାରୀ କୋଭିଡ-୧୯ର କବଳରୁ ମୁକ୍ତି ପାଇବା ପାଇଁ ଲଢ଼େଇ କରୁଥିବାବେଳେ ଚାଇନାରେ ପୁଣି ଏକ ନୂତନ ଭୂତାଣୁକୁ ନେଇ ଳୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଯାଇଛି । ଗ୍ଲୋବାଲ ଟାଇମ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଚାଇନାର ୟୁନାନା ରାଜ୍ୟର ଜଣେ ବ୍ୟକ୍ତିଙ୍କର ସାନ୍‌ଡଙ୍ଗ ରାଜ୍ୟକୁ ବସରେ ଯାଉଥିବା ସମୟରେ ଏହି ନୂଆ ହନ୍ତା ଭାଇରସରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଏହି ଭାଇରସ ପାଇଁ ଉକ୍ତ ବସରେ ଥିବା ସମସ୍ତ ଯାତ୍ରୀଙ୍କର ପରୀକ୍ଷା କରାଯାଇଛି । ଏହି ଭାଇରସ କୁ ନେଇ ଲୋକଙ୍କ ମନରେ ନାନା ପ୍ରକାରର ଚିନ୍ତାଧାରା, ଭ୍ରମ ମଧ୍ୟ ଦେଖାଦେଲାଣି । ତେଣୁ ଭୟବୀତ ନ ହୋଇ ଏହାକୁ ଭଲ ଭାବରେ ବୁଝନ୍ତୁ ଏବଂ ଏହାଠୁ ଦୁରେଇ ରୁହନ୍ତୁ ।
ସେଣ୍ଟର ଫର ଡିଜିିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ଅନୁଯାୟୀ ଯଦି କୌଣସି ମନୁଷ୍ୟ ମୂଷାର(ରଡେଣ୍ଟ) ମଳ, ମୂତ୍ର କିମ୍ବା ଲାଳ ଆଦିକୁ ଛୁଇଁବା ପରେ ନିଜ ଚେହେରାକୁ ଛୁଇଁଥାଏ ତେବେ ସେ ହନ୍ତା ଭାଇରସରେ ସଂକ୍ରମିତ ହୋଇଥାନ୍ତି । ଏମିତିରେ କରୋନା ଭାଇରସ ଭଳି ଏହି ଭାଇରସ ଜଣଙ୍କ ଠାରୁ ଅନ୍ୟଙ୍କୁ ସଂକ୍ରମିତ ହୋଇନଥାଏ । ଏହି ଭାଇରସକୁ ଚିହ୍ନଟ କରିବା ପାଇଁ ଡାକ୍ତରଙ୍କୁ ଏକରୁ ଆଠ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିଥାଏ ।
ଏହାର ଲକ୍ଷଣ ପ୍ରାୟତଃ କରୋନା ଭାଇରସ ଭଳି ଯେମିତିକି ଜ୍ୱର, ଥଣ୍ଡା, ଶରୀର ଦରଜ ହେବା ଏବଂ ବାନ୍ତି ହେବା । ଏହା ବ୍ୟତୀତ ଶ୍ୱାସକ୍ରିୟାରେ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏଥିରେ ସଂକ୍ରମିତ ବ୍ୟକ୍ତଙ୍କିର ଅବସ୍ଥା ଯେତେବେଳେ ବିଗିଡ଼ିଥାଏ ତେବେ ତାଙ୍କର ଖପୁରୀରେ ପାଣି ଜମା ହେବା ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ ।
ସିଡିସି ଅନୁଯାୟୀ ହନ୍ତା ଭାଇରସରେ ମୃତ୍ୟୁ ହାର ୩୮ ପ୍ରତିଶତ ହୋଇଥାଏ । କରୋନା ଭଳି ଏହି ରୋଗର ମଧ୍ୟ କୌଣସି ବିଶେଷ ଉପଚାର ନାହିଁ । କିନ୍ତୁ ସାବଧାନତା ଅବଲମ୍ବନ କରି ଏଥିରୁ ନିଶ୍ଚିତ ରକ୍ଷା ମିଳିପାରିବ । ଏଥିରୁ ରକ୍ଷା ପାଇବା ପାଇଁ ମୂଷାଙ୍କର(ରଡେଣ୍ଟ) ମଳ, ମୂତ୍ର କିମ୍ବା ଲାଳକୁ ଛୁଇଁବା ଠାରୁ ବଞ୍ଚନ୍ତୁ ଏବଂ ଯଦି ଭୁଲରେ ଛୁଇଁ ଦେଇଥାନ୍ତି ତେବେ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ ଯେମିତିକି ଭାଇରସ ଜୀବନ୍ତ ନ ରହିପାରେ ଏବଂ ହନ୍ତା ଭାଇରସ ହେବାର କୌଣସି ସମ୍ଭାବନା ନ ରୁହେ । ଏହା ବ୍ୟତୀତ ସାନିଟାଇଜରର ବ୍ୟବହାର ମଧ୍ୟ କରନ୍ତୁ ।


Share It

Comments are closed.