ବଜେଟ ପରେ ମହଙ୍ଗା ମାଡ଼ : ଏଲପିଜି ସିଲିଣ୍ଡରର ଦାମ ବଢ଼ାଇଲେ ତୈଳ କମ୍ପାନୀ


ଆଜି ସରକାରୀ ତୈଳ କମ୍ପାନୀଗୁଡିକ ସାଧାରଣ ଜନତାଙ୍କୁ ଝଟକା ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ସହିତ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି। ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ୍‌ ଏଲ୍‌ପିଜି ବିତରଣ କମ୍ପାନୀ ଏହି ଦାମ୍‌ ବୃଦ୍ଧି କରିଛି । ଇଣ୍ଡେନ୍‌ ଗ୍ୟାସ୍‌ ଫେବୃଆରୀ ୪ତାରିଖରୁ ବର୍ଦ୍ଧିତ ଦର ଲାଗୁ ହୋଇଛି । ଇଣ୍ଡେନ୍‌ ଓ୍ୱେବସାଇଟ୍‌ ଅନୁସାରେ ସବ୍‌ସିଡ଼ି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଦିଲ୍ଲୀରେ ୨୫ଟଙ୍କା ବଢିଛି । କିନ୍ତୁ ବାଣିଜିକ୍ୟ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ୬ଟଙ୍କା ବୃଦ୍ଧି ପାଇଛି ।

ତେବେ ଗ୍ୟାସ୍‌ ସିଲିଣ୍ଡର ଦର ବୃଦ୍ଧି ପରେ ଏବେ ଦିଲ୍ଲୀ ସିଲିଣ୍ଡର ଦାମ୍ ୭୧୯ଟଙ୍କା ହୋଇଛି । ଏହି ସିଲିଣ୍ଡରର ଦାମ୍‌ ଜାନୁଆରୀ ମାସରେ ୬୯୪ଟଙ୍କା ଥିଲା , କିନ୍ତୁ ଏବେ ଏହାର ଦାମ୍‌ ବଢିଛି । ପ୍ରାୟତଃ ଗ୍ୟାସ୍‌ କମ୍ପାନୀମାନେ ମାସର ପ୍ରଥମ ତାରିଖରେ ଗ୍ୟାସ୍‌ ସିଲିଣ୍ଡର ଦାମ ବୃଦ୍ଧି କି ହ୍ରାସ କରାଯାଇଥାଏ । କିନ୍ତୁ ଏବେ କିଛି ଦିନ ତଳେ ସଂସଦରେ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଥିବାରେ ଗ୍ୟାସ୍‌ ସିଲିଣ୍ଡର ଦରରେ ପରିବର୍ତ୍ତନ କରାଯାଇଛି ।

ସେହିପରି ନୂଆବର୍ଷ ମାନେ ୨୦୨୧ରେ ତୈଳ କମ୍ପାନୀମାନେ ଗ୍ରାହକମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ଦେଇଥିଲା । ଗ୍ୟାସ୍‌ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇନଥିଲା । କେବଳ ବାଣିଜିକ୍ୟ ସିଲିଣ୍ଡର ଦାମ୍‌ ୧୯କିଲୋଗ୍ରାମ ପ୍ରତି ୧୭ଟଙ୍କା ବୃଦ୍ଧି କରିଥିଲେ ।

ତେବେ ଇଣ୍ଡିଆନ୍‌ ଅଏଲ ଓ୍ୱେବସାଇଟ୍‌ ମୁତାବିକ, ୨୦୨୧ ଫେବୃଆରୀ ୪ ସୁଦ୍ଧାରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ବିନା ସବ୍‌ସିଡ଼ି ଏଲପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୭୧୯ ହୋଇଥିବା ବେଳେ ମୁମ୍ବାଇରେ ୭୧୯ ଟଙ୍କା, ଚେନ୍ନାଇରେ ୭୩୫ଟଙ୍କା, କୋଲକାତାରେ ୭୪୫.୫୦ଟଙ୍କା ରହିଛି ।

ସେହିପରି ଓ୍ୱେବସାଇଟ୍‌ ମୁତାବିକ୍‌, ୧୯ କିଲୋଗ୍ରାମ ବାଣିଜିକ୍ୟ ଏଲ୍‌ପିଜି ସିଲିଣ୍ଡରର ଦାମ୍‌ ୪ ଫେବୃଆରୀ ୨୦୨୧ରେ , ଦିଲ୍ଲୀରେ ୧୫୩୩, କୋଲକାତାରେ ୧୫୯୮ଟଙ୍କା, ମୁମ୍ବାଇରେ ୧୪୮୨.୫୦ଟଙ୍କା, ଚେନ୍ନାଇରେ ୧୬୪୯.୦୦ଟଙ୍କା ରହିଛି ।


Share It

Comments are closed.