କରୋନା ବଳୟରେ ବଲିଉଡ! କରୋନାରେ ଆକ୍ରାନ୍ତ ହୋଇଛନ୍ତି କ୍ରିତି ସାନନ


ଦେଶରେ କୋଭିଡ-୧୯ର ପ୍ରକୋପ ଥମିବାର ନାଁ ନେଉନାହିଁ। ଅନଲକ୍ ସମୟରେ ଯେଉଁଠାରେ ଗୋଟିଏ ପଟେ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡ଼ିତ ସମସ୍ତ କାମ ଆରମ୍ଭ ହୋଇସାରିଥିବାବେଳେ ଅନ୍ୟ ପଟେ କରୋନା ମାମଲା ମଧ୍ୟ ବଢ଼ି ବଢ଼ି ଚାଲିଛି। ସାଧାରଣ ଜନତା ହୁଅନ୍ତୁ କିମ୍ବା କୌଣସି ବଡ଼ ହସ୍ତି ହୁଅନ୍ତୁ କେହି ମଧ୍ୟ କରୋନାର ପ୍ରକୋପରୁ ରକ୍ଷା ପାଇପାରୁନାହାଁନ୍ତି । ନିକଟରେ ଏକ ଫିଲ୍ମର ସୁଟିଂ ସମୟରେ ବରୁଣ ଧଓ୍ବନ,ନୀତୁ କପୁର ଏବଂ ଡାଇରେକ୍ଟର ରାଜ ମେହତା କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ କ୍ରିତି ସାନନ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। କ୍ରିତି ଚଣ୍ଡିଗଡ଼ରେ ନିଜର ଆଗାମୀ ଫିଲ୍ମର ସୁଟିଂ କରୁଥିଲେ। ଏବେ ସୁଦ୍ଧା କୃତି ନିଜେ ଏବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

କ୍ରିତି ସାନନ କିଛି ଦିନ ତଳେ ରାଜକୁମାର ରାଓଙ୍କ ସହ ନିଜର ଆଗାମୀ ଫିଲ୍ମର ସୁଟିଂ ପାଇଁ ଚଣ୍ଡିଗଡ଼ ଯାଇଥିଲେ। ସେ ଗତକାଲି ନିଜ ଇନଷ୍ଟାଗ୍ରାମ ଷ୍ଟୋରି ଜରିଆରେ କହିଛନ୍ତି ଯେ ତାଙ୍କ ଫିଲ୍ମର ରାପଅପ୍ ହୋଇଯାଇଛି ଏବଂ ସେ ଘରକୁ ଫେରୁଛନ୍ତି।

ଏହି ସୂଚନା ମିଳିବା ପରେ କୃତିଙ୍କ ପ୍ରଶଂସକ ଚିନ୍ତିତ ଦେଖା ଯାଇଛନ୍ତି। ସମସ୍ତେ ତାଙ୍କ ଶୀଘ୍ର ସୁସ୍ଥ ହୋଇଯିବା ପାଇଁ ପ୍ରାର୍ଥନା କରୁଛନ୍ତି।


Share It

Comments are closed.