କାହିଁକି ୧.୧୭ କୋଟି ମୂଷାଙ୍କୁ ମାରିବାର ପ୍ରସ୍ତୁତି କରୁଛି ଏହି ଦେଶ ?


କରୋନା ପାଇଁ ନିରାପଦ ଏବଂ ପ୍ରଭାବଶାଳୀ ଟିକା ଆସିବାକୁ ଆହୁରି ବିଳମ୍ବ ଅଛି ଏବଂ ସେପର୍ଯ୍ୟନ୍ତ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ସତର୍କତା ଏବଂ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। କରୋନା ଦ୍ୱାରା ପ୍ରଭାବିତ ଅନେକ ଦେଶ ମଧ୍ୟ ଏହି ମହାମାରୀର ମୁକାବିଲା ପାଇଁ ନୂତନ ରଣନୀତି ଆପଣେଇଥିବାର ଦେଖାଯାଉଛି। ଉଦାହରଣ ସ୍ୱରୂପ, ଜର୍ମାନୀ ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା ନୀତି ଉପରେ ଗୁରୁତ୍ୱାରୋପ କରିଥିବାବେଳେ କେତେକ ଦେଶରେ ଉଚ୍ଚ ବିପଦପୂର୍ଣ୍ଣ ଗୋଷ୍ଠୀକୁ ଜରୁରୀକାଳୀନ ଅନୁମୋଦନ ଦିଆଯାଉଛି। ବର୍ତ୍ତମାନ ଏକ ଦେଶ ୧୭ ମିଲିୟନ ଅର୍ଖାତ ୧.୭୦ କୋଟି ମୂଷାଙ୍କୁ ମାରିବାକୁ ଯାଉଛି।

ଅସଲରେ ଡେନମାର୍କ ଏପରି ପଦକ୍ଷେପ ନେବାକୁ ଯାଉଛି। ଡେନମାର୍କରେ ଦେଖାଯାଉଥିବା ମିଙ୍କ ମଧ୍ୟରେ ପରିବର୍ତ୍ତିତ କରୋନା ଭାଇରସ୍ ଦେଖାଯାଉଥିବା ଜଣା ପଡ଼ିବା ସହ ଏହା ମନୁଷ୍ୟକୁ ମଧ୍ୟ ସଂକ୍ରମିତ କରୁଥିବା ଜଣା ପଡ଼ିଛି। ଏ ନେଇ ସ୍ପଷ୍ଟ ହେବା ପରେ ଡେନମାର୍କ ସରକାର ପ୍ରାୟ ୧୭ମିଲିୟନ ମିଙ୍କ ମାରିବାର ଯୋଜନା କରୁଥିବା ଜଣା ପଡ଼ିଛି।

ଏ ପର୍ଯ୍ୟନ୍ତ ମିଙ୍କ ଫାର୍ମରୁ ୫ଜଣ ମିଙ୍କ ପରିବର୍ତ୍ତିତ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୧୨ଜଣ ଲୋକ ଏହି ପରିବର୍ତ୍ତିତ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇସାରିଛନ୍ତି। ଦେଶରେ ୧୫-୧୭ମିଲିୟନ ମିଙ୍କ ଥିବାରୁ ବଡ଼ ଧରଣର ସଂକ୍ରମଣର ଆଶଙ୍କା ରହିଛି। ଏ ନେଇ ଡେନମାର୍କ ସରକାର ମିଙ୍କକୁ ତୁରନ୍ତ ମାରିବା ପାଇଁ ଆଦେଶ ଦେଇଛନ୍ତି। ଡେନମାର୍କ ପୁଲିସ, ଆର୍ମି ଏବଂ ଗୃହରକ୍ଷୀମାନଙ୍କୁ ୧୭ମିଳିୟନ ମିଙ୍କକୁ ମ‌ାରିବାର ଦାୟିତ୍ବ ଦିଆଯିବ ବୋଲି ଡେନମାର୍କର ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍ କହିଛନ୍ତି।


Share It

Comments are closed.