ପାସପୋର୍ଟରେ କାହିଁକି ରଖାଯାଏ ନାହିଁ ହସୁଥିବା ଫଟୋ ? ଜାଣନ୍ତୁ ଏହା ପଛର କାରଣ


ଅଧିକାଂଶ ଲୋକ ପାସପୋର୍ଟ ବିଷୟରେ ଜାଣିଥିବବେ, ତଥାପି ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା କୌଣସି ଦେଶର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏକ ଡକ୍ୟୁମେଣ୍ଟ, ଯାହା ଆନ୍ତର୍ଜାତୀୟ ଯାତ୍ରା ପାଇଁ ଯେକୈଣସି ବ୍ୟକ୍ତିର ପରିଚୟ ଏବଂ ଜାତୀୟତାକୁ ପ୍ରମାଣ କରେ | ଏହା ବିନା କୌଣସି ବ୍ୟକ୍ତି ଅନ୍ୟ କୌଣସି ଦେଶରେ ରହିପାରିବେ ନାହିଁ | ଏହା କରିବା ବେଆଇନ ଏବଂ ଏଥିପାଇଁ ତାଙ୍କୁ କଠୋର ଦଣ୍ଡ ଦିଆଯାଇପାରେ। ତେବେ ପାସପୋର୍ଟ ତିଆରି କରିବା ସମୟରେ ଯେତେବେଳେ ଆପଣଙ୍କ ଫଟୋ ଉଠାଇବା ସମୟ ଆସେ, ସମ୍ପୃକ୍ତ ବ୍ୟକ୍ତି ଆପଣଙ୍କ ଚେହେରାକୁ ସମ୍ପୂର୍ଣ୍ଣ ନାଚ୍ୟୁରାଲ ରଖିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି | ଆଦୌଁ ହସିବାକୁ ମନା କରନ୍ତି | ଏପରି ନିର୍ଦ୍ଦେଶ କାହିଁକି ଦିଆଯାଏ? ଆସନ୍ତୁ ଜାଣିବା ପାସପୋର୍ଟରେ ହସୁଥିବା ଚିତ୍ର ରଖିବା କାହିଁକି ନିଷେଧ?

ପ୍ରକାଶଥାଉ ଯେ ବିଶ୍ବର ପ୍ରାୟ ପ୍ରତ୍ୟେକ ଦେଶରେ ପାସପୋର୍ଟ ତିଆରି କରିବାବେଳେ ଯେତେବେଳେ ଫଟୋଗ୍ରାଫ୍ ନିଆଯାଏ, ଏହି ନିର୍ଦ୍ଦେଶଗୁଡ଼ିକ ନିଶ୍ଚିତ ଭାବରେ ଦିଆଯାଏ | ଏହା ପଛର ମୁଖ୍ୟ କାରଣ ହେଉଛି ପାସପୋର୍ଟରେ ଥିବା ଫଟୋ ଯେଭଶି ସ୍ପଷ୍ଟ ହେବା ଉଚିତ୍ |

ବାସ୍ତବରେ, କିଛି ବର୍ଷ ପୂର୍ବେ, ଫଟୋରେ ଚଷମା ପିନ୍ଧିବା ଏବଂ କେଶକୁ ହାଲୁକା ଭାବରେ ଘୋଡାଇବାର ସ୍ୱାଧୀନତା ଥିଲା | କିନ୍ତୁ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ୨୬/୧୧ ଆକ୍ରମଣ ପରେ ସବୁକିଛି ବଦଳିଗଲା |

ବିମାନବନ୍ଦରରେ ବ୍ୟବହୃତ ବାୟୋମେଟ୍ରିକ୍ ଟେକ୍ନୋଲୋଜି ପାସପୋର୍ଟ ଏବଂ ଫଟୋଗ୍ରାଫକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି | ପ୍ରକାଶଥାଉ ଯେ କିଛି ଦେଶର ପାସପୋର୍ଟରେ ଏକ ଚିପ୍ ରହିଥାଏ, ଯାହା ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ତଥ୍ୟ ଧାରଣ କରିଥାଏ | ଏଥି ସହିତ, ପାସପୋର୍ଟରେ ଥିବା ଫଟୋରେ ଚେହେରାର ଆକାର ବିଷୟରେ ସମ୍ପୂର୍ଣ୍ଣ ସୂଚନା ରହିଥାଏ, ଯେପରିକି ଦୁଇ ଆଖିର ଦୂରତା, ନାକ ଏବଂ ଥୋଡ଼ି ମଧ୍ୟରେ ଦୂରତା ଏବଂ ମୁହଁ ମୋଟେଇ ଇତ୍ୟାଦି |

ପାସପୋର୍ଟରେ ଭଲ ଫଟୋ ପାଇଁ କଳା ସାର୍ଟ ପିନ୍ଧିବା ଭଲ | ମୁଣ୍ଡ ଏବଂ କାନ୍ଧ ସିଧା ସାମ୍ନାରେ ରହିବା ଉଚିତ୍ | ମୁଣ୍ଡ ଅଧିକ ଉଚ୍ଚ ହେବା ଉଚିତ ନୁହେଁ ଏବଂ ଆପଣଙ୍କ କେଶ କାନ ଉପରେ ରହିବା ଉଚିତ୍ | ଆପଣଙ୍କ ଆଖି ମଧ୍ୟ ସଫା ହେବା ଉଚିତ, ଏଥିପାଇଁ ଆପଣ ଆଇଡ୍ରପ୍ସର ବ୍ୟବହାର କରିପାରିବେ |


Share It

Comments are closed.